Advertisment

ଶୁକ୍ରନୀତିରେ ପରିକ୍ରମା ପ୍ରକଳ୍ପ କର କହିଲେ ଶଙ୍କରାଚାର୍ଯ୍ୟ, କଥା ଲୁଚାଇଲେ ଗଜପତି

ପୁରୀ(ଓଡ଼ିଶା ରିପୋର୍ଟର): ଶୁକ୍ର ନୀତି ଗ୍ରସ୍ଥ ଅନୁସାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କର। ବର୍ତ୍ତମାନର ସ୍ଥାପତ୍ୟ ଶିଳ୍ପୀଙ୍କ ନକ୍ସା ପାଳନ ହେଲେ ଶ୍ରୀମନ୍ଦିର ଭଳି ଧାର୍ମିକ ସ୍ଥଳୀର ମର୍ଯ୍ୟଦା ରହିବନି। ଗୋଟିଏ ପକ୍ଷ ଏହି ପ୍ରକଳ୍ପ କାମ ଠିକ୍ ହେଉ ନ ଥିବା କହୁଥିବା ବେଳେ ଅନ୍ୟପକ୍ଷଧର ଠିକ୍ ହେଉଛି ବୋଲି କରୁଛନ୍ତି। ଦୁଇପକ୍ଷଙ୍କୁ ତୁରନ୍ତ ବସାଇ ବ୍ୟାପୁଥିବା ବିଭ୍ରାନ୍ତିକୁ ଦୂରକର। ଆଜି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏନେଇ ଗଜପତିଙ୍କ ସମେତ […]

ଅଦ୍ୟତନ ହୋଇଛି
ଶୁକ୍ରନୀତିରେ ପରିକ୍ରମା ପ୍ରକଳ୍ପ କର କହିଲେ ଶଙ୍କରାଚାର୍ଯ୍ୟ, କଥା ଲୁଚାଇଲେ ଗଜପତି

sankarachrya-meeting

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶୁକ୍ର ନୀତି ଗ୍ରସ୍ଥ ଅନୁସାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କର। ବର୍ତ୍ତମାନର ସ୍ଥାପତ୍ୟ ଶିଳ୍ପୀଙ୍କ ନକ୍ସା ପାଳନ ହେଲେ ଶ୍ରୀମନ୍ଦିର ଭଳି ଧାର୍ମିକ ସ୍ଥଳୀର ମର୍ଯ୍ୟଦା ରହିବନି। ଗୋଟିଏ ପକ୍ଷ ଏହି ପ୍ରକଳ୍ପ କାମ ଠିକ୍ ହେଉ ନ ଥିବା କହୁଥିବା ବେଳେ ଅନ୍ୟପକ୍ଷଧର ଠିକ୍ ହେଉଛି ବୋଲି କରୁଛନ୍ତି। ଦୁଇପକ୍ଷଙ୍କୁ ତୁରନ୍ତ ବସାଇ ବ୍ୟାପୁଥିବା ବିଭ୍ରାନ୍ତିକୁ ଦୂରକର। ଆଜି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏନେଇ ଗଜପତିଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଓବିସିସିର ଯନ୍ତ୍ରୀ ପ୍ରମୁଖଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ସରକାରଙ୍କ ଏକଚାଟିଆ ନୀତିକୁ ଶଙ୍କରାଚାର୍ଯ୍ୟ ଦିନକ ତଳେ ସମାଲୋଚନା କରିବା ପରେ ସ୍ଥିତିକୁ ଶାନ୍ତ କରିବା ନିମନ୍ତେ ଧଡ଼ପଡ଼ ହୋଇ ସୋମବାର ପ୍ରଶାସନିକ ଅଧିକାରୀମାନେ ଗଜପତି ସହ ତାଙ୍କ ନିକଟରେ ପହଞ୍ଚି ଥିଲେ। ତେଣେ ବୈଠକ ପରେ ହୋଇଥିବା ଅଲୋଚନା ସମ୍ପର୍କରେ ବିସ୍ତୃତ କଥା ଲୁଚାଇବାକୁ ଗଜପତି ଚେଷ୍ଟା କରିଥିବା ଲକ୍ଷ୍ୟ କରାଯାଇଥିଲା।

Advertisment

ବୈଠକ ପରେ ଗଣମାଧ୍ୟମକୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ସେ ବାହାରେ ଥିବା ବେଳେ ଏମିତି ପ୍ରକଳ୍ପ କାମ ସରକାର କରନ୍ତି। ତାଙ୍କ ପରାମର୍ଶ ନିଆଯାଏନି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆରକିଟେକ ମାନେ ତିଆରି କରିଥିବା ନକ୍ସାକୁ ବୈଠକରେ ଗୋଟିଗୋଟି କରି ଗଜପତି ଦେଖାଇଥିଲେ। ଏହା ଦ୍ୱାରା ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ଉପୁଜିବ ନାହିଁ ବୋଲି କହିଥିଲେ। ତେବେ ଏସବୁକୁ ଦେଖିବା ଓ ଶୁଣିବା ପରେ ସେ ଧାର୍ମିକ ସ୍ଥଳର ମର୍ଯ୍ୟଦା ଅକ୍ଷୁର୍ଣ୍ଣ ରହିବା ନିମନ୍ତେ ଶୁକ୍ରନୀତି ଗ୍ରସ୍ଥ ଦେଇଥିଲେ। ପ୍ରକଳ୍ପ କାମକୁ ଭୁଲ କହୁଥିବା ପକ୍ଷଙ୍କୁ ଡାକି ଅଲୋଚନା କରିବା ନିମନ୍ତେ ଗଜପତିଙ୍କୁ କହିଥିଲେ। ସର୍ବସମ୍ମତି କ୍ରମେ ପ୍ରକଳ୍ପ କାମ କରାଯିବାକୁ ସେ ପରାମର୍ଶ ଦେଇଥିଲେ। ବିକାଶ ନାମରେ ମନଇଛା ନିର୍ମାଣ କାର୍ଯ୍ୟ କରାଯିବା ପରିଣତି ବିଷୟରେ ବୁଝାଇଥିଲେ। ତୀର୍ଥସ୍ଥଳକୁ ପର୍ଯ୍ୟଟନସ୍ଥଳୀ ନାମରେ ଭୋଗସ୍ଥଳୀ ନ କରିବାକୁ ପରାମର୍ଶ ଦେଇଥିଲେ। ଏହାଛଡ଼ା ମହାପ୍ରଭୁଙ୍କ ଲାଗି ହେଉଥିବା ପ୍ରସାଦର ସୁଦ୍ଧତା ବଜାୟ ରଖିବା, ମୁକ୍ତିମଣ୍ଡପର ସଂସ୍କାର ନିମନ୍ତେ ପରାମର୍ଶ ଦେଇଥିଲେ। ମହାନଗର କରିବାକୁ ଯାଇ ତୀର୍ଥସ୍ଥଳ ମାନ୍ୟତାକୁ ହଜାଇ ନ ଦେବାକୁ କହିଥିଲେ। ଗଜପତି ଏହା ଭଲ ପରାମର୍ଶ ଓ ପାଳନ କରିବା ଉଚିତ ବୋଲି କହିଥିଲେ।

ଜିପିଏସ୍ ସର୍ଭେକୁ ନେଇ ସେ କହିଛନ୍ତି, ଦିନରେ ପ୍ରକଳ୍ପ ସର୍ଭେ କାମ କଲେ ବିରୋଧର ଶିକାର ହେବାକୁ ପଡ଼ିବା ଆଶଙ୍କା କରି ଏହି କାମ ରାତିରେ ହେଉଥିବା ସ୍ପଷ୍ଟ ଜଣାପଡ଼ିଯାଉଛି। ସରକାର ନିର୍ଦ୍ଧାରଣ କରୁଥିବା ସମିତି ଧାର୍ମିକ ଦୃଷ୍ଟି କୋଣକୁ ଦୃଷ୍ଟି ନ ଦେଇ କେବଳ ବିକାଶକୁ ପ୍ରମୁଖତା ଦେଉଛି। ଏହାଦ୍ୱାରା ଗମନାଗମନ ସୁବିଧା ହେତୁ ଲୋକଙ୍କ ସମାଗମ ବଢ଼ୁଛି। ହେଲେ ଧାର୍ମିକ ପ୍ରଭାବ ଓ ଧାର୍ମିକ ସ୍ଥଳୀର ଗୁରୁତ୍ୱ ରହୁନି। ତପଭୂମିରେ ସୁରା, ସୁନ୍ଦରୀଙ୍କ ଆସର ଜମୁଛି। ଏହା ବିଡ଼ମ୍ବନାର ବିଷୟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରିବା ନିମନ୍ତେ ପ୍ରଶାସନ ମଠ ଉଚ୍ଛେଦ କରିବା ବେଳେ କୌଣସି ମଠ ମହନ୍ତ ତାଙ୍କ ନିକଟକୁ ଆସିନାହାନ୍ତି। ସମସ୍ତେ ଟଙ୍କା ପାଇ ଚୁପ୍ ରହିଥିଲେ। ତେଣୁ ମଠ ମହନ୍ତ ମୁଖିଆ ଭାବେ ସେ ମଧ୍ୟ ଚୁପ୍ ରହିଥିଲେ। କାଶିରେ ବିକାଶ ନାମରେ ଅନେକ ମୂର୍ତ୍ତି ହଟାଇ ଦିଆଯାଇଛି। ପଞ୍ଜାବରେ ବିକାଶ ନାମରେ ନିଆଁର ଭାଟି ଉପରେ ବସିଛି। ୫ ବର୍ଷ ତଳେ କହିଥିବା କଥାକୁ କେହି ଶୁଣି ନ ଥିଲେ। ତାହାର ପରିଣାମ ସେମାନେ ଭୋଗୁଛନ୍ତି। ପୁରୀରେ ବିମାନବନ୍ଦର କରି ବିକାଶ ନିମନ୍ତେ ସରକାର ପଦକ୍ଷେପ ନେଉଛନ୍ତି। ଏହାଦ୍ୱାରା ନୂଆ କଲୋନୀ ବସିବା ସହ ପୁରୀ ପ୍ରତି ଆତଙ୍କବାଦୀ ଆକ୍ରମଣ ଭୟ ବଢ଼ିବ ବୋଲି ସେ କହିସାରିଛନ୍ତି। ତେଣୁ ସରକାର ଏହା ଉପରେ ଦୃଷ୍ଟି ଦେବା ଉଚିତ।

Advertisment

ଏନେଇ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କିଛି ପରିବର୍ତ୍ତନ ନିମନ୍ତେ ଗତ ବୈଠକରେ ଅଲୋଚନା ହୋଇଥିଲା। ଏନେଇ ପରାମର୍ଶ ନେବା ନିମନ୍ତେ ସମସ୍ତେ ଶଙ୍କରାଚାର୍ଯ୍ୟଙ୍କ ନିକଟକୁ ଆସିଥିଲେ। ଦୀର୍ଘ ସମୟ ଏ ବାବଦରେ ଅଲୋଚନା ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe