ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ। ରଥକାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ।
ବାୟୋ-ବବଲ୍ର ଅର୍ଥ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଚାରିପଟେ ଏଭଳି ଏକ ସୁରକ୍ଷିତ ବଳୟ ବା ଅଦୃଶ୍ୟ କବଚ ସୃଷ୍ଟି କରାଯିବ, ଯେଉଁଠିକୁ ସଂକ୍ରମଣ ଭେଦ କରିପାରିବ ନାହିଁ।
ଯେଉଁମାନେ ସେହି ବଳୟ ଭିତରେ ରହିବେ, ସେମାନଙ୍କୁ ଉଦ୍ଦିଷ୍ଟ ଏସ୍ଓପି ଗୁଡ଼ିକୁ କଡ଼ାକଡ଼ି ଅନୁସରଣ କରିବାକୁ ପଡ଼ିବ। ସେମାନେ ସଂକ୍ରମଣରୁ ବର୍ତ୍ତିବାକୁ ଘରକୁ ଯାଇପାରିବେନି। ସେହିପରି ପରିବାର ଲୋକ କିମ୍ବା ଅନ୍ୟ କାହାରି ସଂସ୍ପର୍ଶରେ ଆସିପାରିବେ ନାହିଁ।
ସୂଚନାଯୋଗ୍ୟ, ରଥଖଳାରେ ନିୟୋଜିତ ୮୮ ଜଣ ସେବାୟତଙ୍କ ଭିତରୁ ୮ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ ଅଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ମୋ ସ୍କୁଲ ଅଭିଯାନ’ର ନାଁ ବଦଳିଲା: ଅଧ୍ୟକ୍ଷ ରହିବେ ମୁଖ୍ୟ ସଚିବ, ମିଳିବ ସର୍ବାଧିକ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମ୍ୟାଚିଂ ଫଣ୍ଡ
‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରି ‘ପଂଚସଖା ଶିକ୍ଷା ସେତୁ’ ରଖିଛନ୍ତି ବିଜେପି ସରକାର। ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତ ରଖିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ।
Science & Environment
ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ଜିନ୍ନତ!
ଝାଡ଼ଖଣ୍ଡରୁ ଶିମିଳିପାଳ ନଫେରି ପଶ୍ଚିମବଙ୍ଗ ଗଲା ଜିନ୍ନତ।
Miscellaneous
ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଖରେ ୮ଟି ଦାବି ରଖିଲା ଓଡ଼ିଶା
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ। ୨୦୨୫-୨୬ ଆର୍ଥିକବର୍ଷର କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅଧିକ ପାଣ୍ଠି ଆବଂଟନ ପାଇଁ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Miscellaneous
ଚାଷୀଙ୍କ ଜନ୍ମକୁଣ୍ଡଳୀ ରଖିବେ ସରକାର: ନୂଆବର୍ଷରୁ ପଞ୍ଜିକରଣ ଆରମ୍ଭ, ମିଳିବ ୟୁନିକ୍ ନମ୍ବର ଓ ଡିଜିଟାଲ ଚାଷୀ କାର୍ଡ
ରାଜ୍ୟରେ ମୋହନ ମାଝୀ ସରକାର ପ୍ରକୃତ ଚାଷୀ ଚିହ୍ନଟ ସହ ସରକାରୀ ପାଣ୍ଠିର ଅନିୟମିତତାକୁ ରୋକିବା ପାଇଁ ରାଜ୍ୟରେ ଫାର୍ମର ରେଜିଷ୍ଟ୍ରି ଡାଟାବେସ୍ ପ୍ରସ୍ତୁତ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ।