Advertisment

୧୦୭ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ରାଜ୍ୟର ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଛି ସଂରକ୍ଷଣ ଚିଠା ତାଲିକା। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ପ୍ରକାଶ କରାଯାଇଥିବା ବେଳେ ଏହାକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଜଣାଇବାକୁ କୁହାଯାଇଛି। ତା’ସହିତ ଯଦି କିଛି ପରାମର୍ଶ ଦେବାର ଥାଏ, ତା’ହେଲେ ୧୫ ଦିନ ଭିତରେ ଜଣାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି। […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ନାଏବ ସରପଂଚ, ୧୨ରେ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ

Election

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ରାଜ୍ୟର ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଛି ସଂରକ୍ଷଣ ଚିଠା ତାଲିକା। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ପ୍ରକାଶ କରାଯାଇଥିବା ବେଳେ ଏହାକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଜଣାଇବାକୁ କୁହାଯାଇଛି। ତା’ସହିତ ଯଦି କିଛି ପରାମର୍ଶ ଦେବାର ଥାଏ, ତା’ହେଲେ ୧୫ ଦିନ ଭିତରେ ଜଣାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଅଭିଯୋଗ ଓ ପରାମର୍ଶ ଗୁଡ଼ିକୁ ପାଇବା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାରେ ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍ଏସି ମଧ୍ୟରୁ ମହିଳାଙ୍କ ପାଇଁ ୫୪ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରଖାଯାଇଛି। ସେଥିମଧ୍ୟରୁ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ଟି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରହିଛି। ସେହପରି ଅନୁସୂଚିତ ଜାତିଙ୍କ ପାଇଁ ୮ଟି ଅଧ୍ୟକ୍ଷ ପଦବୀ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୩ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରହିଛି। ୪୨ଟି ପୌରାଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି।

ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ
ଜି.ଉଦୟଗିରି (ଏନ୍‌ଏସି), କାଶୀନଗର (ଏନ୍‌ଏସି), କରଞ୍ଜିଆ (ଏନ୍‌ଏସି), ଗୁଣୁପୁର (ମ୍ୟୁନିସିପାଲିଟି), ଖରିଆର ରୋଡ୍‌ (ଏନ୍‌ଏସି), ବାସୁଦେବ ପୁର (ମ୍ୟୁନିସିପାଲିଟି), ଛତ୍ରପୁର (ଏନ୍‌ଏସି), ରମ୍ଭା (ଏନ୍‌ଏସି), ସୁନ୍ଦରଗଡ଼ (ମ୍ୟୁନିସିପାଲିଟି), ଉଦଳା (ଏନ୍‌ଏସି), ଚିକିଟି (ଏନ୍‌ଏସି), ବାଲେଶ୍ୱର (ମ୍ୟୁନିସିପାଲିଟି), ଟିଟିଲାଗଡ଼ (ମ୍ୟୁନିସିପାଲିଟି), ଜଗତସିଂହପୁର (ମ୍ୟୁନିସିପାଲିଟି), ଭଦ୍ରକ (ମ୍ୟୁନିସିପାଲିଟି), ଯାଜପୁର (ମ୍ୟୁନିସିପାଲିଟି), ଧର୍ମଗଡ଼ (ଏନ୍‌ଏସି), ବରଗଡ଼ (ମ୍ୟୁନିସିପାଲିଟି), ପୁରୁଷତ୍ତୋମପୁର (ଏନ୍‌ଏସି), ନିମାପଡ଼ା (ଏନ୍‌ଏସି), ଭବାନୀପାଟଣା (ମ୍ୟୁନିସିପାଲିଟି), ବଲାଙ୍ଗିର (ମ୍ୟୁନିସିପାଲିଟି), କେନ୍ଦ୍ରାପଡ଼ା (ମ୍ୟୁନିସିପାଲିଟି), ସୋନପୁର (ମ୍ୟୁନିସିପାଲିଟି), କୋଣାର୍କ (ଏନ୍‌ଏସି), ଆଠଗଡ଼ (ଏନ୍‌ଏସି), ଦେବଗଡ଼ (ମ୍ୟୁନିସିପାଲିଟି), ରଣପୁର (ଏନ୍‌ଏସି), ନୟାଗଡ଼ (ମ୍ୟୁନିସିପାଲିଟି), ଗଞ୍ଜାମ (ଏନ୍‌ଏସି), ଢେଙ୍କାନାଳ (ମ୍ୟୁନିସିପାଲିଟି), ଫୁଲବାଣୀ (ମ୍ୟୁନିସିପାଲିଟି), ଖୋର୍ଦ୍ଧା (ମ୍ୟୁନିସିପାଲିଟି), ବାଲୁଗାଁ (ଏନ୍‌ଏସି), ପୁରୀ (ମ୍ୟୁନିସିପାଲିଟି), କେନ୍ଦୁଝରଗଡ଼ (ମ୍ୟୁନିସିପାଲିଟି), ଖଣ୍ଡପଡ଼ା (ଏନ୍‌ଏସି), ଚୌଦ୍ୱାର (ମ୍ୟୁନିସିପାଲିଟି), ଆଠମଲ୍ଲିକ (ଏନ୍‌ଏସି), ବାଙ୍କୀ (ଏନ୍‌ଏନ୍‌ସି)।

Advertisment

ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ
ଚାନ୍ଦବାଲି (ଏନ୍‌ଏସି), ବିଜେପୁର (ଏନ୍‌ଏସି), ରେମୁଣା (ଏନ୍‌ଏସି), ଦଶପଲ୍ଲା (ଏନ୍‌ଏସି), ପାରଳାଖେମୁଣ୍ଡି (ମ୍ୟୁନିସିପାଲିଟି), ପଦ୍ମପୁର (ଏନ୍‌ଏସି), ନୀଳଗିରି (ଏନ୍‌ଏସି), ତରଭା (ଏନ୍‌ଏସି), ପୋଲସରା (ଏନ୍‌ଏସି)

ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ
ବ୍ରଜରାଜନଗର (ମ୍ୟୁନିସିପାଲିଟି), ଉମରକୋଟ (ମ୍ୟୁନିସିପାଲିଟି), ଗୁଡ଼ାରୀ (ଏନ୍‌ଏସି), ଆନନ୍ଦପୁର (ମ୍ୟୁନିସିପାଲିଟି), ବ୍ୟାସନଗର (ମ୍ୟୁନିସିପାଲିଟି)

ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ
କୋରାପୁଟ (ମ୍ୟୁନିସିପାଲିଟି), କବିସୂର୍ଯ୍ୟନଗର (ଏନ୍‌ଏସି), ସୋର (ମ୍ୟୁନିସିପାଲିଟି), ଖଲ୍ଲିକୋଟ (ଏନ୍‌ଏସି), ଝାରସୁଗୁଡ଼ା (ମ୍ୟୁନିସିପାଲିଟି), ବେଲଗୁଣ୍ଠ (ଏନ୍‌ଏସି), ଜଟଣୀ (ମ୍ୟୁନିସିପାଲିଟି), ନବରଙ୍ଗପୁର (ମ୍ୟୁନିସିପାଲିଟି)

ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ
ବାଲିଗୁଡ଼ା (ଏନ୍‌ଏସି), ପାଟଣାଗଡ଼ (ଏନ୍‌ଏସି), ବିନିକା (ଏନ୍‌ଏସି)।

ଅଣସଂରକ୍ଷିତ ଅଧ୍ୟକ୍ଷ ପଦବୀ
କୋଟପାଡ଼ (ଏନ୍‌ଏସି), ରାଇରଙ୍ଗପୁର (ମ୍ୟୁନିସିପାଲିଟି), ଜୁନାଗଡ଼ (ଏନ୍‌ଏସି), ଗୋପାଳପୁର (ଏନ୍‌ଏସି), ଜୟପୁର (ମ୍ୟୁନିସିପାଲିଟି), କୁଚିଣ୍ଡା (ଏନ୍‌ଏସି), ନୂଆପଡ଼ା (ଏନ୍‌ଏସି), ଭଞ୍ଜନଗର (ଏନ୍‌ଏସି), ବଡ଼ବିଲ (ମ୍ୟୁନିସିପାଲିଟି), ବାଣପୁର (ଏନ୍‌ଏସି), ବୀରମିତ୍ରପୁର (ମ୍ୟୁନିସିପାଲିଟି), ସୋରଡ଼ା (ଏନ୍‌ଏସି), ରାୟଗଡ଼ା (ମ୍ୟୁନିସିପାଲିଟି), ଦିଗପହଣ୍ଡି (ଏନ୍‌ଏସି), ଖରିଆର (ଏନ୍‌ଏସି), ବରପଲ୍ଲୀ (ଏନ୍‌ଏସି), ପଟ୍ଟାମୁଣ୍ଡାଇ (ମ୍ୟୁନିସିପାଲିଟି), ଜଳେଶ୍ୱର (ମ୍ୟୁନିସିପାଲିଟି), ଧର୍ମଗଡ଼ (ଏନ୍‌ଏସି), ବାଲିମେଳା (ଏନ୍‌ଏସି), ରାଜଗାଙ୍ଗପୁର (ମ୍ୟୁନିସିପାଲିଟି), ଆସ୍କା (ଏନ୍‌ଏସି), କେସିଙ୍ଗା (ଏନ୍‌ଏସି), ବୁଗୁଡ଼ା (ଏନ୍‌ଏସି), ପିପିଲି (ଏନ୍‌ଏସି), ହିଞ୍ଜିଳିକାଟୁ (ମ୍ୟୁନିସିପାଲିଟି), ଯୋଡ଼ା (ମ୍ୟୁନିସିପାଲିଟି), ବୌଦ୍ଧଗଡ଼ (ଏନ୍‌ଏସି), ତୁଷୁରା (ଏନ୍‌ଏସି), କଣ୍ଟାବାଞ୍ଜି (ଏନ୍‌ଏସି), ରେଢ଼ାଖୋଲ (ଏନ୍‌ଏସି), ସୁନାବେଡ଼ା (ମ୍ୟୁନିସିପାଲିଟି), ବାରିପଦା (ମ୍ୟୁନିସିପାଲିଟି), କୋଦଳା (ଏନ୍‌ଏସି), ଭୁବନ (ଏନ୍‌ଏସି), ବେଲପାହାଡ଼ (ଏନ୍‌ଏସି), କାମାକ୍ଷାନଗର (ଏନ୍‌ଏସି), ତାଳଚେର (ମ୍ୟୁନିସିପାଲିଟି), ଅନୁଗୋଳ (ମ୍ୟୁନିସିପାଲିଟି), ପାରାଦୀପ (ମ୍ୟୁନିସିପାଲିଟି)।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe