Advertisment

ଓଡ଼ିଶାରେ ଖୋଲିବ ୪୫୦ ନୂଆ ଡାକଘର

ଜନସଂଖ୍ୟା ଆଧାରରେ ନୁହେଁ, ବରଂ ଜଣେ ଲୋକ କେମିତି ତା’ର ୫ କିଲୋମିଟର ପରିଧି ଭିତରେ ଡାକ ସେବା ପାଇପାରିବ, ତାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ସରକାର।

author-image
Manoranjan Sial
Post Office

Post Office

ଓଡ଼ିଶାରେ ଖୋଲିବ ୪୫୦ ନୂଆ ଡାକଘର। ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଏହିସବୁ ଡାକଘର ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ବିଶେଷ କରି ଜନସଂଖ୍ୟା ଆଧାରରେ ନୁହେଁ, ବରଂ ଜଣେ ଲୋକ କେମିତି ତା’ର ୫ କିଲୋମିଟର ପରିଧି ଭିତରେ ଡାକ ସେବା ପାଇପାରିବ, ତାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ସରକାର।

Advertisment

ବିଶେଷ କରି ଓଡ଼ିଶାର ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଡାକ ସେବା ଯୋଗାଇବା ଲକ୍ଷ୍ୟ ରହିଛି। ଏହି ଡାକଗୁଡିକରେ ସମସ୍ତ ଡାକ ଓ ଅର୍ଥନୈତିକ କାରବାର ପାଇଁ ସୁବିଧା ରହିବ। ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

ସୂଚନାରୁ ପ୍ରକାଶ, ଓଡ଼ିଶାର ଅନେକ ଦୁର୍ଗମ ଗାଁ ରହିଛି, ଯେଉଁଠି ଡାକ ଘର ନାହିଁ। ସେଠି ଲୋକମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ସେମାନଙ୍କ ପାଖରେ ଡାକ ସେବା ପହଞ୍ଚାଇବା ପାଇଁ ସରକାର ଏପରି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି  

Advertisment
Odisha Indian Postal Service