Advertisment

ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ମିଳିବ ଆଡଭାନ୍ସ

ଗାଡି ମୂଲ୍ୟର ୭୫% ବା ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ଆଡଭାନ୍ସ ମିଳିବ। ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଭରଣା ହେବ। ଇଭି ଆଡଭାନ୍ସ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି।

ଅଦ୍ୟତନ ହୋଇଛି
EV

EV

Advertisment

ଇଲେକ୍ଟ୍ରିଚାଳିତ ମୋଟର ଯାନ ଚଳପ୍ରଚଳକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ୨ରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଅଗ୍ରୀମ ଅର୍ଥ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ଆକାରରେ ନେଇପାରିବେ । ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ ଗାଡ଼ି କିଣିବା ପାଇଁ ଏହି ଆଡଭାନ୍ସ ନେଇପାରିବେ । ତେବେ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଆଡ଼ଭାନ୍ସ ପରିମାଣ ମାତ୍ର ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇଥିବାରୁ ତାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

Advertisment

ଆଜି ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି, ରାଜ୍ୟର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କୁ ଇଲେକ୍ଟ୍ରିଚାଳିତ ମୋଟର ଯାନ କ୍ରୟ ନିମନ୍ତେ ସୁଧମୁକ୍ତ ଅଗ୍ରୀମ ରାଜ୍ୟ ସରକାର ଯୋଗାଇ ଦେବେ । ଗାଡ଼ିର ଏକ୍ସ-ଶୋରୁମ୍ ଦରର ୭୫% ଅବା ସର୍ବାଧିକ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ଯୋଗାଇ ଦିଆଯିବ ।

ସେହିପରି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବିଦ୍ୟୁତଚାଳିତ ସ୍କୁଟର, ସ୍କୁଟି କ୍ରୟ କରିବା ନିମନ୍ତେ ଗାଡ଼ିର ଏକ୍ସ-ଶୋରୁମ୍ ଦରର ୭୫% ଅବା ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଅଗ୍ରୀମ ଯୋଗାଇ ଦିଆଯିବ ।

Advertisment

ଯେଉଁ କର୍ମଚାରୀମାନେ ଏହି ଆଡଭାନ୍ସ ନେବେ ସେମାନେ ଗାଡ଼ି କ୍ରୟ କରିବାର ୩ମାସ ମଧ୍ୟରେ ଗାଡ଼ିର ପଞ୍ଜିକରଣ ସାର୍ଟଫିକେଟ, ବୀମା ଓ ରିଟେଲ ଇନଭଏସ୍ ନିଜର କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ । ଯେଉଁ କର୍ମଚାରୀ ଉଭୟ ୪ଚକିଆ ଓ ୨ଚକିଆ ଗାଡ଼ି ନିମନ୍ତେ ଆଡ଼ଭାନ୍ସ ନେବା ପାଇଁ ଯୋଗ୍ୟ ସେମାନେ ଗୋଟିଏ ସମୟରେ ଗୋଟିଏ ଗାଡ଼ି ପାଇଁ ଏହି ଅର୍ଥ ନେଇପାରିବେ । ଯଦି ଏହି ଆଡଭାନ୍ସ ଅର୍ଥକୁ ଗାଡ଼ି କ୍ରୟ ବଦଳରେ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଉପଯୋଗ କରାଯାଏ ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ତାଙ୍କୁ ନେଇଥିବା ଆଡ଼ଭାନ୍ସ ଫେରସ୍ତ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ଏହି ଗାଡ଼ି କିଣା ଆଡଭାନ୍ସର ସୁବିଧା ରାଜ୍ୟର ପ୍ରାୟ ସାଢ଼େ ୪ଲକ୍ଷ କର୍ମଚାରୀ ନେଇପାରିବେ ।

E-vehicle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe