Advertisment

କବରସ୍ଥାନକୁ ଯିବା ପାଇଁ ରାସ୍ତା ନାହିଁ, କଫିନ୍‌ କାନ୍ଧେଇ ନାଳ ପାର ହେଲେ ସାହିଭାଇ

ଉମରକୋଟ (କାର୍ତ୍ତିକ ମଲ୍ଲିକ): କବରସ୍ଥାନକୁ ଯିବା ପାଇଁ ରାସ୍ତାଟିଏ ନାହିଁ। ସେଥିପାଇଁ ସାହି-ଭାଇମାନେ କଫିନ୍‌କୁ କାନ୍ଧେଇ ଉଛୁଳା ନାଳ ଅତିକ୍ରମ କରି କବରସ୍ଥାନକୁ ଯାଉଛନ୍ତି। ଏମିତି ଘଟଣା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମୋହରାରେ ଦେଖିବାକୁ ମିଳୁଛି। ପୂରା ଘଟଣା ଏମିତି। ଚନ୍ଦାହାଣ୍ଡି ବ୍ଲକରେ ମୋହରା ଏକ ଗାଁ। ଯେଉଁ ଗାଁରେ ସାଧାରଣତଃ ଆଦିବାସୀ ଓ ମୁସଲମାନ ସମ୍ପ୍ରଦାୟର ୩୦୦ ପରିବାର ବାସ କରୁଛନ୍ତି। ଏହି ଗାଁ ଦେଇ ବହି ଯାଇଛି କୁକୁରଜୋର ନାଳ। ଆଉ ନାଳ […]

ଅଦ୍ୟତନ ହୋଇଛି
କବରସ୍ଥାନକୁ ଯିବା ପାଇଁ ରାସ୍ତା ନାହିଁ, କଫିନ୍‌ କାନ୍ଧେଇ ନାଳ ପାର ହେଲେ ସାହିଭାଇ

umarakota

Advertisment

ଉମରକୋଟ (କାର୍ତ୍ତିକ ମଲ୍ଲିକ): କବରସ୍ଥାନକୁ ଯିବା ପାଇଁ ରାସ୍ତାଟିଏ ନାହିଁ। ସେଥିପାଇଁ ସାହି-ଭାଇମାନେ କଫିନ୍‌କୁ କାନ୍ଧେଇ ଉଛୁଳା ନାଳ ଅତିକ୍ରମ କରି କବରସ୍ଥାନକୁ ଯାଉଛନ୍ତି। ଏମିତି ଘଟଣା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମୋହରାରେ ଦେଖିବାକୁ ମିଳୁଛି।

Advertisment

ପୂରା ଘଟଣା ଏମିତି। ଚନ୍ଦାହାଣ୍ଡି ବ୍ଲକରେ ମୋହରା ଏକ ଗାଁ। ଯେଉଁ ଗାଁରେ ସାଧାରଣତଃ ଆଦିବାସୀ ଓ ମୁସଲମାନ ସମ୍ପ୍ରଦାୟର ୩୦୦ ପରିବାର ବାସ କରୁଛନ୍ତି। ଏହି ଗାଁ ଦେଇ ବହି ଯାଇଛି କୁକୁରଜୋର ନାଳ। ଆଉ ନାଳ ଆରପାର୍ଶ୍ୱରେ ରହିଛି ଆଦିବାସୀଙ୍କର ଶ୍ମଶାନ ଓ ମୁସଲମାନଙ୍କର କବରସ୍ଥାନ। ତେଣୁ ବର୍ଷା ଦିନରେ ଗାଁରେ କାହାରି ମୃତ୍ୟୁ ହେଲେ, ନାଳ ପାର କରି ନେବାକୁ ପଡୁଛି। ନାଳରେ ଯେତେ ପାଣି ଥିଲେ ମଧ୍ୟ ଗାଁ ଲୋକେ ମୃତଦେହକୁ କାନ୍ଧରେ ନେଇଥାଆନ୍ତି। ଏହା ତାଙ୍କ ପାଇଁ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ତେବେ ଗତ ୧୭ ତାରିଖରେ ଘଟିଥିବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଏହି ଗାଁର ସାହେବ ଅଲ୍ଲୀଙ୍କର ମୃତ୍ୟୁ ହୋଇଥିଲା। ସାହି-ଭାଇ ସାହେବଙ୍କ କଫିନ୍‌କୁ କାନ୍ଧେଇ ନାଳ ପାର କରି କବରସ୍ଥାନକୁ ନେଇଥିଲେ।

କୁକୁରଜୋର କେବଳ ମୋହରା ଗାଁ ପାଇଁ ବିପଦ ସାଜିନି। ମୋହରା ସମେତ ସାଲେବିଡ଼ି, ବୁଦୁରିଆ ପରି ୪ ଖଣ୍ଡ ଗାଁ ପାଇଁ ମଧ୍ୟ ବିପଦ ସାଜିଛି। କୁକୁରଜୋର ଉପରେ ବ୍ରିଜ୍‌ଟିଏ ନଥିବାରୁ ଗାଁ ଲୋକେ ବର୍ଷା ଦିନେ ଉଛୁଳା ପାଣିରେ ଜୀବନକୁ ବାଜି ଲଗାଇ ଯାଉଛନ୍ତି। ଏନେଇ ଗାଁ ଲୋକେ ବହୁବାର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ସମସ୍ତଙ୍କଠାରୁ ନିରାଶ ହେବାକୁ ପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe