Advertisment

ପ୍ରଦୀପ ଛାଡ଼ିଲେ ଡାଲି ଦୁର୍ନୀତି ବାଣ, କହିଲେ ପାଣ୍ଡିଆନଙ୍କୁ ପଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଆଜି ପୁଣି ଏକ ବାଣ ଛାଡ଼ିଛନ୍ତି। ଗଞ୍ଜାମର ତତ୍କାଳୀନ ଜିଲ୍ଲାପାଳଙ୍କୁ ଟାର୍ଗେଟ କରି ଅସ୍ତ୍ର ଛାଡ଼ିଛନ୍ତି ପ୍ରଦୀପ। ନିଜ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଜବାବ ଦେଇ ପ୍ରଦୀପ ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଖୋଲିଛନ୍ତି।  କହିଛନ୍ତି, ମୋ ପଛରେ ଯେମିତି ଲାଗିଛ ସେମିତି ଡାଲି ଦୁର୍ନୀତି ଉପରେ ଖୋଳତାଡ଼ କରୁନ। ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ପ୍ରଦୀପ ପାଣିଗ୍ରାହୀ ପଚାରିଛନ୍ତି। ସେ କହିଛନ୍ତି […]

ଅଦ୍ୟତନ ହୋଇଛି
ପ୍ରଦୀପ ଛାଡ଼ିଲେ ଡାଲି ଦୁର୍ନୀତି ବାଣ, କହିଲେ ପାଣ୍ଡିଆନଙ୍କୁ ପଚାର

pradeep

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଆଜି ପୁଣି ଏକ ବାଣ ଛାଡ଼ିଛନ୍ତି। ଗଞ୍ଜାମର ତତ୍କାଳୀନ ଜିଲ୍ଲାପାଳଙ୍କୁ ଟାର୍ଗେଟ କରି ଅସ୍ତ୍ର ଛାଡ଼ିଛନ୍ତି ପ୍ରଦୀପ। ନିଜ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଜବାବ ଦେଇ ପ୍ରଦୀପ ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଖୋଲିଛନ୍ତି।  କହିଛନ୍ତି, ମୋ ପଛରେ ଯେମିତି ଲାଗିଛ ସେମିତି ଡାଲି ଦୁର୍ନୀତି ଉପରେ ଖୋଳତାଡ଼ କରୁନ। ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ପ୍ରଦୀପ ପାଣିଗ୍ରାହୀ ପଚାରିଛନ୍ତି।

Advertisment

ସେ କହିଛନ୍ତି ଯେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ପ୍ରାୟ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ  ଗଞ୍ଜାମରେ ଜିଲ୍ଲାପାଳ ଥିଲେ। ୨୦୧୧ରେ ଡାଲି ଦୁର୍ନୀତି ଅଭିଯୋଗ ଆସିଥିଲା। ସେ ସମୟରେ ସାରା ରାଜ୍ୟରେ ଡାଲି ଦୁର୍ନୀତି ଏକ ବଡ଼ ପ୍ରସଙ୍ଗ ଥିଲା। ସମ୍ପୃକ୍ତ ଜିଲ୍ଲାପାଳଙ୍କ ନାମରେ  ଭିଜିଲାନ୍ସରେ ମାମଲା ମଧ୍ୟ ହୋଇଥିଲା। ସେହି ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ପ୍ରଦୀପ କହିଛନ୍ତି ଯେ, ଡାଲି ଦୁର୍ନୀତି ମାମଲା କେବେ ଦାୟର ହୋଇଥିଲା, କେବେ ବନ୍ଦ ହେଲା, ତା’ର ଏବେ ଷ୍ଟାଟସ କ’ଣ ଏବଂ କାହିଁକି ବନ୍ଦ ହେଲା ଏସବୁର ଖୋଳତାଡ଼ ହେଉ। ଏହି ତଦନ୍ତ ପାଇଁ ତତ୍କାଳୀନ ଗଂଜାମ ଜିଲ୍ଲାପାଳଙ୍କୁ କାହିଁକି ପଚରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅଧିକ ପଢନ୍ତୁ : ଝାରପଡ଼ା ଜେଲ୍‌ରେ କଟିଲା ପ୍ରଦୀପଙ୍କ ରାତି, ସଙ୍ଗରୋଧରେ ରହିଲେ

BjD Bjd Leader Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe