Advertisment

CMRF ମାଲକାନଗିରି ହିଂସା ପ୍ରଭାବିତଙ୍କ ପାଇଁ ୪.୬୫କୋଟି ଟଙ୍କା କ୍ଷତିପୂରଣ ମଞ୍ଜୁର

ଏମଭି-୨୬ ଗ୍ରାମର କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ୪କୋଟି ୬୫ ଲକ୍ଷ ୪୭ ହଜାର ୨୬୯ ଟଙ୍କା ମଞ୍ଜୁର କରାଯାଇଛି। ଜଣେ ଆଦିବାସୀ ମହିଳାଙ୍କ ମୁଣ୍ଡବିହୀନ ଶରୀର ମିଳିବା ପରେ ସେଠାରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା।

MV26
Advertisment

ମାଲକାନଗିରି ଜିଲ୍ଲାରେ ହିଂସା ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାର ୪.୬୫ କୋଟିରୁ ଅଧିକ ଟଙ୍କା କ୍ଷତିପୂରଣ ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ବରାଦ କରାଯାଇଛି ଓ ତୁରନ୍ତ ପ୍ରଭାବିତ ଲୋକଙ୍କୁ ବଂଟନ ନିମନ୍ତେ ମାଲକାନଗିରି ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଡିସେମ୍ବର ମାସ ୭ ଓ ୮ତାରିଖରେ ରାଖେଲଗୁଡ଼ା ଓ ଏମଭି-୨୬ ଗାଁରେ ଅପ୍ରୀତିକର ପରସ୍ଥିତି ଓ ହିଂସାକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

Advertisment

ସୂଚନା ଅନୁସାରେ, ଏମଭି-୨୬ ଗ୍ରାମର କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (CMRF)ରୁ ୪କୋଟି ୬୫ ଲକ୍ଷ ୪୭ ହଜାର ୨୬୯ ଟଙ୍କା ମଞ୍ଜୁର କରାଯାଇଛି। ଜଣେ ଆଦିବାସୀ ମହିଳାଙ୍କ ମୁଣ୍ଡବିହୀନ ଶରୀର ମିଳିବା ପରେ ସେଠାରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସାକାଣ୍ଡ(Malkangiri clash) ଘଟିଥିଲା। ଏହି କ୍ଷତିପୂରଣ ଅର୍ଥରାଶି ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ହୋଇଥିବା ୪.୬୫କୋଟି ଟଙ୍କା ମଧ୍ୟରୁ ୩କୋଟି ୩୪ଲକ୍ଷ ୮୭ହଜାର୬୪୬ଟଙ୍କା ଘରୋଇ ସାମଗ୍ରୀ, ଗୃହପାଳିତ ପଶୁ ଓ ଯାନବାହନ କ୍ଷତି ନିମନ୍ତେ ବଂଟନ କରାଯିବ। ହିଂସାରେ ଭାଙ୍ଗିଯାଇଥିବା ଦୋକାନ, ଘର ଓ ଅନ୍ୟାନ୍ୟ କୋଠାର ମରାମତି ପାଇଁ ୧କୋଟି ୧୦ଲକ୍ଷ ୫୯ହଜାର ୬୨୩ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

Advertisment

ସେହିପରି ରାଖେଲଗୁଡ଼ା ଗାଁର ମୃତ ଲାକେ ପୋଡ଼ିଆମିଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଏହି କ୍ଷତିପୂରଣ ବଂଟନ ପ୍ରକ୍ରିୟାକୁ ତ୍ୱରିତ୍ ଓ ପାରଦର୍ଶୀ କରିବା ନିମନ୍ତେ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ ଅର୍ଥ ହିତାଧିକାରୀଙ୍କୁ ହସ୍ତାନ୍ତର କରିବା ପରେ ଏହାର ବିନିଯୋଗ ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିର ୱେବପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ , ଗତବର୍ଷ ଡିସେମ୍ବର ମାସ ୭ ଓ ୮ତାରିଖରେ ରାଖେଲଗୁଡ଼ା ଓ ଏମଭି-୨୬ ଗାଁରେ ଘଟିଥିବା ହିଂସାକାଣ୍ଡରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଉଚ୍ଚସ୍ତରୀୟ କମିଟି ଗଠନ କରି ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ଡିସେମ୍ବର ୩୦ତାରିଖରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ।

Malkangiri clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe