ଏବେ ବି ଶୁଭୁଛି...ବଞ୍ଚାଅ..ବଞ୍ଚାଅ

  • Published: Sunday, 02 July 2023
  • , Updated: 02 July 2023, 01:24 PM IST

ଏବେ ବି ଶୁଭୁଛି ଚିତ୍କାର ଆଉ ରାତି ହେଲେ ବାପାଙ୍କୁ ଖୋଜୁଛି କୁନି ଝିଅ। ପତ୍ନୀଙ୍କ ମଥାରୁ ସିନ୍ଦୂର ଲିଭିଛି ହେଲେ ଶୁଖିନି ଆଖିରୁ ଲୁହ। ସଂସାରର ବୋଝ କାନ୍ଧେଇବା ପାଇଁ ଅଣ୍ଟା ଭିଡୁଛି ବୁଢ଼ା ବାପା ହେଲେ ଆଖି ଆଗରେ ନାଚି ଉଠୁଛି ଭେଣ୍ଡିଆ ପୁଅର ମୁହଁ। ପରିସ୍ଥିତି ସୁଧୁରିଲା ଆଉ ଟ୍ରେନ ଲାଇନରେ ଟ୍ରେନ ଗଡ଼ିଲା। ହେଲେ ଭାଙ୍ଗିଯାଇଥିବା ଘରର ମେରୁଦଣ୍ଡ ଆଉ କେବେ ବି ସଳଖି ଛିଡ଼ା ହୋଇପାରିବନି। ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୂରିଲା। ଏବେ ବି ଆତ୍ମୀୟଙ୍କ ମଲା ମୁହଁ ଟିକେ ଦେଖିବା ପାଇଁ ବ୍ୟାକୁଳ ହେଉଛନ୍ତି ମୃତକଙ୍କ ପରିବାର ଲୋକେ।

Related story