Advertisment

ଖୋଲିବ ୩୬ ନୂଆ ଥାନା, ୫୬୩ ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବ ଆଉ ୩୬ଟି ନୂଆ ଥାନା। ଏହି ନୂଆ ଥାନାଗୁଡ଼ିକର ପରିଚାଳନା ପାଇଁ ଇନ୍ସପେକ୍ଟର, ସବ୍ଇ‌ନ୍ସପେକ୍ଟର ଓ କନେଷ୍ଟବଳ ଭଳି ବିଭିନ୍ନ ପାହ୍ୟାର ୫୬୩ ନୂଆ ପଦବୀ ସୃଷ୍ଟି କରାଯାଇଛି। ନୂଆ ଥାନାଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନୂଆ ଥାନା ଖୋଲିବା ତାଲିକାରେ ଭୁବନେଶ୍ୱରର ମୈତ୍ରୀ ବିହାର ରହିଛି। ଏହାର ଅର୍ଥ ମୈତ୍ରୀ ବିହାର […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଖୋଲିବ ୩୬ ନୂଆ ଥାନା, ୫୬୩ ଜଣଙ୍କୁ ମିଳିବ ନିଯୁକ୍ତି

police stion

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବ ଆଉ ୩୬ଟି ନୂଆ ଥାନା। ଏହି ନୂଆ ଥାନାଗୁଡ଼ିକର ପରିଚାଳନା ପାଇଁ ଇନ୍ସପେକ୍ଟର, ସବ୍ଇ‌ନ୍ସପେକ୍ଟର ଓ କନେଷ୍ଟବଳ ଭଳି ବିଭିନ୍ନ ପାହ୍ୟାର ୫୬୩ ନୂଆ ପଦବୀ ସୃଷ୍ଟି କରାଯାଇଛି। ନୂଆ ଥାନାଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ନୂଆ ଥାନା ଖୋଲିବା ତାଲିକାରେ ଭୁବନେଶ୍ୱରର ମୈତ୍ରୀ ବିହାର ରହିଛି। ଏହାର ଅର୍ଥ ମୈତ୍ରୀ ବିହାର ଅଞ୍ଚଳରେ ଗୋଟିଏ ଥାନା କାର୍ଯ୍ୟକ୍ଷମ ହେବ। ଏହାବାଦ ଅନୁଗୋଳର ବାଗେଡ଼ିଆ ଓ ଗୋପାଳପ୍ରସାଦ, ବାଲେଶ୍ୱରର ଗୋପଳପୁର ଓ ଅନନ୍ତପୁର, ବରଗଡ଼ର ବରଗଡ଼ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗିରର ଲକ୍ଷ୍ମୀଜୋର ଓ ଆଗଲପୁର, ବୌଦ୍ଧର ଘଣ୍ଟାପଡ଼ା, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ୱର, ଦେବଗଡ଼ର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡର, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡାର ଏୟାରପୋର୍ଟ ପୁଲିସ ଷ୍ଟେସନ, କଳାହାଣ୍ଡିର କର୍ଲାପାଟ ଓ କଲାମପୁର, କେନ୍ଦ୍ରାପଡ଼ାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୂରଭଞ୍ଜର ଭଞ୍ଜପୁର, ନବରଙ୍ଗପୁର ମଇଦଲପୁର, ପୁରୀର ଚାରିଛକ, ରାୟଗଡ଼ାର ରାମନାଗୁଡା, ସମ୍ବଲପୁରର ବରେଇପାଲି ଓ ସୁବର୍ଣ୍ଣପୁରର ଲଚ୍ଛିପୁରରେ ନୂଆ ଥାନା ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ଥିବା ଥାନାଗୁଡ଼ିକର ବିଭକ୍ତିକରଣ ତଥା ଫାଣ୍ଡିଗୁଡ଼ିକର ଅପ୍ ଗ୍ରେଡେସନ କରାଯାଇ ନୂଆ ଥାନା ସୃଷ୍ଟି କରାଯିବ। ଏହି ନୂଆ ଥାନା ଖୋଲିବା ଦ୍ୱାରା ଜନସାଧାରଣଙ୍କୁ ଉତ୍ତମ ପୁଲିସ ସେବା ଯୋଗାଇ ଦିଆଯିବ ବୋଲି ବୋଲି ସରକାର ଆଶା ରଖିଛନ୍ତି।

Advertisment