Advertisment

ପ୍ରଫେସର ହରିହର ହୋତା ହେଲେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ଦେଇଛନ୍ତି। ରାଜଭବନ ପକ୍ଷରୁ ମିଳିଥବା ସୂଚନା ଅନୁସାରେ ଏବେ ଆଇଆଇଟି ରୁରକିରେ କାର୍ଯ୍ୟରତ ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଚକ୍ରପାଣି ୨୦୦୮ ଏପ୍ରିଲରୁ ରୁରକିରେ ଅଧ୍ୟାପନା କରୁଛନ୍ତି। ୨୩ ବର୍ଷ ଧରି ସେ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୧୯୬୩ ମେ’ ୧୮ […]

ପ୍ରଫେସର ହରିହର ହୋତା ହେଲେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି

jagannath-sanskriti

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ଦେଇଛନ୍ତି।

Advertisment

ରାଜଭବନ ପକ୍ଷରୁ ମିଳିଥବା ସୂଚନା ଅନୁସାରେ ଏବେ ଆଇଆଇଟି ରୁରକିରେ କାର୍ଯ୍ୟରତ ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଚକ୍ରପାଣି ୨୦୦୮ ଏପ୍ରିଲରୁ ରୁରକିରେ ଅଧ୍ୟାପନା କରୁଛନ୍ତି। ୨୩ ବର୍ଷ ଧରି ସେ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୧୯୬୩ ମେ’ ୧୮ ତାରିଖରେ ଜନ୍ମିତ ପ୍ରଫେସର ଚକ୍ରପାଣି ଆମେରିକାର ଡେଲାୱର ବିଶ୍ୱବିଦ୍ୟାଳୟରୁ ମେରାଇନ୍ ସାଇନ୍ସରେ ପୋଷ୍ଟ ଡକ୍ଟରେଟ୍, ଜେଏନୟୁରୁ ଜିଓସାଇନ୍ସରେ ପିଏଚଡି ଓ ଏନଭର୍ଣ୍ଣାମେଣ୍ଟାଲ ସାଇନ୍ସରେ ଏମଫିଏଲ୍ ଶିକ୍ଷା ହାସଲ କରିଛନ୍ତି।

ସେହିପରି ପ୍ରଫେସର ହରିହର ହୋତାଙ୍କୁ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି। ପ୍ରଫେସର ହୋତା ଏବେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର ପିଜିଟି କାଉନସିଲ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଫେସର ହୋତା ପଞ୍ଜାବ ଟେକ୍ନିକାଲ ବିଶ୍ୱବିଦ୍ୟାଳୟରୁ ଏମବିଏ, ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ପିଏଚଡି ଭାବେ ଶିକ୍ଷାଲାଭ କରିଛନ୍ତି। ପ୍ରଫେସର ହୋତାଙ୍କର ଶିକ୍ଷାଦାନ କ୍ଷେତ୍ରରେ ୩୦ବର୍ଷର ଅଭିଜ୍ଞତା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe