Advertisment

ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କାଳରେ ଆମ୍ବୁଲାନ୍ସ ଗୁଡ଼ିକ ଲୋକଙ୍କ ଠାରୁ ମନଇଚ୍ଛା ଭଡ଼ା ନେଉଥିବା ବେଳେ ଶେଷରେ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ସରକାର। ଦର ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ପରିବହନ ବିଭାଗ। ପ୍ରଥମ ୧୦ କିମି ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି। ପରବର୍ତ୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ। ମାରୁତି […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଆମ୍ବୁଲାନ୍ସ ଭଡ଼ା ବାବଦରେ ଡ୍ରାଇଭର ନେଲେ ୧.୨୦ ଲକ୍ଷ, ତା’ପରେ..

Ambulance

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କାଳରେ ଆମ୍ବୁଲାନ୍ସ ଗୁଡ଼ିକ ଲୋକଙ୍କ ଠାରୁ ମନଇଚ୍ଛା ଭଡ଼ା ନେଉଥିବା ବେଳେ ଶେଷରେ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ସରକାର। ଦର ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ପରିବହନ ବିଭାଗ। ପ୍ରଥମ ୧୦ କିମି ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି। ପରବର୍ତ୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ।

Advertisment

ମାରୁତି ଓମନି ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ବାବଦକୁ ୭୫୦ ଟଙ୍କା ନିର୍ଦ୍ଧାରଣ କରିଛନ୍ତି ସରକାର। ସେହିପରି ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ଭଡ଼ା ନେବେ। ବୋଲେରୋ ଭଳି ମଧ୍ୟ ବର୍ଗର ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ନେବେ। ସେହିଭଳି ଲାଇଫ୍ ସପୋର୍ଟ ଥିଲେ ୧୦ କିମିକୁ ୧୫୦୦ ଟଙ୍କା ନେବେ।

ଏହି ବିଜ୍ଞପ୍ତି ଅନୁଯାୟୀ, ୱିଙ୍ଗର ଭଳି ବଡ଼ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦ ଟଙ୍କା ନେବେ। ସେଥିରେ ଲାଇଫ ସପୋର୍ଟ ଥିଲେ ୨୦୦୦ ଟଙ୍କା ନେବେ। ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଦେବାକୁ ପଡ଼ିବ।

Advertisment
COVID Guideline