ସମ୍ପତ୍ତି ତାଲିକା ଦେଉନାହାନ୍ତି ସରକାରୀ କର୍ମଚାରୀ, ପୁଣି ବଢ଼ିଲା ଦାଖଲ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାବିନେଟ୍ ନିଷ୍ପତ୍ତି , ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ନିୟମାବଳୀରେ ଆବଶ୍ୟକ ସଂଶୋଧନ ସତ୍ତ୍ୱେ ରାଜ୍ୟର ସରକାରୀ କର୍ମଚାରୀମାନେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରୁନାହାନ୍ତି। ୨୦୨୨ ମସିହା ଶେଷ ହେବାକୁ ଆଉ ମାତ୍ର ୨ମାସ ବାକି ରହିଥିଲେ ବି ୨୦୨୧ ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ଅବଧିର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବାକୁ ସରକାରୀ କର୍ମଚାରୀମାନେ ଏପର୍ଯ୍ୟନ୍ତ ଆନ୍ତରିକତା ଦେଖାଇନାହାନ୍ତି । ଯେଉଁଥିପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଆଜି ପୁଣିଥରେ ସମସ୍ତ […]

lokseba-bhaban

lokseba-bhaban

Ordigital Desk
  • Published: Wednesday, 26 October 2022
  • Updated: 26 October 2022, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାବିନେଟ୍ ନିଷ୍ପତ୍ତି , ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ନିୟମାବଳୀରେ ଆବଶ୍ୟକ ସଂଶୋଧନ ସତ୍ତ୍ୱେ ରାଜ୍ୟର ସରକାରୀ କର୍ମଚାରୀମାନେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରୁନାହାନ୍ତି। ୨୦୨୨ ମସିହା ଶେଷ ହେବାକୁ ଆଉ ମାତ୍ର ୨ମାସ ବାକି ରହିଥିଲେ ବି ୨୦୨୧ ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ଅବଧିର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବାକୁ ସରକାରୀ କର୍ମଚାରୀମାନେ ଏପର୍ଯ୍ୟନ୍ତ ଆନ୍ତରିକତା ଦେଖାଇନାହାନ୍ତି । ଯେଉଁଥିପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଆଜି ପୁଣିଥରେ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ବହୁ ସଂଖ୍ୟକ କର୍ମଚାରୀ ଏପର୍ଯ୍ୟନ୍ତ ସେମାନଙ୍କର ସମ୍ପତ୍ତି ବିବରଣୀ ଦାଖଲ କରିନଥିବା ଦର୍ଶାଇବା ସହ ସମ୍ପତ୍ତି ବିବରଣୀ ଦାଖଲ ତାରିଖ ଅବଧିକୁ ପୁଣିଥରେ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପ୍ରତିବର୍ଷ ଜାନୁୟାରୀ ୩୧ତାରିଖ ସୁଦ୍ଧା ସମ୍ପତ୍ତି ବିବରଣୀ ଦାଖଲ କରିବାର ପ୍ରାବଧାନ ଥିବା ସତ୍ତ୍ୱେ କର୍ମଚାରୀମାନଙ୍କ ସୁବିଧା ନିମନ୍ତେ ସରକାର କ୍ରମାଗତ ଭାବେ ୩ଥରରେ ଏହି ଅବଧିକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ସାଧାରଣ ପ୍ରଶାସନ ବିଭାଗର ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ତାଲିକାକୁ ପ୍ରତିବର୍ଷ ଜାନୁୟାରୀ ୩୧ତାରିଖ ପୂର୍ବରୁ ଅନଲାଇନ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଏଚଆରଏମଏସ୍ ପୋର୍ଟାଲରେ ଅପଲୋଡ୍ କରିବାର ନିୟମ ରହିଛି । ଏଥିପାଇଁ ରାଜ୍ୟ ସରକାର କ୍ୟାବିନେଟରେ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ(ସଂଶୋଧନ) ନିୟମାବଳୀ-୨୦୨୧କୁ ଅନୁମୋଦନ କରାଇବା ସହ ପ୍ରତ୍ୟେକ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲକୁ ବାଧ୍ୟତାମୂଳକ କରିଥିଲେ । କିନ୍ତୁ ପରିତାପର ବିଷୟ, ୨୦୨୧ ମସିହାର ବାର୍ଷିକ ସମ୍ପତ୍ତି ବିବରଣୀ ତାଲିକାକୁ କର୍ମଚାରୀମାନେ ୨୦୨୨ ଜାନୁୟାରୀ ୩୧ତାରିଖ ସୁଦ୍ଧା ଦାଖଲ କରିବାର ପ୍ରାବଧାନକୁ ଗୁରୁତ୍ୱ ଦେଇନଥିଲେ।

ଯେଉଁଥିପାଇଁ ସରକାର ୩ଟି ପର୍ଯ୍ୟାୟରେ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରିଥିଲେ। କିନ୍ତୁ ବାରମ୍ବାର ଅବଧି ବୃଦ୍ଧିର ପ୍ରଭାବ ସରକାରୀ କର୍ମଚାରୀମାନଙ୍କ ଉପରେ ପଡ଼ିନି ଓ ଏବେବି ବହୁ ସଂଖ୍ୟକ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିନାହାନ୍ତି ବୋଲି ସାଧାରଣ ପ୍ରଶାସନ ବିଭାଗ କହିଛି। ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲକୁ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ପ୍ରାକ୍ ଯୋଗ୍ୟତା ଭାବେ ବିବେଚନା କରାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ବର୍ଦ୍ଧିତ ଅବଧି ଶେଷ ହେବାକୁ ଅପେକ୍ଷା ନକରି ତା’ପୂର୍ବରୁ କର୍ମଚାରୀମାନେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପରାମର୍ଶ ଦେଇଛି।

ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୩୩୦୦୬ଜଣ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ରାଜ୍ୟ ସରକାରୀ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୩୯୪୧୯ଜଣ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି । ସେଥିରେ ସର୍ବାଧିକ ୨୫୮୭ଜଣ ପଂଚାୟତିରାଜ ବିଭାଗ ଓ ୨୫୩୨ଜଣ ଜଳସମ୍ପଦ ବିଭାଗର କର୍ମଚାରୀ ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ, ସରପଂଚଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ ମଧ୍ୟ ଲୋକ ପ୍ରତିନିଧିମାନେ ସେମାନଙ୍କର ସମ୍ପତ୍ତି ବିବରଣୀ ଦାଖଲ କରିବା କେବଳ ଭାଷଣବାଜିରେ ସୀମିତ ହୋଇ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story