Advertisment

ଆଉ ୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଗଞ୍ଜାମ ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ତେବେ ରାଜ୍ୟର ୪ କରୋନା ଆକ୍ରାନ୍ତ ୧୬୦, ୧୬୧, ୧୬୨ ଓ ୧୬୩ଙ୍କ ସମ୍ପର୍କରେ ସରକାର ତଥ୍ୟ ଦେଇଛନ୍ତି। ୧୬୦ ନମ୍ୱର କରୋନା ଆକ୍ରାନ୍ତଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଡହଲଡେରାରେ। ତାଙ୍କ ବୟସ ୪୦ ବର୍ଷ। ସେ  ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ […]

ସୁସ୍ଥ ହେଲେ ଆଉ ଦୁଇ ‘କରୋନା’ ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୩୧ରେ

corona-1-3-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଗଞ୍ଜାମ ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ତେବେ ରାଜ୍ୟର ୪ କରୋନା ଆକ୍ରାନ୍ତ ୧୬୦, ୧୬୧, ୧୬୨ ଓ ୧୬୩ଙ୍କ ସମ୍ପର୍କରେ ସରକାର ତଥ୍ୟ ଦେଇଛନ୍ତି।

Advertisment

୧୬୦ ନମ୍ୱର କରୋନା ଆକ୍ରାନ୍ତଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଡହଲଡେରାରେ। ତାଙ୍କ ବୟସ ୪୦ ବର୍ଷ। ସେ  ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଯାଏ ଲକ୍‌ଡାଉନ୍‌ରେ ଘରେ ଥିଲେ। ଏପ୍ରିଲ ୨୧ରୁ ୨୪ ଯାଏ ସୁନ୍ଦରଗଡ଼ ବନ୍ଧାପାଲ୍ଲୀ ଓ ଡିଏଚ୍‌ଏଚ୍‌ ଯାଇଥିଲେ। ସୁନ୍ଦରଗଡ଼ ବନ୍ଧାପାଲ୍ଲୀରେ ସଂପର୍କୀୟଙ୍କ ଘରେ ଏପ୍ରିଲ୍‌ ୨୪ରୁ ୨୬  ରହିଥିଲେ। ସେଠାରୁ ଘରକୁ ଆସିଲା ପରେ ୨୭ ଏପ୍ରିଲରୁ ମେ’ ୩ ଯାଏ ହୋମ୍ କ୍ୱାରେଣ୍ଟାଇନ୍‌ ଥିଲେ।  ମେ’ ୩ରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କୁ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୧୬୧ ନମ୍ବର ଆକ୍ରାନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରାରେ। ତାଙ୍କ ବୟସ ୩୪ ବର୍ଷ। ୨୦ ଏପ୍ରିଲ୍‌ରେ ସେ କୋଲକାତାରୁ ଆସିଥିଲେ। ସୋରରୁ ବାଇକ୍‌ରେ ଘରକୁ ଯାଇଥିଲେ। ୨୧ ଏପ୍ରିଲରୁ ମେ’ ୩ ଯାଏ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ। ୩ରେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

୧୬୨ ନମ୍ବର ଆକ୍ରାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍‌ ମୁଗୁପୁରରେ। ତାଙ୍କ ବୟସ ୩୦ ବର୍ଷ। ୨୬-୨୭ ମାର୍ଚ୍ଚରେ ସେ କୋଲକାତାରୁ ଭାୟା ଆନନ୍ଦପୁର ଦେଇ ଘରକୁ ଆସିଥିଲେ। ୨୭ ମାର୍ଚ୍ଚରୁ ୩ ମେ’ ଯାଏ ଘରେ ଥିଲେ। ୩ରେ ଜଣାପଡ଼ିଲା ଯେ ସେ କରୋନା ପଜିଟିଭ୍। ଏହା ପରେ ତାଙ୍କୁ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୧୬୩ ନମ୍ବର ଆକ୍ରାନ୍ତଙ୍କ ଘର ରାଉକେଲା ନାଲାରୋଡ୍‌ରେ। ତାଙ୍କ ବୟସ ୨୯ ବର୍ଷ। ନାଲାରୋଡ୍‌ କଣ୍ଟେନମେଣ୍ଟ ଜୋନ୍ ହୋଇଥିବାରୁ ତାଙ୍କର ଟେଷ୍ଟ କରାଯାଇଥିଲା। ୩ ମେ’ରେ ରିପୋର୍ଟ ପଜିଟିଭ୍ ଆସିଥିଲା। ୪ ମେ’ରେ ତାଙ୍କୁ ରାଉରକେଲାର ହାଇଟେକ୍‌ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe