Advertisment

ଡଃ ମହତାବଙ୍କ ବିରଳ ତଥ୍ୟ ଓ ଫଟୋଚିତ୍ର ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଣ୍ଡନରୁ ଆସିଥିବା ଡଃ. ହରେକୃଷ୍ଣ ମହତାବଙ୍କ ବିରଳ ଫଟୋଚିତ୍ର ସମ୍ବଳିତ ଏକ ସ୍ୱତନ୍ତ୍ର ଟେବୁଲ କ୍ୟାଲେଣ୍ଡର “Truly International”କୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ରାଜଭବନଠାରେ ଉନ୍ମୋଚନ କରିଛନ୍ତି । ଏହି ବିରଳ ଟେବୁଲ କ୍ୟାଲେଣ୍ଡରରେ ଥିବା ନୂତନ ତଥ୍ୟ ସହ ଫଟୋଚିତ୍ର ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଡଃ. ମହତାବ୍ ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ସହ ଦୁଇମାସ ବିତାଇବା କାଳର ଫଟୋଚିତ୍ର, ଜନ ଏଫ କେନେଡି, ଇଂଲଣ୍ଡର ରାଣୀ ଏଲିଜାବେଥ ଦୁଇ, […]

author-image
Manoranjan Sial
ଡଃ ମହତାବଙ୍କ ବିରଳ ତଥ୍ୟ ଓ ଫଟୋଚିତ୍ର ଉନ୍ମୋଚନ କଲେ ରାଜ୍ୟପାଳ

ganese-lal

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଣ୍ଡନରୁ ଆସିଥିବା ଡଃ. ହରେକୃଷ୍ଣ ମହତାବଙ୍କ ବିରଳ ଫଟୋଚିତ୍ର ସମ୍ବଳିତ ଏକ ସ୍ୱତନ୍ତ୍ର ଟେବୁଲ କ୍ୟାଲେଣ୍ଡର “Truly International”କୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ରାଜଭବନଠାରେ ଉନ୍ମୋଚନ କରିଛନ୍ତି । ଏହି ବିରଳ ଟେବୁଲ କ୍ୟାଲେଣ୍ଡରରେ ଥିବା ନୂତନ ତଥ୍ୟ ସହ ଫଟୋଚିତ୍ର ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଡଃ. ମହତାବ୍ ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ସହ ଦୁଇମାସ ବିତାଇବା କାଳର ଫଟୋଚିତ୍ର, ଜନ ଏଫ କେନେଡି, ଇଂଲଣ୍ଡର ରାଣୀ ଏଲିଜାବେଥ ଦୁଇ, ମହାତ୍ମାଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସୀମାନ୍ତଗାନ୍ଧୀ ଖାଁ ଅବଦୁଲ ଗଫର ଖାଁ, ମୌଲାନା ଆଜାଦ୍, ସର୍ଦ୍ଦାର ପଟେଲଜୀ, ଉକ୍ରଳମଣି ଗୋପବନ୍ଧୁ, ପଣ୍ଡିତ ନେହରୁ, କୄଶ୍ଚେଭ, ତାଇଜୋ ଇସିଜାକୋ, ମହାମାନ୍ୟ ଫୁଜି ଇତ୍ୟାଦିଙ୍କ ସହ ବହୁ ବିରଳ ଫଟୋଚିତ୍ର ଓ ତଥ୍ୟ ଏଥିରେ ସ୍ଥାନ ପାଇଛି।

Advertisment

ଲଣ୍ଡନଠାରେ ହାଉସ ଅଫ ପାର୍ଲିଆମେଣ୍ଟରେ ଡାଇରେକ୍ଟର ଅଫ ଟେକ୍ନିକାଲ ସର୍ଭିସେସ ଭାବେ ଅବସ୍ଥାପିତ ଓଡ଼ିଆ ଯୁବ ବୈଜ୍ଞାନିକ ଇଂ.ଶାନ୍ତନୁ ଦାସଙ୍କ ଦ୍ୱାରା ସଂକଳିତ ଏହି ଟେବୁଲ କ୍ୟାଲେଣ୍ଡରଟି ତଥ୍ୟଭିତ୍ତିକ ଏବଂ ଉପାଦେୟ ଭାବେ ବେଶ ଆଦୃତ ହୋଇପାରିବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଏହିପରି ଓଡ଼ିଶାର ବରପୁତ୍ରମାନଙ୍କର ତଥ୍ୟ ସହ ଫଟୋ ସମ୍ବଳିତ ବିଭିନ୍ନ ପ୍ରକାଶନ ଯୁବପିଢ଼ି ଓ ଉତ୍ତରପୁରୁଷଙ୍କୁ ଅନୁପ୍ରେରିତ ତଥା ଦେଶପ୍ରେମରେ ଉଦବୁଦ୍ଧ କରିବାରେ ସମର୍ଥ ହୋଇପାରିବ। ଏହି ଅବସରରେ ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ ଉପସ୍ଥିତ ଥିଲେ।