Advertisment

PUCC: କହି ଦେଉ ଥାଉ ପରକୁ, ବୁଦ୍ଧି ନ ଦିଶଇ ନିଜକୁ

କଥାରେ ଅଛି କହି ଦେଉ ଥାଉ ପରକୁ, ବୁଦ୍ଧି ନ ଦିଶଇ ନିଜକୁ। ପରିବିହନ ବିଭାଗର କିଛି ସେମିତି ହିଁ ସ୍ଥିତି। ବିଧାନସଭାରୁ ଆସିଲା ପରିବହନ ବିଭାଗର ସାଙ୍ଘାତିକ ତ୍ରୁଟି। ବିଭାଗର ନିଜ ଗାଡ଼ିର ନାହିଁ  PUCC valid  certificate।

pucc
Advertisment

କଥାରେ ଅଛି କହି ଦେଉ ଥାଉ ପରକୁ, ବୁଦ୍ଧି ନ ଦିଶଇ ନିଜକୁ। ପରିବିହନ ବିଭାଗର କିଛି ସେମିତି ହିଁ ସ୍ଥିତି। ବିଧାନସଭାରୁ ଆସିଲା ପରିବହନ ବିଭାଗର ସାଙ୍ଘାତିକ ତ୍ରୁଟି। ବିଭାଗର ନିଜ ଗାଡ଼ିର ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍‌ ବା PUCC  (Pollution Under Control Certificate)। 2025 ଡିସେମ୍ବର  22 ସୁଦ୍ଧା  ପରିବହନ ବିଭାଗର 242ଟି ଗାଡ଼ିର PUCC ଶେଷ ହୋଇ ସାରିଛି ବୋଲି ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି। ଯାହା ଭିତରୁ 44 ଟି ସରକାରୀ ଓ 198 ବେସରକାରୀ ଗାଡ଼ି ଭଡ଼ାରେ ପରିବହନରେ ଲାଗିଛି। ତେବେ ବିନା PUCC ପାଇଁ ଲୋକ 10,000 ଟଙ୍କା ର ଚାଲାଣ ଭରୁଥିବା ବେଳେ, ପରିବହନବିଭାଗ କେତେ ଟଙ୍କା ଭରିଛି ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି।

Advertisment

ନୂଆ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି, ଦିଲ୍ଲୀ ସରକାର ଗତ ବର୍ଷ ଡିସେମ୍ବର  ୧୮ ରେ No PUCC No Petrol ନିୟମ ଲଗାଇଦେଲେ। ଯାହାକୁ ଦେଖି ତରବରିଆ ଭାବେ ଓଡ଼ିଶା ସରକାର ବି ୨୦ ଡ଼ିସେମ୍ବର ରେ No PUCC No Petrol ନିୟମ ଲାଗୁ କରିବା ପାଇଁ ତୈଳ ବିତରକ କମ୍ପାନୀଙ୍କୁ ଚିଠି ଲେଖି ଦେଲେ । ଯାହା ପରେ ସାରା ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଗଲା। ତେବେ ସାଧାରଣରେ ଅସନ୍ତୋଷ ପରେ ଏହି ନିୟମକୁ ଉଠାଇ ଦେଇଛନ୍ତି ସରକାର। 

ପୂର୍ବରୁ ଆମେ ରିପୋର୍ଟ କରିସାରିଛୁ, କେମିତି ବିନା PUCC , ବିନା insurance ରେ police ବିଭାଗରେ ଗାଡି ଚାଲୁ ରହିଛି। ଏବେ ପରିବହନ ବିଭାଗରେ ବ୍ୟବହୃତ ଗାଡ଼ିରେ PUCC ନଥିବା ଜଣା ପଡ଼ିବା ପରେ ପ୍ରଶ୍ନ ଉଠିଲାଣି। ଅନ୍ୟ ବିଭାଗର  ଗାଡ଼ିର PUCC ବୈଧ ଅଛି ତ?

Advertisment

ଭୁବନେଶ୍ଵରରୁ ସ୍ଵାତୀ ଜେନାଙ୍କ ରିପୋର୍ଟ୍

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe