/odisha-reporter/media/post_attachments/uploads/2020/03/sanitizer-123.jpg)
sanitizer
ଭୁବନେଶ୍ୱର(ଓଡିଶା ରିପୋର୍ଟର): ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ବଢ଼ି ଚାଲିଛି ସାନିଟାଇଜରର ଚାହିଦା। ଏହି ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାନିଟାଇଜର୍ ଉତ୍ପାଦନ ବଢ଼ାଇବାକୁ ଏବଂ ଇଥାନଲ୍ ଉପରେ କଟକଣା ଉଠାଇଦେବାକୁ ପରାମର୍ଶ ଦେଇଛନ୍ତି । ଏନେଇ ରାଜ୍ୟର ସମସ୍ତ ସିଡିଏମ୍ଓ, ଜିଲ୍ଲାପାଳ ଓ ଔଷଧ ନିୟନ୍ତ୍ରକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର।
Advertisment
ବର୍ତ୍ତମାନ ସୁଦ୍ଧା ୪୫ଟି ବିଶୋଧନାଗାର ଏବଂ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଇଛି। ଆହୁରି ଅଧିକ ୫୫ଟି ବିଶୋଧନାଗାରକୁ ଦିନେ ଦୁଇ ଦିନ ମଧ୍ୟରେ ଏଥିପାଇଁ ଅନୁମତି ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ସେହିପରି ୨ଶହ ମିଲିମିଟର ଯୁକ୍ତ ଗୋଟିଏ ବୋତଲ୍ ସାନିଟାଇଜରର ମୂଲ୍ୟ ଶହେ ଟଙ୍କାରୁ ଅଧିକ ହେବନି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ବି ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
