୪୮ ନୂଆ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଥିବା ବେଳେ ନୂତନ ଭାବେ ଚିହ୍ନଟ ୪୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଛି। ୪୮ ଜଣଙ୍କ ମଧ୍ୟରୁ ୪୭ ଜଣ ବାହାର ରାଜ୍ୟରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଏହି ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିଲେ। ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ […]

odisha1

odisha1

Jyoshna Pradhan
  • Published: Monday, 18 May 2020
  • Updated: 18 May 2020, 11:21 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଥିବା ବେଳେ ନୂତନ ଭାବେ ଚିହ୍ନଟ ୪୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଛି। ୪୮ ଜଣଙ୍କ ମଧ୍ୟରୁ ୪୭ ଜଣ ବାହାର ରାଜ୍ୟରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।

ଏହି ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିଲେ। ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

ପୁରୀର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ତାମିଲନାଡ଼ୁରୁ ଓ ଜଣେ ଆନ୍ଧ୍ର ପ୍ରଦେଶରୁ ଫେରିଥିଲେ ଏବଂ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର।


ଯାଜପୁରରେ ନୂତନ ଭାବେ ଚିହ୍ନଟ ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ପଶ୍ଚମବଙ୍ଗରୁ, ଜଣେ ତେଲେଙ୍ଗାନାରୁ, ୪ ଜଣ ଆନ୍ଧ୍ର ପ୍ରଦେଶରୁ ଓ ୪ ଜଣ ଅହମଦାବାଦରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

କଟକରେ ଚିହ୍ନଟ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ସେହିଭଳି ବୌଦ୍ଧରେ ଜଣେ ଓ ବଲାଙ୍ଗିରରେ ୨ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ନୟାଗଡ଼ରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ଅହମଦାବାଦ୍‌ରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।


କେନ୍ଦ୍ରାପଡ଼ାରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ପଶ୍ଚିମବଙ୍ଗର ଓ ସେମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଖୋର୍ଦ୍ଧାରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ସୁରତରୁ ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

ଗଞ୍ଜାମର ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁରତରୁ ଓ ଜଣେ ବେଙ୍ଗାଲୁରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।


୧୫ଟି ନୂଆ କେସ୍ ସହିତ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇଥିବା ବେଳେ ୨୫୬ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୨ ଜଣଙ୍କ ମୃତ୍ୟୁ ଘଟିଛି।

ପୁଣି ୧୬ ଜଣ ଆକ୍ରାନ୍ତ ହେବା ପରେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ହୋଇଛି। ସେମାନଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇଥିବା ବେଳେ ୮୨ ଜଣ ଚିକିତ୍ସାଧୀନ ଅଛନ୍ତି।

ପୁରୀରେ ଆଉ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରାପଡ଼ାରେ ବି ଆହୁରି ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ରେ ୨ ନୂଆ କେସ୍ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚି ଯାଇଛି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ବଲାଙ୍ଗିରରେ ଆଉ ୨ ଆକ୍ରାନ୍ତଙ୍କ ସହିତ ଏହି ସଂଖ୍ୟା ୬ରେ ପହଞ୍ଚି ଯାଇଛି। ଏଠାରେ କେହି ସୁସ୍ଥ ହୋଇନାହାନ୍ତି।

କନ୍ଧମାଳରେ ପ୍ରଥମ ଥର ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧ, କଟକ ଓ ଖୋର୍ଦ୍ଧାରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୫, ୨୩ ଓ ୬୦ରେ ପହଞ୍ଚିଛି। ଖୋର୍ଦ୍ଧାର ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣ ସୁସ୍ଥ ହୋଇସାରିଛନ୍ତି। କଟକରେ ୨ ଜଣ ସୁସ୍ଥ ହୋଇଥିବା ବେଳେ ବୌଦ୍ଧରେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ୍ ୮୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୨୦ ଜଣ ସୁସ୍ଥ ହୋଇଛନ୍ତି ଓ ୪ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୬୫୨ ଜଣଙ୍କ ଚିକିତ୍ସା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos