Advertisment

ହାଜତ ମୃତ୍ୟୁ: ବିଦା ହେଲେ ପୁରୀ ଏସପି ଅଖିଳେଶ୍ୱର ସିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ହାଜତମୃତ୍ୟୁ ଘଟଣାରେ ଏସପି ଅଖିଳେଶ୍ୱର ସିଂଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ବିଜେପି ଏହି ପ୍ରସଙ୍ଗରେ ଆଜି ଉଭୟ ଜାତୀୟ ମାନବାଧିକାର କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କୁ ଫେରାଦ ହେବା ତଥା ବିଭିନ୍ନ ମହଲରୁ ଚାପ ପଡ଼ିବାପରେ ରାଜ୍ୟ ସରକାର ଶେଷରେ ବାଧ୍ୟ ହୋଇ ଶ୍ରୀ ସିଂଙ୍କୁ ପୁରୀ ଏସପି ପଦରୁ ହଟାଇଛନ୍ତି। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁରୀ ଏସପି ଅଖିଳେଶ୍ୱର ସିଂଙ୍କୁ ବଦଳି କରାଯାଇ ହେଡକ୍ୱାର୍ଟର୍ସ […]

author-image
Tapas Behera
ଅଦ୍ୟତନ ହୋଇଛି
ହାଜତ ମୃତ୍ୟୁ: ବିଦା ହେଲେ ପୁରୀ ଏସପି ଅଖିଳେଶ୍ୱର ସିଂ

7bn

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ହାଜତମୃତ୍ୟୁ ଘଟଣାରେ ଏସପି ଅଖିଳେଶ୍ୱର ସିଂଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ବିଜେପି ଏହି ପ୍ରସଙ୍ଗରେ ଆଜି ଉଭୟ ଜାତୀୟ ମାନବାଧିକାର କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କୁ ଫେରାଦ ହେବା ତଥା ବିଭିନ୍ନ ମହଲରୁ ଚାପ ପଡ଼ିବାପରେ ରାଜ୍ୟ ସରକାର ଶେଷରେ ବାଧ୍ୟ ହୋଇ ଶ୍ରୀ ସିଂଙ୍କୁ ପୁରୀ ଏସପି ପଦରୁ ହଟାଇଛନ୍ତି।

Advertisment

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁରୀ ଏସପି ଅଖିଳେଶ୍ୱର ସିଂଙ୍କୁ ବଦଳି କରାଯାଇ ହେଡକ୍ୱାର୍ଟର୍ସ ଏସପି ଭାବେ ଅବସ୍ଥାପିତ କରାଯାଇ ଥିବାବେଳେ ସମ୍ବଲପୁର ଏସପି କେ.ବିଶାଳ ସିଂଙ୍କୁ ପୁରୀ ଏସପି ଦାୟିତ୍ୱ ନ୍ୟସ୍ତ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ହାଜତମୃତ୍ୟୁ ଘଟଣା ପଦାକୁ ଆସିଥିଲା। ବିରୋଧୀ ଦଳ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଆଜି ବିଧାନସଭାରେ ହଟ୍ଟଗୋଳ କରିଥିଲା।

Advertisment

ପୁରୀରେ ୩୦ବର୍ଷୀୟ ଯୁବକ କେ.ରମେଶଙ୍କର ହାଜତରେ ମୃତ୍ୟୁ ହେବାପରେ ତାଙ୍କ ପରିବାରର ଅଜାଣତରେ ପୁଲିସ ଶବଦାହ କରିଥିଲା। ଏପରିକି ତାଙ୍କ ପରିବାର ସଦସ୍ୟଙ୍କୁ ଅନ୍ୟ କେଉଁ ମାମଲାରେ ଅନ୍ୟ ଥାନାରେ ଅଟକ ରଖିଥିଲା। ସେଥିପାଇଁ ଗତକାଲି ପୁରୀରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।

Odisha News Death In Jail