ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ସରକାରୀ କାର୍ଯ୍ୟ ଠପ୍‌

ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନିଷ୍ଠ ସହାୟକମାନେ ନିଜର ଗ୍ରେଡ ପେ’କୁ ୧୯୦୦ରୁ ୪୨୦୦ଟଙ୍କାକୁ ବୃଦ୍ଧି  ଦାବିରେ ଧାରଣାରେ ବସିଛନ୍ତି ।

ଜଳେଶ୍ୱରରେ ଅମଲାମାନେ ଧାରଣାରେ ବସିଛନ୍ତି

  • Published: Thursday, 01 June 2023
  • , Updated: 01 June 2023, 10:28 PM IST

ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ(ଅମଲା)ଙ୍କ ପ୍ରବେଶିକା ଦରମା ଓ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ଆଜିଠୁ ଜିଲ୍ଲାସ୍ତରୀୟ ସରକାରୀ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ଏଥିଯୋଗୁ ବିଭିନ୍ନ ସରକାରୀ ଅଫିସରେ ସରକାରୀ କାର୍ଯ୍ୟ ଠପ୍ ହୋଇପଡ଼ିଛି । କନିଷ୍ଠ ସହାୟକଙ୍କ ପ୍ରବେଶିକା ଦରମା ହାର ଲେଭଲ-୪ରୁ ଲେଭଲ-୯କୁ ବୃ୍‌ଦ୍ଧି ସହ ୪୨୦୦ଟଙ୍କାର ଗ୍ରେଡ୍ ପେ’ ଦାବି କରି ଅମଲାମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସୂଚନା ଅନୁସାରେ, ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନିଷ୍ଠ ସହାୟକମାନେ ନିଜର ଗ୍ରେଡ ପେ’କୁ ୧୯୦୦ରୁ ୪୨୦୦ଟଙ୍କାକୁ ବୃଦ୍ଧି  ଦାବିରେ ଧାରଣାରେ ବସିଛନ୍ତି । ଓଡ଼ିଶା ମିନିଷ୍ଟ୍ରିଆଲ ଅଫିସର୍ସ ଆସୋସିଏସନ୍ ମଧ୍ୟ ବେତନ ହାର- ଲେଭଲ ୯ ସହ ଗ୍ରେଡ୍ ପେ ଦାବି କରିଛି । କର୍ମଚାରୀମାନେ ସମୂହ ଛୁଟିରେ ଯାଇଥିବାରୁ ଜିଲ୍ଲାସ୍ତରରେ ଅଧିକାଂଶ ଅଫିସରେ ସରକାରୀ କାର୍ଯ୍ୟ ଠପ୍ ହୋଇପଡ଼ିଛି । ରାଜ୍ୟବ୍ୟାପୀ ମିନିଷ୍ଟ୍ରିଆଲ ଅଫିସର୍ସ ଆସୋସିଏସନ୍ ସଦସ୍ୟମାନେ ମଧ୍ୟ ସରକାରୀ କାର୍ଯ୍ୟ ପ୍ରଭାବିତ ହୋଇଛି ।

ରାଜ୍ୟ ସରକାରଙ୍କ ପାଖରେ କର୍ମଚାରୀ ସଂଘ ଗତମାସ ଏପ୍ରିଲରେ ନିଜର ଦାବି ରଖିଥିଲା । ମେ’ ୨୨ରୁ ୩୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ଅମଲାମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ପରେ ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ନଦେବାରୁ ସେମାନେ ଆଜିଠୁ ସମୂହ ଛୁଟିରେ ଯାଇଛନ୍ତି । କର୍ମଚାରୀ ସଂଘର ନେତାମାନଙ୍କ ଦାବି ଅନୁସାରେ, ପେର୍ଯ୍ୟନ୍ତ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଗ୍ରହଣ କରିନାହାନ୍ତି, ଆନ୍ଦୋଳନ ପ୍ରତ୍ୟାହାର କରାଯିବାର ପ୍ରଶ୍ନ ଉଠୁନି । ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ରହିବ ଓ ଆବଶ୍ୟକ ପଡ଼ିଲେ ରାଜଧାନୀ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର ଅଧ୍ୟକ୍ଷ ନାରାୟଣ ଦାଶ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

Related story