ଜାଡ଼ରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାଡ଼ରେ ଥରୁଛି ସାରା ଓଡ଼ିଶା। ସପ୍ତାହେ ହେଲା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଥିବା ବେଳେ କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ସମେତ ରାଜ୍ୟର ଅଧିଂକାଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଗତକାଲି ୧୩ଟି ସ୍ଥାନରେ ପାରଦ ୧୧ ଡିଗ୍ରୀ ତଳେ ଥିଲା। ଆସନ୍ତା ୨ରୁ ୩ ଦିନ ଯାଏ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବ ବୋଲି ପାଣିପାଗ […]

winter

winter

Rakesh Mallick
  • Published: Saturday, 22 December 2018
  • Updated: 22 December 2018, 10:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାଡ଼ରେ ଥରୁଛି ସାରା ଓଡ଼ିଶା। ସପ୍ତାହେ ହେଲା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଥିବା ବେଳେ କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ସମେତ ରାଜ୍ୟର ଅଧିଂକାଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଗତକାଲି ୧୩ଟି ସ୍ଥାନରେ ପାରଦ ୧୧ ଡିଗ୍ରୀ ତଳେ ଥିଲା। ଆସନ୍ତା ୨ରୁ ୩ ଦିନ ଯାଏ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

କନ୍ଧମାଳରେ ଏବେ ହାଡ଼ଭଙ୍ଗା ଶୀତ। ଘରୁ ବାହାରକୁ ବାହାରିଲେ ଥରି ଉଠୁଛି ଦେହ। ଜିଲ୍ଲା ସଦରମହକୁମା ଫୁଲବାଣୀରେ ୭ ଡିଗ୍ରୀ ଛୁଇଁଛି ପାରଦ।

winterସେହିପରି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାରା ୮ ଡିଗ୍ରୀକୁ ଖସି ଆସିଛି। ପ୍ରବଳ କୁହୁଡ଼ି ସାଙ୍ଗକୁ କୋହଲା ପାଗ ଜନଜୀବନକୁ ପ୍ରଭାବିତ କରିଛି। ସନ୍ଧ୍ୟା ହେଲେ ଲୋକେ ଘରେ ନିଆଁରେ ସେକି ହେଉଛନ୍ତି।

କୋରାପୁଟରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ଦିନ ପ୍ରାୟ ୧୦ଟା ଯାଏ ସହର କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି। ଏପରିକି ରାସ୍ତାରେ ୨ରୁ ୩ ମିଟର ଆଗକୁ କିଛି ଦେଖାଯାଉନାହିଁ।

winterହାଡ଼ଭଙ୍ଗା ଶୀତରୁ ବାଦ ପଡ଼ିନାହିଁ ବାରିପଦା। ଏଠାରେ ସର୍ବନିମ୍ନ ତାପମାତ୍ରା ୧୦.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଶିମିଳିପାଳ ଅଞ୍ଚଳରେ ଅଧିକ ଶୀତ ହେଉଥିବାରୁ ଏଥିରୁ ରକ୍ଷା ପାଇବାକୁ ନିଆଁ ପୁଅଁଉଛନ୍ତି ଲୋକେ। ଜିଲ୍ଲାର ଠାକୁରମୁଣ୍ଡା, ଯଶୀପୁର, ବିଶୋଇ,କରଞ୍ଜିଆ, ଉଦଳା ଆଦି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି।

ହାଡ଼ଭଙ୍ଗା ଶୀତକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି ହୋଇଛି। ବାସହୀନ ଲୋକଙ୍କୁ ସ୍କୁଲ ଏବଂ ଅନ୍ୟ ସରକାରୀ ବିଲ୍ଡିଂରେ ରହିବାର ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି ସହରାଞ୍ଚଳରେ ମଧ୍ୟ ରାତ୍ରି ଆଶ୍ରୟ ଗୃହଗୁଡ଼ିକୁ ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

winterସେପଟେ ଉତ୍ତର ପୂର୍ବ ଦିଗରୁ ବାୟୁ ପ୍ରବାହ କାରଣରୁ ଶୀତର ପ୍ରଭାବ ଆଗକୁ ଆହୁରି ବଢ଼ିବ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍. ଆର୍. ବିଶ୍ୱାସ।

https://youtu.be/Fn6v6AahR8Y

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos