Advertisment

କିଡ୍‌ଜ୍ ବ୍ଲୁମିଙ୍ଗ୍‌ଡେଲ୍‌ସ୍‌ର ନିଆରା ଗ୍ରାଜୁଏସନ ଡେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନି କୁନି ଶିଶୁମାନଙ୍କ ପାଇଁ ଭୁବନେଶ୍ୱର ଶୈଳଶ୍ରୀବିହାର ଠାରେ ଥିବା କିଡ୍‌ଜ୍‌ ବ୍ଲୁମଇଙ୍ଗ୍‌ଡିଲ୍ସ୍‌ ପ୍ଲେ ସ୍କୁଲ୍‌ରେ ଗ୍ରାଜୁଏଶନ ଡେ’ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପ୍ଲେ ସ୍କୁଲ୍‌ ସ୍ତରରୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନିତ ହେଉଥିବା କୁନି କୁନି ପିଲାଙ୍କୁ ଉତ୍ସାହିତ କରିବା ପାଇଁ କିଡ୍‌ଜ ବ୍ଲୁମିଙ୍ଗ୍‌ଡେଲ୍‌ସ୍‌ ପକ୍ଷରୁ ଏହି ସ୍ୱତନ୍ତ୍ର ଆୟୋଜନ କରାଯାଉଛି ବୋଲି ଏହାର ଅଧ୍ୟକ୍ଷା ସବିତା ପଟ୍ଟନାୟକ କହିଛନ୍ତି। ଚଳିତ ବର୍ଷ ଏହି ଅବସରରେ ୨ ରୁ ୪ ବର୍ଷ ବୟସର […]

author-image
Minati Mishra
ଅଦ୍ୟତନ ହୋଇଛି
କିଡ୍‌ଜ୍ ବ୍ଲୁମିଙ୍ଗ୍‌ଡେଲ୍‌ସ୍‌ର ନିଆରା ଗ୍ରାଜୁଏସନ ଡେ’

aa3

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନି କୁନି ଶିଶୁମାନଙ୍କ ପାଇଁ ଭୁବନେଶ୍ୱର ଶୈଳଶ୍ରୀବିହାର ଠାରେ ଥିବା କିଡ୍‌ଜ୍‌ ବ୍ଲୁମଇଙ୍ଗ୍‌ଡିଲ୍ସ୍‌ ପ୍ଲେ ସ୍କୁଲ୍‌ରେ ଗ୍ରାଜୁଏଶନ ଡେ’ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପ୍ଲେ ସ୍କୁଲ୍‌ ସ୍ତରରୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନିତ ହେଉଥିବା କୁନି କୁନି ପିଲାଙ୍କୁ ଉତ୍ସାହିତ କରିବା ପାଇଁ କିଡ୍‌ଜ ବ୍ଲୁମିଙ୍ଗ୍‌ଡେଲ୍‌ସ୍‌ ପକ୍ଷରୁ ଏହି ସ୍ୱତନ୍ତ୍ର ଆୟୋଜନ କରାଯାଉଛି ବୋଲି ଏହାର ଅଧ୍ୟକ୍ଷା ସବିତା ପଟ୍ଟନାୟକ କହିଛନ୍ତି।

Advertisment

publive-image

ଚଳିତ ବର୍ଷ ଏହି ଅବସରରେ ୨ ରୁ ୪ ବର୍ଷ ବୟସର ଛୋଟ ଛୋଟ ପିଲାଙ୍କ ମଧ୍ୟରେ ନୃତ୍ୟୁ, ଗୀତର ଆସର ଆୟୋଜନ କରାଯାଇଥିଲା। ଏଥିରେ କିଡ୍‌ଜ୍‌ ବ୍ଲୁମଇଙ୍ଗ୍‌ଡିଲ୍ସ୍‌ ସହାୟତାରେ ଚନ୍ଦକା ଗୋଡିବାରୀ ଗାଁରେ ଚାଲୁଥିବା ଆଦିବାସୀ ଶିଶୁ ବିଦ୍ୟାଳୟ ‘ବୁଗିଲ୍‌ ହୋ’ ର ଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

publive-image

ଏହି ଅବସରରେ ସାମାଜିକ କର୍ମୀ, ସୁଲତା ଦେଓ, ଶୁଭଶ୍ରୀ ଦାସ, ସୁଚିସ୍ମିତା ପୃଷ୍ଟି, ବରିଷ୍ଠ ସାମ୍ବାଦିକା ପ୍ରାଚୀତାରା ମିଶ୍ର, ସମ୍ବାଦିକା ଅନ୍ୱେଷା ଅମ୍ବାଲୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ କିଣ୍ଡେରଗାର୍ଡେନ୍‌କୁ ଉନ୍ନୀତ ହୋଇଥିବା ୨୦ ଜଣ କୁନି ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ ସମ୍ମାନ ପ୍ରଦାନ କରାଯାଇଥିଲା।

Advertisment