Advertisment

ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି କି? ସାବଧାନ ରହନ୍ତୁ, ନଚେତ୍ ମହଙ୍ଗା ପଡ଼ିପାରେ

ନୂଆଦିଲ୍ଲୀ: ଗୁଗୁଲ୍ କ୍ରୋମ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ଲୋକପ୍ରିୟ ୱେବ୍ ବ୍ରାଉଜକୁ ନେଇ ସରକାରୀ ଏଜେନ୍ସି ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏମିତିକି ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ୱେବ୍ ବ୍ରାଉଜର ପାଲଟିଛି ଗୁଗୁଲ୍ କ୍ରୋମ୍। ଏମିତିକି ୟୁଜର୍ସମାନେ ବିଭିନ୍ନ କାମ ପାଇଁ ଗୁଗୁଲ୍ କ୍ରୋମ୍ ଉପରେ ଭରସା କରିଥାନ୍ତି। ହେଲେ ଏବେ ଇଣ୍ଡିଆନ୍‌ କମ୍ପ୍ୟୁଟର ଇମରଜେନ୍ସି ରେସ୍‌ପନ୍ସ ଟିମ୍‌ (CERT-In) ପକ୍ଷରୁ ୟୁଜରମାନଙ୍କୁ ଚେତାବନୀ […]

author-image
Sonali Kabi
ଅଦ୍ୟତନ ହୋଇଛି
ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି କି? ସାବଧାନ ରହନ୍ତୁ, ନଚେତ୍ ମହଙ୍ଗା ପଡ଼ିପାରେ

google chrome

ନୂଆଦିଲ୍ଲୀ: ଗୁଗୁଲ୍ କ୍ରୋମ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ଲୋକପ୍ରିୟ ୱେବ୍ ବ୍ରାଉଜକୁ ନେଇ ସରକାରୀ ଏଜେନ୍ସି ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏମିତିକି ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି।

Advertisment

ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ୱେବ୍ ବ୍ରାଉଜର ପାଲଟିଛି ଗୁଗୁଲ୍ କ୍ରୋମ୍। ଏମିତିକି ୟୁଜର୍ସମାନେ ବିଭିନ୍ନ କାମ ପାଇଁ ଗୁଗୁଲ୍ କ୍ରୋମ୍ ଉପରେ ଭରସା କରିଥାନ୍ତି। ହେଲେ ଏବେ ଇଣ୍ଡିଆନ୍‌ କମ୍ପ୍ୟୁଟର ଇମରଜେନ୍ସି ରେସ୍‌ପନ୍ସ ଟିମ୍‌ (CERT-In) ପକ୍ଷରୁ ୟୁଜରମାନଙ୍କୁ ଚେତାବନୀ ଦିଆଯାଇଛି। ଆଇଟି ମନ୍ତ୍ରାଳୟ ଅଧୀନରେ CERT-In ରହିଛି।

ସୂଚନାଯୋଗ୍ୟ, ଗୁଗୁଲ୍ କ୍ରୋମ୍‌ରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଫଳରେ ହ୍ୟାକରମାନେ ଅତି ସହଜରେ ୟୁଜର୍ସଙ୍କ କମ୍ପ୍ୟୁଟରର ଆକ୍ସେସ୍‌ କରିବା ସହ ତାଙ୍କ ଗୋପନୀୟ ତଥ୍ୟ ଚୋରାଇ ପାରିବେ। ଏହାସହ ହ୍ୟାକରମାନେ ଟାର୍ଗେଟେଡ୍‌ ସିଷ୍ଟମ୍‌ରେ ସ୍ପେଶାଲ କ୍ରାଫ୍ଟେଡ୍‌ ରିକ୍ୱେଷ୍ଟ୍‍ ପଠାଇ ପାରିବେ ଏବଂ ପରେ ହ୍ୟାକର୍ସ ଅର୍ବିଟ୍ରାରୀ କୋଡ୍‌ କାର୍ଯ୍ୟକାରୀ କରିପାରିବେ। ଏମାନେ ଟାର୍ଗେଟେଡ୍‌ ସିଷ୍ଟମ୍‌ର ସିକ୍ୟୁରିଟି ରେଷ୍ଟ୍ରିକ୍ସନକୁ ମଧ୍ୟ ବାଇପାସ୍‌ କରିପାରିବେ। ହେଲେ ଆଶ୍ୱସ୍ତିକର ଖବର ହେଉଛି ହ୍ୟାକ୍ ସୂଚନା ପାଇବା ପରେ କମ୍ପାନୀ ତ୍ରୁଟିଗୁଡ଼ିକୁ ଫିକ୍ସ କରି ଦେଇଛି।

Advertisment

ହ୍ୟାକ୍‌ରୁ କେମିତି ବଞ୍ଚିବେ ?

ଯଦି ଆପଣ ହ୍ୟାକ୍‌ରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ୟୁଜରଙ୍କୁ Google Chrome ଆପ୍‌କୁ ଲଗାତାର ଅପଡେଟ୍‌ କରିବାକୁ ପଡ଼ିବ। ଯଦି ଆପଣ ପୁରୁଣା ଡେସ୍କଟପ୍‌ ଭର୍ସନ ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ଅପ୍‌ଡେଟ୍ କରିଦିଅନ୍ତୁ।