Advertisment

ପ୍ରଶ୍ନପତ୍ର ଲିକ୍ ସତ୍ତ୍ୱେ ସିଟ୍ ବୃଦ୍ଧିଠୁ ସରକାରୀ ଅନୁଦାନ, ସବୁଥିରେ ଗୋବିନ୍ଦ କରିଥିଲେ କମାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କର ସହଯୋଗୀମାନେ ଗିରଫ ପରେ ଏବେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଗୋବିନ୍ଦଙ୍କ ମାଲିକାନାରେ ଗଢ଼ିଥିବା ଘରୋଇ ସ୍କୁଲ ଓ କଲେଜ ପ୍ରତି ପ୍ରଥମରୁ ହିଁ ବିଜେଡି ସରକାର ଅହେତୁକ ଅନୁକମ୍ପା ଦେଖାଇ ଏଭଳି ମେହେରବାନ ହୋଇଛନ୍ତି ଯେ, ସବୁ ନୀତିନିୟମକୁ ଆଖିବୁଜି ଦେଇଥିବା ଜଣାପଡ଼ିଛି। ଗୋବିନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ମହାଲିଙ୍ଗସ୍ଥିତ ଆଂଚଳିକ […]

ଅଦ୍ୟତନ ହୋଇଛି
ପ୍ରଶ୍ନପତ୍ର ଲିକ୍ ସତ୍ତ୍ୱେ ସିଟ୍ ବୃଦ୍ଧିଠୁ ସରକାରୀ ଅନୁଦାନ, ସବୁଥିରେ ଗୋବିନ୍ଦ କରିଥିଲେ କମାଲ୍‌

govind sahu

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କର ସହଯୋଗୀମାନେ ଗିରଫ ପରେ ଏବେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଗୋବିନ୍ଦଙ୍କ ମାଲିକାନାରେ ଗଢ଼ିଥିବା ଘରୋଇ ସ୍କୁଲ ଓ କଲେଜ ପ୍ରତି ପ୍ରଥମରୁ ହିଁ ବିଜେଡି ସରକାର ଅହେତୁକ ଅନୁକମ୍ପା ଦେଖାଇ ଏଭଳି ମେହେରବାନ ହୋଇଛନ୍ତି ଯେ, ସବୁ ନୀତିନିୟମକୁ ଆଖିବୁଜି ଦେଇଥିବା ଜଣାପଡ଼ିଛି।

Advertisment

ଗୋବିନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ମହାଲିଙ୍ଗସ୍ଥିତ ଆଂଚଳିକ ହାୟର ସେକେଣ୍ଡାରୀ ସ୍କୁଲ(ଯୁକ୍ତ ଦୁଇ ସାଇନ୍ସ) ଏବଂ ଡିଗ୍ରୀ ସାଇନ୍ସ କଲେଜକୁ ଗତ ୮-୯ବର୍ଷ ଭିତରେ ମିଳିଥିବା ସରକାରୀ ଅନୁଦାନ ଏବଂ ସିଟ୍ ବୃଦ୍ଧି ପାଇଁ ସରକାରୀ ଅନୁମତି ହିଁ ଗୋବିନ୍ଦଙ୍କ ପାରିବାପଣିଆ ଓ ପ୍ରଭାବକୁ ଉଜାଗର କରିଛି। ଗୋବିନ୍ଦଙ୍କ ଯୁକ୍ତ ଦୁଇ କଲେଜ ହିଁ ଆରମ୍ଭରୁ ପ୍ରଶ୍ନପତ୍ର ଲିକ୍ ଭଳି ବିବାଦରେ ଛନ୍ଦି ହୋଇଥିଲେ ମଧ୍ୟ ଗତ ୮-୧୦ବର୍ଷ ଭିତରେ କଳାହାଣ୍ଡି ଜିଲ୍ଲାର ବହୁ ନେତା-ମନ୍ତ୍ରୀ ଏହି କଲେଜ ପାଇଁ ନିଜର ଅକୁଣ୍ଠିତ ସମର୍ଥନ ଦେଇଆସିଛନ୍ତି। ଅବଶ୍ୟ ପ୍ରତିବଦଳରେ ସେମାନଙ୍କୁ ଖୁସି କରିବାକୁ ଗୋବିନ୍ଦ ସବୁ ଲକ୍ଷ୍ମଣରେଖା ଡେଇଁ ଥିବା ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ ୨୦୦୯-୧୦ ଶିକ୍ଷାବର୍ଷରେ ଗୋବିନ୍ଦଙ୍କ ଦ୍ୱାରା ମହାଲିଙ୍ଗରେ ଯୁକ୍ତ ଦୁଇ ସାଇନ୍ସ କଲେଜ ସ୍ଥାପନ ହୋଇଥିଲା। ଏହି ଘରୋଇ କଲେଜର ଛାତ୍ରଛାତ୍ରୀଙ୍କ ସିଟ୍ ସଂଖ୍ୟା ୧୨୮ ରହିଥିଲାବେଳେ ୨୦୧୩ ଯୁକ୍ତ ଦୁଇ ପରୀକ୍ଷାବେଳେ କେମେଷ୍ଟ୍ରି ପ୍ରଶ୍ନପତ୍ର ଲିକ୍ ଭଳି ବିବାଦରେ ଏହି କଲେଜ ଛନ୍ଦି ହୋଇପଡ଼ିଥିଲା। ସେଥିପାଇଁ ତତକାଳୀନ ସେଣ୍ଟର ସୁପରିଟେଣ୍ଡେଣ୍ଟବିକେ ଜେନାଙ୍କୁ ଗିରଫ ହେବାକୁ ପଡ଼ିଥିଲା।

Advertisment

କଲେଜରେ ପରୀକ୍ଷା ପରିବର୍ତ୍ତେ ଗୋବିନ୍ଦଙ୍କ କଲେଜରେ ପଢ଼ୁଥିବା ପିଲାମାନେ ଅନ୍ୟତ୍ର ପରୀକ୍ଷା ଦେଇଥିଲେ। ଏହି ପ୍ରଶ୍ନପତ୍ର ଲିକ୍ ଘଟଣା କ୍ରାଇମବ୍ରାଂଚ ତଦନ୍ତ ପରିସରଭୁକ୍ତ ହୋଇଥିଲା। କିନ୍ତୁ ଗୋବିନ୍ଦଙ୍କର ରାଜନୀତିକ ପ୍ରଭାବ ଆଗରେ ଏହି ତଦନ୍ତ ତାଙ୍କ ଶିକ୍ଷାନୁଷ୍ଠାନର ସାମାନ୍ୟତମ କ୍ଷତି କରିପାରିନଥିଲା। ବରଂ ସେହି ୨୦୧୩ ଶିକ୍ଷା ବର୍ଷରୁ ସେଠାରେ ସେ ଏକ ଡିଗ୍ରୀ ସାଇନ୍ସ କଲେଜ ଖୋଲିବାକୁ ସକ୍ଷମ ହୋଇଥିଲେ। ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ୩ କଲେଜ ଏବେବି ସମ୍ପୂର୍ଣ୍ଣ ଘରୋଇ କଲେଜ ଭାବେ ପରିଗଣିତ ହେଉଛି। ସରକାରଙ୍କ ଦ୍ୱାରା କୌଣସି ପ୍ରକାରର ଅନୁଦାନର ଲାଭ ଏହି କଲେଜର ଅଧ୍ୟାପକ କିମ୍ବା ଅଣଅଧ୍ୟାପକମାନଙ୍କୁ ମିଳୁନଥିବାବେଳେ ଗୋବିନ୍ଦ କିନ୍ତୁ ନିଜ ପ୍ରଭାବ ମାଧ୍ୟମରେ ସରକାରୀ ଅନୁଦାନ ଆଣି କଲେଜର ଭିତ୍ତିଭୂମି ସୁଦୃଢ଼ କରିବାରେ ଲାଗିଥିଲେ।

ପଶ୍ଚିମଓଡ଼ିଶା ବିକାଶ ପରିଷଦ ଦ୍ୱାରା ପ୍ରାୟ ୪୩ଲକ୍ଷ ଟଙ୍କାର ଅନୁଦାନ ଏହି ଶିକ୍ଷାନୁଷ୍ଠାନକୁ ମିଳିଥିବାବେଳେ ଏମପି ଓ ଏମଏଲଏ ଲ୍ୟାଡ୍‌, ସ୍ପେଶାଲ ଡେଭଲପମେଣ୍ଟ ଫଣ୍ଡ ଆଦି ପ୍ରାୟ ଦେଢ଼ରୁ ଦୁଇ କୋଟି ଟଙ୍କାର ସରକାରୀ ଅନୁଦାନରେ ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଗୋବିନ୍ଦ ସକ୍ଷମ ହୋଇଥିବା ଜଣାପଡ଼ିଛି। ଗୋବିନ୍ଦଙ୍କର ଏହି କଲେଜ ବୋଧହୁଏ ଓଡ଼ିଶାରେ ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ ଯାହାକି ୮୦ ପ୍ରତିଶତ ସରକାରୀ ଅନୁଦାନରେ ୨୦ରୁ ୨୫ଏକର ପରିମିତ ଜମିରେ ଗଢ଼ି ଉଠିଛି।

ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଗୋବିନ୍ଦଙ୍କ ଘନିଷ୍ଠତା ପରଠୁ ତାଙ୍କ ଶିକ୍ଷାନୁଷ୍ଠାନକୁ ସବୁପ୍ରକାରର ଫାଇଦା ମିଳିଛି। ଯଦି କଲେଜ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ କଥାକୁ ବିଶ୍ୱାସ କରାଯାଏ, ତା’ହେଲେ ଜଣାପଡ଼ୁଛି ଯେ ମନ୍ତ୍ରୀ ଶ୍ରୀ ମିଶ୍ର କଳାହାଣ୍ଡିରେ ଥିବାବେଳେ ନିଶ୍ଚିତ ଭାବେ ଗୋବିନ୍ଦଙ୍କ କଲେଜରେ କିଛି ସମୟ ବିତାଇବାକୁ ପସନ୍ଦ କରିଥାନ୍ତି। ସେଠାରେ ସେ କ’ଣ କରନ୍ତି କ’ଣ ନାହିଁ ତାହା ନିରପେକ୍ଷ ତଦନ୍ତ ହେଲେ ଜଣାପଡ଼ିବ। ଆଜି ପୁଲିସ ଗୋବିନ୍ଦଙ୍କ ପୁତୁରା ତଥା ଯୁକ୍ତ ଦୁଇ କଲେଜର ପ୍ରିନ୍ସିପାଲ ରଞ୍ଜିତ କୁମାର ସାହୁଙ୍କ ଗିରଫ କରିବାପରେ ଏହି କଲେଜରେ ଚାଲିଥିବା ସେକ୍ସ ସ୍କାଣ୍ଡାଲ ଘଟଣା ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଗୋବିନ୍ଦଙ୍କ ମହାଲିଙ୍ଗସ୍ଥିତ ଯୁକ୍ତ ଦୁଇ କଲେଜର ଆଡମିଶନ ଦାୟିତ୍ୱରେ ଥିବା ଅଧ୍ୟାପକ ଯଶବନ୍ତ ବାଗ ‘ଓଡ଼ିଶା ରିପୋର୍ଟର’କୁ ସୂଚନା ଦେଇ କହିଛନ୍ତି ଯେ, ୨୦୦୯-୧୦ରେ ମହାଲିଙ୍ଗଠାରେ ଆଂଚଳିକ ଯୁକ୍ତ ଦୁଇ ସାଇନ୍ସ କଲେଜ ଗୋବିନ୍ଦ ସାହୁଙ୍କ ପ୍ରଚେଷ୍ଟାରେ ଖୋଲିଥିଲା। ୨୦୧୯-୨୦ରେ ଏହି କଲେଜର ସିଟ୍ ସଂଖ୍ୟା ୩୮୬କୁ ବୃଦ୍ଧି ହୋଇଥିଲା। ଯାହାକି ଗତବର୍ଷ ୪୩୨ ଓ ଚଳିତ ଶିକ୍ଷାବର୍ଷରେ ୪୯୬କୁ ବୃଦ୍ଧି ପାଇଛି। ଏହି କଲେଜରେ ପ୍ରିଣ୍ଟି ଟେକ୍ନୋଲୋଜି, ହର୍ଟିକଲଚର, ଇଲେକ୍ଟ୍ରେିକାଲ ଡୋମେଷ୍ଟିକ ଆପ୍ଲାଏନ୍ସ ଭଳି ପାଠ୍ୟକ୍ରମ ପାଇଁ ବି ୭୩ଟି ଲେଖାଏଁ ସିଟ୍ ରହିଛି। ଅବଶ୍ୟ ଏଥିରେ କେହି ନାମ ଲେଖାଇନାହାନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗୋବିନ୍ଦ ନିଜ ରାଜନୀତିକ ପ୍ରଭାବ ମାଧ୍ୟମରେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ସାଇନ୍ସ କଲେଜରେ ୪୯୬ରୁ ୪୮୮ଟି ସିଟକୁ ପୂରଣ କରାଇବାରେ ସକ୍ଷମ ହୋଇଛନ୍ତି।

ସେହିପରି ୨୦୧୩ ଶିକ୍ଷାବର୍ଷରୁ ଗୋବିନ୍ଦ ନିଜ ସ୍କୁଲ ପରିସରରେ ଡିଗ୍ରୀ ସାଇନ୍ସ କଲେଜ ସ୍ଥାପନ କରିଛନ୍ତି । ସେଠାରେ ୩୨୦ ସିଟ୍ ବି ରହିଛି ବୋଲି କଲେଜ ଅଧ୍ୟକ୍ଷ ଅଶ୍ୱିନୀ କୁମାର କହିଛନ୍ତି।

ତେବେ ସବୁଠୁ ବଡ଼ କଥା ହେଲା, ଏହି କଲେଜରେ ପଢ଼ୁଥିବା ପିଲା ନିଶ୍ଚିତ ଭାବେ ଭଲ ମାର୍କ ରଖି ପାସ୍ କରିବେ ବୋଲି କଲେଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥାଏ। ଅବଶ୍ୟ କଲେଜକୁ ଗୋଟିଏ ଥର ପ୍ରଶ୍ନପତ୍ର ଲିକ୍ ଭଳି କଳଙ୍କ ମୁଣ୍ଡାଇବାକୁ ପଡ଼ିଥିଲେ ବି ଗୋବିନ୍ଦଙ୍କର ପ୍ରଚାରପ୍ରସାର(ମନ୍ତ୍ରୀ ଓ ରାଜନେତାଙ୍କୁ କଲେଜରେ ଆତିଥ୍ୟ ଦେବା) ହିଁ କଲେଜରେ ପିଲାଙ୍କ ସଂଖ୍ୟା ବଢ଼ାଇଛି। ଆଉ କଲେଜ ସହ ବିଜେଡି ସରକାରର ଲିଙ୍କ୍ ଏତେ ଗଭୀର ଯେ, ଏହି ଘରୋଇ କଲେଜକୁ ବଦନାମ ନକରିବାକୁ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ପରାମର୍ଶ ଦେବାକୁ ପଛାଉ ନାହିଁ।

Mamita Meher Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe