Advertisment

ଏବେ ଦାମଙ୍କ ପଛରେ ଲଗାଇବେ ଭିଜିଲାନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ଓ ଦଳର ଉପସଭାପତି ପଦରୁ ବହିଷ୍କୃତ ହେବାର ୮ମାସ ପରେ ବିଭିନ୍ନ ପ୍ରସଙ୍ଗରେ ମୁହଁ ଖୋଲି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ପାୱାର କରିଡରରେ କମ୍ପନ ସୃଷ୍ଟି କରିଛନ୍ତି। ଆଉ ତାଙ୍କ ତୁଣ୍ଡରେ ତୁଣ୍ଡି ଲଗାଇବା ପାଇଁ କୁଆଡ଼େ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ମାଧ୍ୟମରେ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ପୁରୁଣା ଫର୍ମୂଲାକୁ ଆପଣାଇବ ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବରିଷ୍ଠ ନେତା ଡାକ୍ତର ରାଉତଙ୍କ ବିରୋଧରେ ଭିଜିଲାନ୍ସ ମାମଲା […]

ଅଦ୍ୟତନ ହୋଇଛି
ଏବେ ଦାମଙ୍କ ପଛରେ ଲଗାଇବେ ଭିଜିଲାନ୍ସ

koi

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ଓ ଦଳର ଉପସଭାପତି ପଦରୁ ବହିଷ୍କୃତ ହେବାର ୮ମାସ ପରେ ବିଭିନ୍ନ ପ୍ରସଙ୍ଗରେ ମୁହଁ ଖୋଲି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ପାୱାର କରିଡରରେ କମ୍ପନ ସୃଷ୍ଟି କରିଛନ୍ତି।

Advertisment

ଆଉ ତାଙ୍କ ତୁଣ୍ଡରେ ତୁଣ୍ଡି ଲଗାଇବା ପାଇଁ କୁଆଡ଼େ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ମାଧ୍ୟମରେ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ପୁରୁଣା ଫର୍ମୂଲାକୁ ଆପଣାଇବ ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ବରିଷ୍ଠ ନେତା ଡାକ୍ତର ରାଉତଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇପାରେ। ସେ ସମବାୟ ମନ୍ତ୍ରୀ ଥିବାବେଳେ ବଡ଼ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ପଞ୍ଜିକରଣ କରିବା ପାଇଁ କୁଆଡ଼େ ତୃତୀୟ ମହଲା ସଜବାଜ ହେଉଛି।

Advertisment

ଗତ କିଛିଦିନ ଧରି ଡାକ୍ତର ରାଉତ ଗୋଟିଏପରେ ଗୋଟିଏ ଦୁର୍ନୀତି ମାମଲା ଉଜାଗର କରି ଉଭୟ ଦଳ ଓ ସରକାରଙ୍କୁ ଅଡ଼ୁଆରେ ପକାଇବା ସହ ସିଧାସଳଖ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କୁ ଟାର୍ଗେଟ୍ କରୁଥିବାରୁ କୁଆଡ଼େ ଏଭଳି ରଣନୀତି ପ୍ରସ୍ତୁତି ଚାଲିଛି।

ବିଜେଡିର କିଛି ଯୁବନେତା ବି କୁଆଡ଼େ କ୍ଷମତାକେନ୍ଦ୍ରଙ୍କ ପାଖରେ ଭଲେଇ ହେବା ପାଇଁ ତାଙ୍କ ପାଖକୁ ଯାଇ ଡାକ୍ତର ରାଉତଙ୍କ ମୁହଁରେ ତୁରନ୍ତ ତୁଣ୍ଡି ଦେବାକୁ ଚାପ ପକାଉଛନ୍ତି। ଦାମଙ୍କ ପୁଅଙ୍କ ମାଧ୍ୟମରେ ତାଙ୍କୁ ନିୟନ୍ତ୍ରଣ କରିବାକୁ ବିଜେଡି ନେତାମାନଙ୍କ ଉଦ୍ୟମ କୁଆଡ଼େ ଆଦୌ କାମ ଦେଉନି। ଏପରିକି ଦାମଙ୍କୁ ଚେକ୍ ଦେବା ପାଇଁ ଗତ କିଛଦିନ ତଳେ ପାରାଦୀପର ଜଣେ ଠିକାଦାରଙ୍କୁ କୁଆଡ଼େ ତୃତୀୟ ମହଲା ଡାକି ଆଣି ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଫଟୋ ଉଠା କାର୍ଯ୍ୟକ୍ରମ କରିସାରିଛନ୍ତି।

ଏହି ଠିକାଦାର କୁଆଡ଼େ ବିଷ୍ଣୁଙ୍କ ଖାସ୍ ଲୋକ ଓ ଦାମଙ୍କ ଘୋରବିରୋଧୀ ଭାବେ ଜଣାଶୁଣା।

ଚର୍ଚ୍ଚା ହେଉଛି, ଆଗାମୀ ନିର୍ବାଚନରେ ଦାମଙ୍କ ବଦଳରେ କୁଆଡ଼େ ତାଙ୍କ ପୁଅକୁ ଟିକେଟ୍ ଦେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଡାକ୍ତର ରାଉତଙ୍କ ଏଭଳି ଲଗାମଛଡ଼ା ବୟାନ ଯୋଗୁ ସରକାର ଓ ଦଳକୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ଖୁବଶୀଘ୍ର ତାଙ୍କ ସହ ବିଜେଡି ସୁପ୍ରିମୋ କୁଆଡ଼େ ସିଧାସଳଖ ଚର୍ଚ୍ଚା କରି ଚୁପ୍ ରହିବାକୁ ପରାମର୍ଶ ଦେବେ।

ଦାମ ଯଦି ତାଙ୍କ ମୁହଁ ଚୁପ୍ ରଖନ୍ତି, ତେବେ ତା' ବଦଳରେ ଭିଜିଲାନ୍ସ ତଦନ୍ତ ଧମକରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆଉ ଦାମଙ୍କ ପୁଅଙ୍କୁ ବିଜେଡି ଟିକେଟ୍ ମିଳିବା ବି ପକ୍କା ହୋଇଯିବ ବୋଲି ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe