Advertisment

ନଭେମ୍ବରରେ ବି ଶନିବାର ବନ୍ଦ ରହିବ ସବୁ ସରକାରୀ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିଲେ ମଧ୍ୟ କଟକ ଓ ଭୁବନେଶ୍ୱରରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ପରିଚାଳନା କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ନଭେମ୍ବର ମାସର ସବୁ ଶନିବାର ବନ୍ଦ ରହିବ। ନଭେମ୍ବର ମାସରେ ସରକାରୀ ଅଫିସ୍ କିଭଳି ଚାଲିବ ସେ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ରାଜ୍ୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସମ୍ପତ୍ତି ତାଲିକା ଦାଖଲ ହେଲା ଜରୁରୀ

office

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିଲେ ମଧ୍ୟ କଟକ ଓ ଭୁବନେଶ୍ୱରରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ପରିଚାଳନା କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ନଭେମ୍ବର ମାସର ସବୁ ଶନିବାର ବନ୍ଦ ରହିବ।

Advertisment

ନଭେମ୍ବର ମାସରେ ସରକାରୀ ଅଫିସ୍ କିଭଳି ଚାଲିବ ସେ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ ଭୁବନେଶ୍ୱର ଓ କଟକରେ ଥିବା ବିଭାଗୀୟ ଦପ୍ତର ଓ ମୁଖ୍ୟ ଅଫିସରେ ପ୍ରଥମ ଶ୍ରେଣୀ ବର୍ଗର ଅଫିସରଙ୍କୁ ମିଶାଇ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ଅଫିସ୍ କାର୍ଯ୍ୟ ଯେଭଳି ପ୍ରଭାବିତ ନହେବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଫିସକୁ କେଉଁ କର୍ମଚାରୀ ଆସିବେ ତାହା ବିଭାଗୀୟ ମୁଖ୍ୟ ବା ସଚିବ ନିର୍ଦ୍ଧାରଣ କରିବେ। ତେବେ ଓସଡମା, ଏସଆରସି ଅଫିସ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସପାଲ ସେବା ଆଦି ଯୋଗାଉଥିବା ଅଫିସଗୁଡ଼ିକର ଶତପ୍ରତିଶତ କର୍ମଚାରୀଙ୍କୁ ଆସିବାକୁ ପଡ଼ିବ।

କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ୨୦୨୦ ଜୁନ୍ ୮ତାରିଖରେ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସେହିପରି ଯଦି ଅଫିସରେ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେଉଛି ତା’ହେଲେ ଜୁଲାଇ ୨୩ତାରିଖରେ ଜାରି ପ୍ରୋଟୋକଲକୁ ପାଳନ କରିବାକୁ କୁହାଯାଇଛି।

Advertisment

ଯେଉଁ କର୍ମଚାରୀ ଓ ଅଫିସରମାନଙ୍କୁ ଭିପିଏନ୍ ସୁବିଧା ଦିଆଯାଇଛି, ସେମାନେ ନିଜର ରୋଷ୍ଟର ଡ୍ୟୁଟି ନଥିବାବେଳେ ଘରେ ରହି କାମ କରିବେ। ଜରୁରୀ ପଡ଼ିଲେ ସେମାନେ ସ୍ପଳ୍ପ ନୋଟିସ ଅବା ଟେଲିଫୋନ୍ ଖବର ପାଇଁ ଅଫିସ୍ ଆସିବାକୁ ବାଧ୍ୟ। ନିଜର ଅଧସ୍ତନ ଅଫିସ୍ ଓ କ୍ଷେତ୍ରୀୟ ଅଫିସଗୁଡ଼ିକ କିଭଳି ଚାଲିବ ତାହା ସେମାନଙ୍କର ପ୍ରଶାସନିକ ବିଭାଗ ସ୍ଥିର କରିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

COVID Guideline