Advertisment

ବିଧାନସଭାରେ ଉପସ୍ଥାପନ ହେବ ୧.୦୬ଲକ୍ଷ କୋଟି ଟଙ୍କାର ଲେଖାନୁଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ଲକ୍ଷ କୋଟି ଟଙ୍କାର ପ୍ରଥମ ଲେଖାନୁଦାନ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତାକାଲି ବୁଧବାର ବିଧାନସଭାରେ ଉପସ୍ଥାପନ କରିବେ । ପଂଚାୟତ ଓ ପୌର ନିର୍ବାଚନ ଯୋଗୁ ଠିକ୍ ସମୟରେ ବଜେଟ୍ ଅଧିବେଶନ ଆରମ୍ଭ କରିବାରେ ସରକାର ବିଫଳ ହୋଇଥିବାରୁ କାମଚଳା ବଜେଟ୍ ଉପସ୍ଥାପନ କରି ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ବଜେଟକୁ ବିଧାନସଭାରେ ଗୃହୀତ କରାଇବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, […]

author-image
Ordigital Desk
ଅଦ୍ୟତନ ହୋଇଛି
ବିଧାନସଭାରେ ଉପସ୍ଥାପନ ହେବ ୧.୦୬ଲକ୍ଷ କୋଟି ଟଙ୍କାର ଲେଖାନୁଦାନ

Budget

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ଲକ୍ଷ କୋଟି ଟଙ୍କାର ପ୍ରଥମ ଲେଖାନୁଦାନ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତାକାଲି ବୁଧବାର ବିଧାନସଭାରେ ଉପସ୍ଥାପନ କରିବେ । ପଂଚାୟତ ଓ ପୌର ନିର୍ବାଚନ ଯୋଗୁ ଠିକ୍ ସମୟରେ ବଜେଟ୍ ଅଧିବେଶନ ଆରମ୍ଭ କରିବାରେ ସରକାର ବିଫଳ ହୋଇଥିବାରୁ କାମଚଳା ବଜେଟ୍ ଉପସ୍ଥାପନ କରି ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ବଜେଟକୁ ବିଧାନସଭାରେ ଗୃହୀତ କରାଇବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

Advertisment

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତାକାଲି ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍ ବ୍ୟୟବରାଦକୁ ଗୃହରେ ଉପସ୍ଥାପନ କରିବେ । ଏହା ପରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଅନ୍ୟ ଏକ ମୋସନ୍ ମାଧ୍ୟମରେ ପ୍ରାୟ ୧ଲକ୍ଷ ୬ହଜାର ୪୯୭କୋଟି ଟଙ୍କାର ‘ଭୋଟ୍ ଅନ ଆକାଉଣ୍ଟ ଗ୍ରାଣ୍ଟ’ ନିମନ୍ତେ ଗୃହର ଅନୁମତି ପାଇଁ ଉପସ୍ଥାପନ କରିବେ । ଯାହାକି ମାର୍ଚ୍ଚ ୩୧ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆକାରରେ ଗୃହର ଅନୁମୋଦନ ଲାଭ କରିବାର କାର୍ଯ୍ୟକ୍ରମ ରହିଛି । କରୋନା କାଳରେ ବି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରାୟ ୧ଲକ୍ଷ ୬ହଜାର ୪୯୭କୋଟିର ଲେଖାନୁଦାନ ଆଗତ କରି ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟର ଆକାର ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଅଧିକ ବଡ଼ ହେବାର ସନ୍ଦେଶ ଦେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ରବିବାର ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଚିଠା ବଜେଟ(ଲେଖାନୁଦାନ)କୁ ମଞ୍ଜୁରୀ ମିଳିଥିଲା ।

Advertisment