Advertisment

ଗ୍ରୀଡକୋ ଖୋଲିଲା ସରକାରଙ୍କ ଗୁମର

ରାଜ୍ୟରେ ଖରାଦିନେ ପିକ୍‌ ସମୟରେ ୫, ୪୦୦ ମେଗାୱାଟ ବିଦ୍ୟୁତ ଆବଶ୍ୟକତା ପଡୁଛି। ଏହି ଚାହିଦା ପୂରଣ ପାଇଁ ଏପ୍ରିଲ୍‌ ଓ ଜୁଲାଇ ମଧ୍ୟରେ ମଧ୍ୟପ୍ରଦେଶ ଶକ୍ତି ନିଗମଠାରୁ ୧୦୦ ମେଗାୱାଟ ଶକ୍ତି ଅଣାଯିବ।

GRIDCO

GRIDCO

Advertisment

ଗ୍ରୀଡକୋ ଖୋଲିଲା ସରକାରଙ୍କ ଗୁମର। ରାଜ୍ୟରେ ଅଛି ଶକ୍ତି ସଙ୍କଟ। ପିକ୍‌ ପିରିୟଡରେ ମଧ୍ୟପ୍ରଦେଶରୁ ଧାରରେ ଆସିବ ବିଦ୍ୟୁତ। ପାୱାର ଟ୍ରିପ୍‌ ନୁହେଁ, ପାୱାର ସଟେଜ୍‌ ଯୋଗୁ ହେଉଛି ବିଦ୍ୟୁତ କାଟ। ପିକ୍‌ ପିରିୟଡରେ ଉପଭୋକ୍ତାଙ୍କୁ ଦେବା ପାଇଁ ଶକ୍ତି ବିଭାଗ ପାଖରେ ନଥିଲା ପର୍ଯ୍ୟାପ୍ତ ବିଜୁଳି। ଯେଉଁଥିପାଇଁ ଏବେ ମଧ୍ୟପ୍ରଦେଶ ଶକ୍ତି ନିଗମ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି ଗ୍ରୀଡକୋ।

Advertisment

ଗ୍ରୀଡକୋ ପକ୍ଷରୁ ଏକ ପ୍ରେସ ରିଲିଜ ଜରିଆରେ କୁହାଯାଇଛି ଯେ, ରାଜ୍ୟରେ ଖରାଦିନେ ପିକ୍‌ ସମୟରେ ୫, ୪୦୦ ମେଗାୱାଟ ବିଦ୍ୟୁତ ଆବଶ୍ୟକତା ପଡୁଛି। ଏହି ଚାହିଦା ପୂରଣ ପାଇଁ ଏପ୍ରିଲ୍‌ ଓ ଜୁଲାଇ ମଧ୍ୟରେ ମଧ୍ୟପ୍ରଦେଶ ଶକ୍ତି ନିଗମଠାରୁ ୧୦୦ ମେଗାୱାଟ ଶକ୍ତି ଅଣାଯିବ। ଶକ୍ତି ବିନିମୟ ବ୍ୟବସ୍ଥା ମାଧ୍ୟମରେ ଅଧିକ ୨୫୦ ମେଗାୱାଟ ପର୍ଯ୍ୟନ୍ତ ଅଣାଯାଇପାରିବ। ଏହି ବିଦ୍ୟୁତକୁ ଶୀତଦିନେ ମଧ୍ୟପ୍ରଦେଶ ଶକ୍ତି ନିଗମକୁ ଫେରାଇବ ଗ୍ରୀଡକୋ। ଖାଲି ସେତିକି ନୁହେଁ, ଦୁର୍ବଳ ଭିତ୍ତିଭୂମି ଯୋଗୁ ବିଦ୍ୟୁତ ଉତ୍ପାଦନରେ ବାଧା ଉପୁଜୁଛି। ଯେଉଁଥିପାଇଁ ବିଦ୍ୟୁତ୍ ନିଅଣ୍ଟ ହେଉଥିବା ଗ୍ରୀଡକୋ ସ୍ପଷ୍ଟ କରିଛି।

ତଥ୍ୟ କହୁଛି, ଗତ ୧୮ ତାରିଖରେ ୫,୪୨୩ ମେଗାୱାଟ ଶକ୍ତି ଅବାଶ୍ୟକ ଥିବା ବେଳେ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଦେଇଛନ୍ତି ୫,୨୭୮ ମେଗାୱାଟ। ସେହିପରି ୧୯ ତାରିଖରେ ମଧ୍ୟ ୫,୦୩୪ ମେଗାୱାଟ ଆବଶ୍ୟକତା ହେଉଥିବା ବେଳେ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଦେଇଛନ୍ତି ୪,୯୦୧ ମେଗାୱାଟ୍। ଗ୍ରୀଡକୋ ପକ୍ଷରୁ ଏଭଳି ସୂଚନା ଦିଆଯିବା ପରେ ବିରୋଧୀ ବିଜେପି ଓ କଂଗ୍ରେସ୍‌ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି। ପାୱାର କଟ୍ ପ୍ରତିବାଦରେ କଂଗ୍ରେସ ଆସନ୍ତା ୨୭ ରେ ରାଜ୍ୟର ସବୁ ବିଦ୍ୟୁତ୍ ଅଫିସ ଘେରାଉ କରିବ।

Advertisment

ପ୍ରତିବର୍ଷ ଖରାଦିନେ ବିଦ୍ୟୁତ୍ ଉପଭୋକ୍ତା ପାୱାର କଟ୍ ପାଇଁ ସନ୍ତୁଳି ହେଉଛନ୍ତି। ଆଉ ଏବେ ଗ୍ରୀଷ୍ମ ସରିବା ପରେ ସରକାର ଶକ୍ତି ସଙ୍କଟ ଦୂର ଲାଗି ଅନ୍ୟ ରାଜ୍ୟ ସହ ଚୁକ୍ତି କରିଛନ୍ତି। ଏବେ ପ୍ରଶ୍ନ ଆଗାମୀ ଦିନରେ ଏହା କେତେ ଫଳ ପ୍ରଦ ହେବ।

Odisha Gridco
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe