Advertisment

ବିୟର ପ୍ଲାଣ୍ଟ ପାଇଁ ଡିଲ୍ କରିଛନ୍ତି କେଉଁ ଦୁଇ ମନ୍ତ୍ରୀ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳର ବଳରାମପୁର ଅଞ୍ଚଳରେ କୋଲକାତାର ଏକ କମ୍ପାନୀର ବିୟର ପ୍ଲାଣ୍ଟ ନିର୍ମାଣ ପାଇଁ ୨ଜଣ ମନ୍ତ୍ରୀଙ୍କ ମାତ୍ରାଧିକ ଚାପ ଯୋଗୁ ସରକାରୀ ସ୍ତରରେ କୁଆଡ଼େ ଆବଶ୍ୟକତାଠୁ ଅଧିକ ତତ୍ପରତା ପ୍ରକାଶ ପାଇଥିଲା ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, କୋଲକାତାର ଏକ ରିଏଲ ଇଷ୍ଟେଟ୍ ବ୍ୟବସାୟ ସହ ଜଡ଼ିତ ଏହି କମ୍ପାନୀ କୁଆଡ଼େ ରାଜ୍ୟର ୨ଜଣ ମନ୍ତ୍ରୀ ଓ ସ୍ଥାନୀୟ ବିଜେଡିର ଜଣେ ନେତାଙ୍କୁ ପ୍ରଭାବିତ କରି ନିଜର ପ୍ରକଳ୍ପ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ […]

ବିୟର ପ୍ଲାଣ୍ଟ  ପାଇଁ ଡିଲ୍ କରିଛନ୍ତି କେଉଁ ଦୁଇ ମନ୍ତ୍ରୀ ?

CARTOON_ FINAL

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳର ବଳରାମପୁର ଅଞ୍ଚଳରେ କୋଲକାତାର ଏକ କମ୍ପାନୀର ବିୟର ପ୍ଲାଣ୍ଟ ନିର୍ମାଣ ପାଇଁ ୨ଜଣ ମନ୍ତ୍ରୀଙ୍କ ମାତ୍ରାଧିକ ଚାପ ଯୋଗୁ ସରକାରୀ ସ୍ତରରେ କୁଆଡ଼େ ଆବଶ୍ୟକତାଠୁ ଅଧିକ ତତ୍ପରତା ପ୍ରକାଶ ପାଇଥିଲା ବୋଲି ଚର୍ଚ୍ଚା।

Advertisment

ଶୁଣିବାକୁ ମିଳୁଛି, କୋଲକାତାର ଏକ ରିଏଲ ଇଷ୍ଟେଟ୍ ବ୍ୟବସାୟ ସହ ଜଡ଼ିତ ଏହି କମ୍ପାନୀ କୁଆଡ଼େ ରାଜ୍ୟର ୨ଜଣ ମନ୍ତ୍ରୀ ଓ ସ୍ଥାନୀୟ ବିଜେଡିର ଜଣେ ନେତାଙ୍କୁ ପ୍ରଭାବିତ କରି ନିଜର ପ୍ରକଳ୍ପ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିଲା। ନଭେମ୍ବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆଉ ଶିଳାନ୍ୟାସ ଉତ୍ସବର ୧୦ଦିନ ନ ପୂରୁଣୁ ପୁଲିସ ପ୍ରଶାସନ ଉପସ୍ଥିତିରେ ସେଠାରେ ବର୍ଷବର୍ଷ ଧରି ରହିଥିବା ଶାଳ ଜଙ୍ଗଲକୁ କଟାଯାଇଥିଲା। ଅବଶ୍ୟ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହି ପ୍ରକଳ୍ପର ସ୍ଥାନ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏବେ ଘୋଷଣା କରିଛନ୍ତି।

ତେବେ ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀ ନିଜକୁ ସବୁଜପ୍ରେମୀ ବୋଲି ଦାବି କରିବା ସହ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍ ହକିକୁ ‘ସବୁଜିମା’ର ବ୍ରାଣ୍ଡ ପିନ୍ଧାଇବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟର ସବୁ ନଦୀ କୂଳରେ ଗଛ ଲଗାଇବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏପଟେ ଗୋଟିଏ ମଦ କମ୍ପାନୀ ସ୍ଥାପନ କରିବା ପାଇଁ ଦୀର୍ଘ ବର୍ଷର ପୁରୁଣା ଜଙ୍ଗଲକୁ କାଟି ସଫା କରିବାକୁ ହାତ କାଟି ଅନୁମତି ଦେଇଛନ୍ତି।

Advertisment

ଶୁଣିବାକୁ ମିଳୁଛି, ଓଡ଼ପଡ଼ା ବ୍ଲକ୍ ଝିଙ୍କରଗାଡ଼ି ପାହାଡ଼ ନିକଟସ୍ଥ ବଳରାମପୁର ଅଞ୍ଚଳର ଲୋକମାନେ ଯଦି ଏହି ଗଛକଟାକୁ ବିରୋଧ କରିନଥାନ୍ତେ ତା’ହେଲେ କୁଆଡ଼େ ୫-୭ହଜାର ବଢ଼ିଲା ଗଛକୁ ମଦ କମ୍ପାନୀ ସ୍ଥାପନ ପାଇଁ କଟା ଯାଇଥାନ୍ତା।

ଚର୍ଚ୍ଚା ହେଉଛି, ଏହି ବିୟର ପ୍ଲାଣ୍ଟ ସ୍ଥାପନ ନିମନ୍ତେ କୋଲକାତାର ସମ୍ପୃକ୍ତ ସଂସ୍ଥା କୁଆଡ଼େ ରାଜ୍ୟର ୨ଜଣ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ଓ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଯୁବନେତାଙ୍କ ସହ ଡିଲ୍ କରିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବିଜେଡି ନେତାଙ୍କୁ ମଧ୍ୟ ଏହି ଡିଲରେ ସାମିଲ କରାଯାଇଥିଲା। ୨ଜଣ ମନ୍ତ୍ରୀଙ୍କ ପୁଅ କୁଆଡ଼େ ଏସବୁ ଡିଲ୍ କରାଇଥିଲେ। ମନ୍ତ୍ରୀମାନଙ୍କ ଚାପରେ କୁଆଡ଼େ ଜିଲ୍ଲା ପ୍ରଶାସନ ଚେପା ହୋଇଯାଇ ମଦ କମ୍ପାନୀ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଅଣ୍ଟା ଭିଡ଼ିଥିଲା।

ଶୁଣିବା କଥା ହେଉଛି, ଏହି ଦୁଇ ମନ୍ତ୍ରୀଙ୍କ ପୁଅ କୁଆଡ଼େ କୋଲକାତାରେ ରିଏଲ ଇଷ୍ଟେଟ୍ ବିଜିନେସ୍ କରୁଛନ୍ତି। ଢେଙ୍କାନାଳରେ ମଦ କମ୍ପାନୀ କରିବା ପାଇଁ ସରକାରୀ ଅନୁମତି ପାଇଥିବା ସଂସ୍ଥା କୁଆଡ଼େ କୋଲକାତାରେ ରିଏଲ ଇଷ୍ଟେଟ୍ ବିଜିନେସ୍ ସହ ଜଡ଼ିତ। କୋଲକାତାରେ ରିଏଲ ଇଷ୍ଟେଟ୍ ବିଜିନେସରୁ ଗଢ଼ି ଉଠିଥିବା ସମ୍ପର୍କ ଯୋଗୁ ଏହି ଦୁଇ ମନ୍ତ୍ରୀ ପୁଅଙ୍କ ମାଧ୍ୟମରେ ସମ୍ପୃକ୍ତ ମଦ କମ୍ପାନୀ ଓଡ଼ିଶାରେ ପ୍ରବେଶ କରିଥିଲା। ପ୍ରକଳ୍ପକୁ ଅନୁମୋଦନଠୁ ଆରମ୍ଭ କରି ଶିଳାନ୍ୟାସ ପର୍ଯ୍ୟନ୍ତ ସବୁକିଛି କୁଆଡ଼େ ଏହି ଦୁଇ ମନ୍ତ୍ରୀଙ୍କ ଯୋଗୁ ତ୍ୱରିତ୍ ଗତିରେ ହୋଇପାରିଥିଲା। ଆଉ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ବଦନାମ ହୋଇଯିବା ଭୟ ମୁଖ୍ୟମନ୍ତ୍ରୀଙ୍କୁ ଘାରିଥିଲା। ତେଣୁ ସେ ବ୍ୟସ୍ତ ହୋଇ ଏ ପ୍ରକଳ୍ପ ପାଇଁ କିଏ ସୁପାରିସ କରିଥିଲା ବୋଲି ଜାଣିବାକୁ ଚାହିଁଥିଲେ। ଏଥିରେ ୨ ମନ୍ତ୍ରୀଙ୍କ ସମ୍ପୃକ୍ତି ଜାଣିବା ପରେ ପ୍ରକଳ୍ପର ପ୍ରସ୍ତାବିତ ସ୍ଥାନକୁ ବାତିଲ କରିବା ସହ ଏହାକୁ ‘ହୋଲଡ୍’ରେ ରଖିବାକୁ କହିଛନ୍ତି।

ତେବେ ଏହି ଘଟଣାରୁ ନବୀନ ସରକାର କେମିତି ଚାଲିଛି, ସେକଥା ଜଳଜଳ ହୋଇ ଦିଶୁଛି ବୋଲି ଚାରିଆଡ଼େ ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe