ଚାଲିଛି ମନଇଚ୍ଛା ଫୋନ୍ ଟ୍ୟାପିଙ୍ଗ୍, ନେତା ଅଫିସର୍‌ଙ୍କ ଉପରେ କଡ଼ା ନଜର୍

କୁଆଡ଼େ ଏହି ନିର୍ଦ୍ଦିଷ୍ଟ କାରଣ ପାଇଁ ସରକାର ଏବେ ନିଜସ୍ୱ ପ୍ରଶାସନିକ କଳର ଅପବ୍ୟବହାର କରିବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି। ମୋବାଇଲ ଫୋନଗୁଡ଼ିକୁ ସ୍କାନରରେ ରଖାଯାଇଥିବାବେଳେ କିଛି ନେତା ହ୍ୱାଟସଅପ୍ ଓ ଟେଲିଗ୍ରାମ୍ ଭଳି ସୋଶାଲ ମିଡିଆ ଆପ୍ଲିକେସନ ମାଧ୍ୟମରେ କଥାବାର୍ତ୍ତା ହେଉଥିବାରୁ ତାକୁ ଟ୍ରାକ୍ କରିବା ପାଇଁ କୁଆଡ଼େ ଏବେ ବୈଷୟିକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର କିଛି ବରିଷ୍ଠ ନେତା ଓ ଅଫିସରଙ୍କ ମୋବାଇଲ ଫୋନକୁ ଏବେ ଟ୍ୟାପିଙ୍ଗ୍ […]

Untitled-1

Untitled-1

Sampad Mahapatra
  • Published: Saturday, 15 September 2018
  • Updated: 15 September 2018, 01:57 PM IST

Sports

Latest News

କୁଆଡ଼େ ଏହି ନିର୍ଦ୍ଦିଷ୍ଟ କାରଣ ପାଇଁ ସରକାର ଏବେ ନିଜସ୍ୱ ପ୍ରଶାସନିକ କଳର ଅପବ୍ୟବହାର କରିବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି। ମୋବାଇଲ ଫୋନଗୁଡ଼ିକୁ ସ୍କାନରରେ ରଖାଯାଇଥିବାବେଳେ କିଛି ନେତା ହ୍ୱାଟସଅପ୍ ଓ ଟେଲିଗ୍ରାମ୍ ଭଳି ସୋଶାଲ ମିଡିଆ ଆପ୍ଲିକେସନ ମାଧ୍ୟମରେ କଥାବାର୍ତ୍ତା ହେଉଥିବାରୁ ତାକୁ ଟ୍ରାକ୍ କରିବା ପାଇଁ କୁଆଡ଼େ ଏବେ ବୈଷୟିକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର କିଛି ବରିଷ୍ଠ ନେତା ଓ ଅଫିସରଙ୍କ ମୋବାଇଲ ଫୋନକୁ ଏବେ ଟ୍ୟାପିଙ୍ଗ୍ କରାଯାଉଛି। ତେବେ କାହା ନିର୍ଦ୍ଦେଶରେ ଓ କେଉଁ କାରଣ ପାଇଁ ଏହି ଟ୍ୟାପିଙ୍ଗ୍ ହେଉଛି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଟେଲିଫୋନ୍ ଟ୍ୟାପିଙ୍ଗ୍ ହେଉଥିବା ନେଇ ଏବେ ନେତା ଓ ଅଫିସରମାନଙ୍କ ମଧ୍ୟରେ କୁଆଡ଼େ ଛନକା ପଶିଛି। ବିଶେଷକରି ବିଜେଡିର କିଛି ନେତା କୁଆଡ଼େ ସେମାନଙ୍କ ମୋବାଇଲ ଫୋନକୁ ସ୍କାନରରେ ରଖାଯାଇଛି ବୋଲି ଆଶଙ୍କା କରୁଛନ୍ତି। ରାଜ୍ୟ ସରକାର ଇତିମଧ୍ୟରେ ଟେଲିଫୋନ୍ ଟ୍ୟାପିଙ୍ଗ୍ ପାଇଁ ଉଦ୍ଦିଷ୍ଟ ନିୟମକୁ ପରିବର୍ତ୍ତନ କରିସାରିଛନ୍ତି।

ଚର୍ଚ୍ଚା ହେଉଛି, ବିଜେଡିର କିଛି ନେତା କୁଆଡ଼େ ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବାରୁ ସେମାନେ ବିଜେପି ସହ ଯୋଗସୂତ୍ରରେ ରହିଛନ୍ତି। କାଳେ ସେମାନଙ୍କୁ ଟିକେଟ୍ ଦିଆନଯିବ ସେହି ଆଶଙ୍କାରେ କିଛି ନେତା କୁଆଡ଼େ ବିଜେଡିରେ ଥାଇ ମଧ୍ୟ ବିଜେପି ଲାଇନରେ କାମ କରିବାରେ ଲାଗି ପଡ଼ିଛନ୍ତି। ବିଜେପି ସହ ଭିତରି ସମ୍ପର୍କ ରଖିଥିବା ନେତାଙ୍କୁ ନେଇ କ୍ଷମତାକେନ୍ଦ୍ରଙ୍କ ପାଖରେ ଖବର ପହଞ୍ଚୁଥିଲେ ମଧ୍ୟ ତା’ର ବଳିଷ୍ଠ ତଥ୍ୟପ୍ରମାଣ ନଥିବାରୁ ସେହି ନେତାମାନଙ୍କୁ ଏନେଇ ପ୍ରଶ୍ନ କରାଯାଇ ପାରୁନି।

ସନ୍ଦେହଘେରରେ ରହୁଥିବା ନେତା ଓ ଅଫିସରଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ନିୟମିତ ବ୍ୟବଧାନରେ କିଛି ନେତା ଓ ଅଫିସରଙ୍କୁ କୁଆଡ଼େ ଏଭଳି ସ୍କାନରରେ ରଖାଯାଉଛି।

ଚର୍ଚ୍ଚା ହେଉଛି କେବଳ ବିଜେଡିର ନୁହେଁ, ଅନ୍ୟ ଦଳର ନେତାମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି। କିଛି ଗୁଇନ୍ଦା ଇନପୁଟ୍ ମିଳିବାମାତ୍ରେ ସେମାନଙ୍କୁ ସର୍ଭେଲାନ୍ସରେ ରଖିବା ପାଇଁ ଜଣେ ନିର୍ଦ୍ଦିଷ୍ଟ ଅଫିସରଙ୍କୁ କୁଆଡ଼େ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି। ସେ କୁଆଡ଼େ ଯେତେବେଳେ ଚାହୁଁଛନ୍ତି, ଯେକୌଣସି ନେତା ଓ ସଚିବଙ୍କ ମୋବାଇଲ ନମ୍ବର ଏବଂ ସେମାନଙ୍କ ଗତିବିଧିକୁ ସ୍କାନରରେ ରଖିପାରୁଛନ୍ତି।

ଆଉ ଏ ସଂକ୍ରାନ୍ତ ରିପୋର୍ଟ ମଧ୍ୟ ସିଏ କୁଆଡ଼େ ନିୟମିତ ଭାବେ ନବୀନଙ୍କ 'ଅନୁଗତ' ଭାବେ ଜଣା ଜଣେ ଉଚ୍ଚ ପୁଲିସ୍ ଅଧିକାରୀଙ୍କ ପାଖକୁ ପଠାଉଛନ୍ତି। ସରକାରୀ ଭାବେ ଯେତିକି ଟ୍ୟାପିଙ୍ଗ୍ ହେବା କଥା ଏବେ ତା’ଠୁ ଢେରଗୁଣ ଅଧିକ ସଂଖ୍ୟାରେ ଏବଂ ମନଇଚ୍ଛା ମୋବାଇଲ ଫୋନ୍ ଟ୍ୟାପିଙ୍ଗ୍ ଚାଲିଛି ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story