Advertisment

‘ଜଷ୍ଟ୍‌ ୱେଟ୍‌ ଆଣ୍ଡ୍‌ ସି, କିପ୍‌ ପେସେନ୍ସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଜଷ୍ଟ୍‌ ୱେଟ୍‌ ଆଣ୍ଡ୍‌ ସି, କିପ୍‌ ପେସେନ୍ସ।” କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଏହି ଦୁଇ ପଦ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ଗୁଡ଼ାଏ ପ୍ରଶ୍ନ କରିଥିବା ବେଳେ ସେ କେବଳ ଏହି ଦୁଇ ପଦ କଥା କହିଥିଲେ। ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ରିମାଣ୍ଡ ଅବଧି ଆଜି ସରିଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ପୁଣି ଝାରପଡ଼ା ଜେଲ୍‌କୁ […]

ଅଦ୍ୟତନ ହୋଇଛି
ପ୍ରଦୀପଙ୍କ ସମ୍ପର୍କୀୟଙ୍କୁ ପୁଲିସର ଥାର୍ଡ ଡିଗ୍ରୀ!

pradeep

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଜଷ୍ଟ୍‌ ୱେଟ୍‌ ଆଣ୍ଡ୍‌ ସି, କିପ୍‌ ପେସେନ୍ସ।” କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଏହି ଦୁଇ ପଦ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ଗୁଡ଼ାଏ ପ୍ରଶ୍ନ କରିଥିବା ବେଳେ ସେ କେବଳ ଏହି ଦୁଇ ପଦ କଥା କହିଥିଲେ।

Advertisment

ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ରିମାଣ୍ଡ ଅବଧି ଆଜି ସରିଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ପୁଣି ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। କୋର୍ଟ ପରିସରରେ ପ୍ରଦୀପ କହିଥିଲେ ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। କୋର୍ଟରେ ସବୁ ପ୍ରମାଣିତ କରିବେ। ଏହା ସହିତ ଜେଲ୍‌ରେ ରାଜନୈତିକ ବନ୍ଦୀର ସୁବିଧା ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିବା ସେ କହିଛନ୍ତି।

ଅଭିଯୋଗ ଅନୁସାରେ ଟାଟା ଏମ୍‌ଡି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିଲେ ଆକାଶ ପାଠକ। ଏଥିରେ ପ୍ରଦୀପ ସିଧାସଳଖ ସଂପୃକ୍ତ ଅଛନ୍ତି କି ନାହିଁ? ପ୍ରଦୀପଙ୍କ ଆକାଉଣ୍ଟକୁ କେଉଁଠୁ କେତେ ଟଙ୍କା ଆସିଲା? ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ କେତେ ଟଙ୍କା ଯାଇଛି? ଏସବୁର ଉତ୍ତର ଖୋଜିବା ପାଇଁ ଏସ୍‌ଆଇଟି ଦୁଇ ଦିନ ଧରି ଶ୍ରୀ ପାଣିଗ୍ରାହୀଙ୍କୁ କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରିଥିବା ଅନୁମାନ କରାଯାଉଛି।

Advertisment

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ହେଉଛନ୍ତି ଆକାଶ। ସେ ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ଗୋପାଳପୁର ଅଞ୍ଚଳରେ ଅନେକ ଲୋକଙ୍କୁ ଚାକିରି ଦେବାକୁ କହି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଚଳିତ ମାସରେ ଆକାଶଙ୍କ ସହିତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ବିବାହ ହେବାର ଥିଲା। ତେବେ ତା’ପୂର୍ବରୁ ପାଠକ ବାପପୁଅଙ୍କ ସମେତ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା।

ଆଗକୁ ପଢ଼ନ୍ତୁ: ବନ୍ଧା ହେଲେ ପ୍ରଦୀପଙ୍କ ସହଯୋଗୀ

BjD Bjd Leader Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe