Advertisment

ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।  ସେ ହେଉଛନ୍ତି କୋରାପୁଟର ତତ୍‌କାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତି। ଜୁଲାଇ ୨ ତାରିଖରେ ପ୍ରଦୀପଙ୍କ ଗାଡ଼ିରୁ ଭିଜିଲାନ୍ସ ଅଧିକାରୀମାନେ ୧୧ ଲକ୍ଷ ଟଙ୍କା ଜବତ କରିଥିଲେ। ଆଉ ସେହିଦିନ ହିଁ ତାଙ୍କୁ ଗିରଫ କରି ଜେଲ ପଠା ଯାଇଥିଲା। ଏଥିସହ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ସରକାର। ତାଙ୍କ ଘରେ ଚଢ଼ଉ କରାଯାଇ ୩.୫ କୋଟି ଟଙ୍କାର ସଂପତ୍ତି […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

vigilance

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।  ସେ ହେଉଛନ୍ତି କୋରାପୁଟର ତତ୍‌କାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତି।

Advertisment

ଜୁଲାଇ ୨ ତାରିଖରେ ପ୍ରଦୀପଙ୍କ ଗାଡ଼ିରୁ ଭିଜିଲାନ୍ସ ଅଧିକାରୀମାନେ ୧୧ ଲକ୍ଷ ଟଙ୍କା ଜବତ କରିଥିଲେ। ଆଉ ସେହିଦିନ ହିଁ ତାଙ୍କୁ ଗିରଫ କରି ଜେଲ ପଠା ଯାଇଥିଲା। ଏଥିସହ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ସରକାର।

ତାଙ୍କ ଘରେ ଚଢ଼ଉ କରାଯାଇ ୩.୫ କୋଟି ଟଙ୍କାର ସଂପତ୍ତି ମଧ୍ୟ ଠାବ କରାଯାଇଥିଲା। ଏହାପରେ ଆଜି ପ୍ରଦୀପଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ, ନିକଟରେ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିଲେ। ତାଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଥିଲା। ଜୁଲାଇ ୯ ତାରିଖରେ ତାଙ୍କୁ ମହିଳା ଥାନା ପୁଲିସ ଗିରଫ କରିଥିଲା। ଏହାପରେ ତାଙ୍କୁ ସରକାର ଚାକିରିରୁ ନିଲମ୍ବିତ କରିଥିଲେ।