Advertisment

ପ୍ରଶାସନର ବିଜେଡିକରଣ, ବଢ଼ିଲା କନ୍ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନର ଏକ ପ୍ରଭାବଶାଳୀ ଗୋଷ୍ଠୀର ବିଜେଡିକରଣ ନୀତିକୁ ନେଇ ପାୱାର କରିଡରରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଏକ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ଅଫିସର ଗୋଷ୍ଠୀ ଏବେ ସମ୍ପୂର୍ଣ୍ଣ ଭାବେ ବିଜେଡିର ଫଣ୍ଡ ମ୍ୟାନେଜର ଓ ନେତା ଭଳି କାର୍ଯ୍ୟ କରୁଥିବାରୁ ତା’ର ପ୍ରତିକୂଳ ପ୍ରଭାବ ରାଜ୍ୟର ଶାସନ ବ୍ୟବସ୍ଥାରେ ପ୍ରତିଫଳିତ ହୋଇଛି। ଯେଉଁଥିପାଇଁ ଅନେକ ବିକାଶମୂଳକ ଓ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ କୁଆଡ଼େ ଠପ୍ ହୋଇଯାଇଛି। ନିର୍ବାଚନ ବର୍ଷ ସତ୍ତେ୍ୱ […]

ପ୍ରଶାସନର ବିଜେଡିକରଣ, ବଢ଼ିଲା କନ୍ଦଳ

FINAL CARTOON

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନର ଏକ ପ୍ରଭାବଶାଳୀ ଗୋଷ୍ଠୀର ବିଜେଡିକରଣ ନୀତିକୁ ନେଇ ପାୱାର କରିଡରରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଏକ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ଅଫିସର ଗୋଷ୍ଠୀ ଏବେ ସମ୍ପୂର୍ଣ୍ଣ ଭାବେ ବିଜେଡିର ଫଣ୍ଡ ମ୍ୟାନେଜର ଓ ନେତା ଭଳି କାର୍ଯ୍ୟ କରୁଥିବାରୁ ତା’ର ପ୍ରତିକୂଳ ପ୍ରଭାବ ରାଜ୍ୟର ଶାସନ ବ୍ୟବସ୍ଥାରେ ପ୍ରତିଫଳିତ ହୋଇଛି। ଯେଉଁଥିପାଇଁ ଅନେକ ବିକାଶମୂଳକ ଓ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ କୁଆଡ଼େ ଠପ୍ ହୋଇଯାଇଛି। ନିର୍ବାଚନ ବର୍ଷ ସତ୍ତେ୍ୱ ପାଣ୍ଠି ଖର୍ଚ୍ଚ ଗତିଶୀଳ ହୋଇପାରୁନି, ଓଲଟା ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ବ୍ୟୟ ହାର ଢ଼େର ପରିମାଣର ହ୍ରାସ ପାଇଛି।

Advertisment

ଚର୍ଚ୍ଚା ହେଉଛି, ବିଜେଡିକରଣର ପ୍ରଭାବରେ କିଛି ଅଫିସର ଏବେ କୁଆଡ଼େ ସମଗ୍ର ପ୍ରଶାସନିକ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଛନ୍ତି। ବିଶେଷକରି କିଛି ଅଣଓଡ଼ିଆ ଅଫିସର ଏବେ କୁଆଡ଼େ ନିଜର ବିଭାଗ ଛାଡ଼ି ଅନ୍ୟାନ୍ୟ ବିଭାଗର କାର୍ଯ୍ୟରେ ମୁଣ୍ଡ ଖେଳାଉଛନ୍ତି, ଯେଉଁଠିକି ସେମାନଙ୍କଠୁ ବରିଷ୍ଠ ଅଫିସରମାନେ ଦାୟିତ୍ୱରେ ଅଛନ୍ତି। ଆଉ ଏସବୁ କାର୍ଯ୍ୟକୁ କୁଆଡ଼େ ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାହୁଁଛି ଓ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଆଳ ଦେଖାଇ ହାକିମାତି କରୁଛନ୍ତି।

ଶୁଣିବା କଥା ହେଉଛି, ଜଣେ ଅଣଓଡ଼ିଆ ବିଭାଗୀୟ ସଚିବ କୁଆଡ଼େ ଗତ ମାସରେ ଦୁଇଟି ଇଞ୍ଜିନିୟରିଂ ବିଭାଗର କାର୍ଯ୍ୟରେ ଅଯଥା ମାତ୍ରାଧିକ ହସ୍ତକ୍ଷେପ କରିବାକୁ ପଛାଇନଥିଲେ। ସମ୍ପୃକ୍ତ ଅଣଓଡ଼ିଆ ସଚିବଙ୍କ କ୍ଷମତା ନଥାଇ ମଧ୍ୟ ସେ ଉକ୍ତ ଦୁଇଟି ବିଭାଗ ଉପରେ ଚାପ ପକାଇ ଏକ ବେଆଇନ କାର୍ଯ୍ୟକୁ ମଞ୍ଜୁରୀ କରାଇ ନେଇଛନ୍ତି। ତା’ପୁଣି ତୃତୀୟ ମହଲାର ଜଣେ ଯୁଗ୍ମ ସଚିବ ପାହ୍ୟାର ଅଫିସରଙ୍କ ମାଧ୍ୟମରେ।

Advertisment

ଚର୍ଚ୍ଚା ହେଉଛି, ଏହି ଆର୍ଥିକ ଅନିୟମିତତା କାର୍ଯ୍ୟରେ ବିଭାଗୀୟ ମୋହର ଲଗାଇଥିବା ଅଫିସରମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ସମ୍ପୃକ୍ତ ଅଣଓଡ଼ିଆ ଅଫିସରଙ୍କ ବେଆଇନ କାର୍ଯ୍ୟକୁ ତୃତୀୟ ମହଲା ଚାପରେ କରିଥିବା ଏହି ଦୁଇ ଇଞ୍ଜିନିୟରିଂ ବିଭାଗ ଏବେ ତାକୁ ଲିଗାଲାଇଜ୍ କିଭଳି କରିବେ ତା’ର ବାଟ ଖୋଜୁଛନ୍ତି। ସେପଟେ ସମ୍ପୃକ୍ତ ଅଣଓଡ଼ିଆ ସଚିବଜଣକ ନିଜକୁ ତୃତୀୟ ମହଲା ଲୋକ କହି ଧରାଛୁଆଁ ଦେଉନାହାନ୍ତି। ଯାହାକୁ ନେଇ ୩ଟି ବିଭାଗର ସଚିବଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଏବେ ଅଧିକାଂଶ କାର୍ଯ୍ୟରେ ତୃତୀୟ ମହଲାର ଯୁଗ୍ମ ଓ ଅତିରିକ୍ତ ସଚିବ ପାହ୍ୟାର କିଛି ଅଫିସର କୁଆଡ଼େ ମାତ୍ରାଧିକ ଚାପ ପକାଇବାରେ ଲାଗିଛନ୍ତି। ‘ସାର୍’ ଚାହୁଁଛନ୍ତି ବୋଲି କହି ନିଜର ବରିଷ୍ଠ ଅଫିସର(ସଚିବ) ଓ ବିଭାଗୀୟ ମନ୍ତ୍ରୀମାନଙ୍କୁ କୁଆଡ଼େ ଧମକ ଦେବାକୁ ପଛାଉ ନାହାନ୍ତି। ତୃତୀୟ ମହଲାର ୨-୩ଜଣ ଅଫିସର କୁଆଡ଼େ ଏବେ କଥାକଥାକେ ବିଭିନ୍ନ ବିଭାଗରେ ଥିବା ନିଜର ବରିଷ୍ଠ ଅଫିସର ଓ ରାଜନେତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବାରେ ବି ଲାଗିଛନ୍ତି। ଯାହାକୁ ନେଇ ପ୍ରଶାସନିକ ଅଫିସର ଓ କିଛି ମନ୍ତ୍ରୀଙ୍କ ମଧ୍ୟରେ ଏବେ ତୃତୀୟ ମହଲାର ଏହି ଅଫିସର ଏବଂ କିଛି ଅଣଓଡ଼ିଆ ଅଫିସରଙ୍କ ପ୍ରତି ଆକ୍ରୋଶ ବଢ଼ିବାରେ ଲାଗିଥିବା ଚର୍ଚ୍ଚା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe