duti chand
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାକର୍ତ୍ତା ଏସିଆନ୍ ଗେମ୍ସରେ ଚମକିବା ପରେ ଓଡ଼ିଶା ଫେରିଛନ୍ତି ଦୂତୀ ଚାନ୍ଦ। ଓଡ଼ିଶା ଫେରିବା ପରେ ସେ ସଚିବାଳୟରେ ଯାଇଥିଲେ। ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଦୂତୀଙ୍କ ପାଇଁ ଘୋଷଣା କରିଥିବା ୩ କୋଟି ଟଙ୍କାର ଚେକ୍ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।
ଦୂତୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟ କ୍ରୀଡା ବିଭାଗ, ଓଡ଼ିଶା ଆଥଲେଟିକ୍ ଆସୋସିଏସନର ଅଧିକାରୀ ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ଫୁଲତୋଡ଼ା ଦେଇ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଚଳିତ ଏସିଆନ୍ ଗେମ୍ସରେ ଦୂତୀ ୧୦୦ ଓ ୨୦୦ ମିଟର ଦୌଡ଼ରେ ଦୁଇଟି ରୌପ୍ୟ ପଦକ ହାସଲ କରି ଇତିହାସ ରଚିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/08/dutiiiii.jpg)