Advertisment

କନ୍‌ଷ୍ଟେବଲଙ୍କୁ ଦୁଷ୍କର୍ମ କରି ଫାଣ୍ଡି ଅଧିକାରୀ ଗିରଫ!

ବାଲେଶ୍ୱର (ରଞ୍ଜିତ ପାକଳ): ଖାକିରେ ଲାଗିଛି କଳଙ୍କର ଛିଟା। ନିଜ ବିଭାଗର ଜଣେ କର୍ମଚାରୀଙ୍କୁ ଫାଣ୍ଡି ଅଧିକାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ବାଲେଶ୍ୱରରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଫାଣ୍ଡି ଅଧିକାରୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣାଟି ଏମିତି। ବାତ୍ୟା ‘ୟାସ୍‌’ ପାଇଁ ଖନ୍ତାପଡ଼ା ଥାନାର ମହିଳା କନ୍‌ଷ୍ଟେବଲ ଗୋପାଳପୁର ଫାଣ୍ଡିରେ ନିୟୋଜିତ ହୋଇଥିଲେ। ବାତ୍ୟା ସମୟରେ ଅସହାୟ […]

author-image
Manoranjan Sial
ଅଦ୍ୟତନ ହୋଇଛି
କନ୍‌ଷ୍ଟେବଲଙ୍କୁ ଦୁଷ୍କର୍ମ କରି ଫାଣ୍ଡି ଅଧିକାରୀ ଗିରଫ!

Gopalpur Police Outpost in-charge

ବାଲେଶ୍ୱର (ରଞ୍ଜିତ ପାକଳ): ଖାକିରେ ଲାଗିଛି କଳଙ୍କର ଛିଟା। ନିଜ ବିଭାଗର ଜଣେ କର୍ମଚାରୀଙ୍କୁ ଫାଣ୍ଡି ଅଧିକାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ବାଲେଶ୍ୱରରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଫାଣ୍ଡି ଅଧିକାରୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ପୂରା ଘଟଣାଟି ଏମିତି। ବାତ୍ୟା ‘ୟାସ୍‌’ପାଇଁ ଖନ୍ତାପଡ଼ା ଥାନାର ମହିଳା କନ୍‌ଷ୍ଟେବଲ ଗୋପାଳପୁର ଫାଣ୍ଡିରେ ନିୟୋଜିତ ହୋଇଥିଲେ। ବାତ୍ୟା ସମୟରେ ଅସହାୟ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଯାଇଥିଲେ ମହିଳା କନ୍‌ଷ୍ଟେବଲ। ହେଲେ ଆଜି ସେ ନିଜେ ଅସୁରକ୍ଷିତ ହୋଇପଡ଼ିଲେ। ତାଙ୍କ ଉପରେ ପଡ଼ିଲା ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଲୋଲୁପ ଦୃଷ୍ଟି। ତାଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କନ୍‌ଷ୍ଟେବଳ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ପୀଡ଼ିତା କନ୍‌ଷ୍ଟେବଲଙ୍କର ଡାକ୍ତରୀମାଇନା କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ମାମଲାରେ ପୁଲିସ ନିଜେ ଛନ୍ଦି ହୋଇପଡ଼ିଥିବାରୁ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ୱବଧାନରେ ଘଟଣାର ତଦନ୍ତ ଚାଲିଥିଲା। ପରେ ପୁଲିସ ଅଭିଯୁକ୍ତ ଫାଣ୍ଡି ଅଧିକାରୀ ବଂଶୀଧରକୁ ଗିରଫ କରିଛି। ଘଟଣାର ଯିଏ ଦୋଷୀ, ତାକୁ ଦଣ୍ଡ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।

Advertisment
Odisha Police Rape