Advertisment

ମନ୍ଦିରରେ ହୋଇଥାନ୍ତା ବାଲ୍ୟ ବିବାହ, ରୋକିଲା ପ୍ରଶାସନ

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାଟକୁମଣ୍ଡା ଗାଁରେ ହେବାକୁ ଯାଉଥିବା ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି ପ୍ରଶାସନ। ବିବାହ ପୂର୍ବରୁ ହିଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମଣ୍ଡଳ ପରିଦର୍ଶିକା ଓ ଛେଣ୍ଡିପଦା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ବର-କନ୍ୟାର ପରିବାର ସଦସ୍ୟଙ୍କୁ ବୁଝାଇ ସୁଝାଇ ବାହାଘରକୁ ଅଟକାଇଛନ୍ତି। ସୂଚନାଅନୁସାରେ, ଗତକାଲି ପାଟକୁମଣ୍ଡା ଗାଁର ଜଣେ ଯୁବକଙ୍କ ବିବାହ  ଜଣେ ନାବାଳିକାଙ୍କ ସହ ସ୍ଥିର ହୋଇଥିଲା।  ଏହି ବାହାଘର ପାଟକୁମଣ୍ଡା ଗାଁ […]

ଅଦ୍ୟତନ ହୋଇଛି
ମନ୍ଦିରରେ ହୋଇଥାନ୍ତା ବାଲ୍ୟ ବିବାହ, ରୋକିଲା ପ୍ରଶାସନ

angul

Advertisment

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାଟକୁମଣ୍ଡା ଗାଁରେ ହେବାକୁ ଯାଉଥିବା ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି ପ୍ରଶାସନ। ବିବାହ ପୂର୍ବରୁ ହିଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମଣ୍ଡଳ ପରିଦର୍ଶିକା ଓ ଛେଣ୍ଡିପଦା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ବର-କନ୍ୟାର ପରିବାର ସଦସ୍ୟଙ୍କୁ ବୁଝାଇ ସୁଝାଇ ବାହାଘରକୁ ଅଟକାଇଛନ୍ତି।

Advertisment

ସୂଚନାଅନୁସାରେ, ଗତକାଲି ପାଟକୁମଣ୍ଡା ଗାଁର ଜଣେ ଯୁବକଙ୍କ ବିବାହ  ଜଣେ ନାବାଳିକାଙ୍କ ସହ ସ୍ଥିର ହୋଇଥିଲା।  ଏହି ବାହାଘର ପାଟକୁମଣ୍ଡା ଗାଁ ମନ୍ଦିରରେ ହୋଇଥାଆନ୍ତା। ତେବେ ବାଲ୍ୟ ବିବାହ ହେଉଥିବା ଖବର ପାଇ ଛେଣ୍ଡିପଦା ଶିଶୁ ବିକାଶ ପ୍ରକଳ୍ପ  ଅଧିକାରୀ, ମଣ୍ଡଳ ପରିଦର୍ଶିକା ଓ ଛେଣ୍ଡିପଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାସହ ଉଭୟ ପୁଅ ଏବଂ ଝିଅଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଦୁଇ ପରିବାର ବିବାହ ନକରିବା ପାଇଁ ସହମତ ହୋଇଥିଲେ। ଏଥିସହ ଝିଅର ବୟସ ୧୮ ନହେବା ପର୍ଯ୍ୟନ୍ତ ବିବାହ କରିପାରିବେ ନାହିଁ ବୋଲି ଉଭୟ ପରିବାର ଚୁକ୍ତିନାମା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe