Advertisment

ସୁପର ମିନିଷ୍ଟରଙ୍କ ଯୋଗୁ ଅଫିସ ଆସୁନାହାନ୍ତି ମିନିଷ୍ଟର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରରେ ଏବେ ଅଜବ ଶାସନ ଚାଲିଛି। ଦୁଇଟି ବିଭାଗର ସୁପର ମିନିଷ୍ଟର ପାଲଟିଥିବା ଜଣେ ଯୁବନେତାଙ୍କ କଥା ବେଶୀ ରହୁଥିବାକୁ ନେଇ ମିନିଷ୍ଟର ଓ ସୁପର ମିନିଷ୍ଟରଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଛି। ଯାହାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ପଞ୍ଚାୟତ ନିର୍ବାଚନ ପରେ ଦୁହାଁଳିଆ ବିଭାଗର ମନ୍ତ୍ରୀ ପଦ ପାଇଥିବା ଜଣେ ଯୁବନେତା ବେଶ୍ କିଛିଦିନ ଧରି ନିଜର ଜଣେ ସହଯୋଗୀ(ଯୁବନେତା)ଙ୍କୁ ସୁପର ମିନିଷ୍ଟର ଭାବେ […]

ସୁପର ମିନିଷ୍ଟରଙ୍କ ଯୋଗୁ ଅଫିସ ଆସୁନାହାନ୍ତି ମିନିଷ୍ଟର !

cartoon

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରରେ ଏବେ ଅଜବ ଶାସନ ଚାଲିଛି। ଦୁଇଟି ବିଭାଗର ସୁପର ମିନିଷ୍ଟର ପାଲଟିଥିବା ଜଣେ ଯୁବନେତାଙ୍କ କଥା ବେଶୀ ରହୁଥିବାକୁ ନେଇ ମିନିଷ୍ଟର ଓ ସୁପର ମିନିଷ୍ଟରଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଛି। ଯାହାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

Advertisment

ଶୁଣିବାକୁ ମିଳୁଛି, ପଞ୍ଚାୟତ ନିର୍ବାଚନ ପରେ ଦୁହାଁଳିଆ ବିଭାଗର ମନ୍ତ୍ରୀ ପଦ ପାଇଥିବା ଜଣେ ଯୁବନେତା ବେଶ୍ କିଛିଦିନ ଧରି ନିଜର ଜଣେ ସହଯୋଗୀ(ଯୁବନେତା)ଙ୍କୁ ସୁପର ମିନିଷ୍ଟର ଭାବେ ଗ୍ରହଣ କରିନେଲେ। ଏପରିକି ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କୁଆଡ଼େ ସେହି ସୁପର ମିନିଷ୍ଟର ବୋଲାଉଥିବା ଯୁବନେତାଙ୍କ କଥାରେ ନିଆଗଲା। ଆଉ ପଦ ଓ ଗୋପନୀୟତାର ଶପଥ ନେଇ ବି ବିଚରା ମନ୍ତ୍ରୀଜଣକ ନିରବଦ୍ରଷ୍ଟା ସାଜିଲେ। ବିଭାଗର ତଳଠୁ ଉପର ପର୍ଯ୍ୟନ୍ତ ଅଧିକାରୀମାନେ କୁଆଡ଼େ ବିଭାଗର କଥା ପାଇଁ ଏହି ସୁପର ମିନିଷ୍ଟରଙ୍କ ଦ୍ୱାରସ୍ଥ ହେଲେ। ଏପରିକି ଟେଣ୍ଡରଠୁ ଆରମ୍ଭ କରି ବଦଳି ପର୍ଯ୍ୟନ୍ତ ସବୁକଥାରେ ସେହି ସୁପର ମିନିଷ୍ଟରଙ୍କ କଥା ରହିଲା ଓ ପ୍ରକୃତ ମିନିଷ୍ଟର କେବଳ ଦସ୍ତଖତ କରି ଚୁପ୍ ରହିବାକୁ ବାଧ୍ୟ ହେଲେ। ଅବଶ୍ୟ ଦେଣନେଣ କାରବାର ଉଭୟଙ୍କ ମଧ୍ୟରେ ରହିଥିବା ଯୋଗୁ ସବୁକିଛି ଚୁପଚାପ୍ ଚାଲିଥିଲା।

ଶୁଣିବାକୁ ମିଳୁଛି, ଗତ ୩-୪ମାସ ହେବ ଉଭୟଙ୍କ ମଧ୍ୟରେ କୁଆଡ଼େ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି। କୌଣସି ଏକ ବଡ଼ଧରଣର ଟେଣ୍ଡର କାମ ପ୍ରସଙ୍ଗରେ କୁଆଡ଼େ ଦୁଇ ନେତାଙ୍କ ମଧ୍ୟରେ ବଢ଼ି ଚାଲିଥିବା ଛକାପଞ୍ଝା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ତୃତୀୟ ମହଲାର ଆଶୀର୍ବାଦରେ ସୁପର ମିନିଷ୍ଟର ନିଜର ଏକଚାଟିଆ କାରବାର ସେହି ବିଭାଗ ଉପରେ ଦେଖାଉଥିବା ବେଳେ ମିନିଷ୍ଟର ମଧ୍ୟ ନିଜର ସମ୍ମାନ ରକ୍ଷା କରିବା ପାଇଁ କୁଆଡ଼େ ସେହି ସୁପର ମିନିଷ୍ଟରଙ୍କ ବିରୁଦ୍ଧରେ ଫେରାଦ ହୋଇ ଆସିଛନ୍ତି।

Advertisment

ତୃତୀୟ ମହଲାରେ ଦୁଇ ଥର ଅଭିଯୋଗ କରିବା ସତ୍ତ୍ୱେ ସମ୍ପୃକ୍ତ ଯୁବନେତା ବିଭାଗର ସୁପର ମିନିଷ୍ଟର ଭଳି ଅବାଧରେ କାର୍ଯ୍ୟ କରି ଚାଲିଥିବାରୁ ଏହି ମିନିଷ୍ଟର କୁଆଡ଼େ ଅତି ଜରୁରୀ ନହେଲେ ସଚିବାଳୟସ୍ଥିତ ନିଜ ଦପ୍ତରକୁ ଆସୁନାହାନ୍ତି। ମିନିଷ୍ଟରଙ୍କ ଦସ୍ତଖତ ଆବଶ୍ୟକ ଥିବା ଫାଇଲଗୁଡ଼ିକ କୁଆଡ଼େ ଦୀର୍ଘଦିନ ଧରି ପଡ଼ୁରହୁଛି ଓ ସେ ଏକାଥରକେ ଘରେ ରହି ସବୁ ଦସ୍ତଖତ କରି ଫେରାଇ ଦେଉଛନ୍ତି। ଏପରିକି ତାଙ୍କ ଦାୟିତ୍ୱରେ ଥିବା ଦୁଇଟି ବିଭାଗର ସମୀକ୍ଷା ବୈଠକ ବି କରିବାକୁ କୁଆଡ଼େ ଆଗ୍ରହ ଦେଖାଉନାହାନ୍ତି।

ସେହି ସୁପର ମିନିଷ୍ଟରଙ୍କ ଚାପରେ କୁଆଡ଼େ ବିଭାଗ ଏଭଳି ନିଷ୍ପତ୍ତି ନେବାକୁ ଯାଉଛି ଯାହା ଭବିଷ୍ୟତରେ ସେହି ବିଭାଗର ମିନିଷ୍ଟର ଓ ସଚିବଙ୍କ ପାଇଁ କାଳ ହେବ ବୋଲି ଚର୍ଚ୍ଚା ହେଉଛି। ଆଉ ସେଇଥିପାଇଁ କେବଳ ମନ୍ତ୍ରୀ ନୁହନ୍ତି, ବିଭାଗର ସଚିବ ବି କୁଆଡ଼େ ଏହି ସୁପର ମିନିଷ୍ଟରଙ୍କ ମାତ୍ରାଧିକ ହସ୍ତକ୍ଷେପରେ କ୍ଷୁବ୍ଧ ହେଲେଣି। ସେହି ସୁପର ମିନିଷ୍ଟରଙ୍କ କଥାରେ ପଡ଼ି ବିଭାଗରେ ଯେଉଁ ଅନିୟମିତତା ସବୁ ହୋଇଛି ତାକୁ କିଭଳି ସୁଧାରିବେ, ଏବେ କୁଆଡ଼େ ସେହି କାମରେ ଉଭୟ ସଚିବ ଓ ମନ୍ତ୍ରୀ ଲାଗି ପଡ଼ିଛନ୍ତି ବୋଲି ଚର୍ଚ୍ଚା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe