Advertisment

ହାତଗଣ୍ଠି ପରେ ଶିଶୁପାଳ ହୋଇ ଫେରିଲେ!

ବାହାଘର ଚାଲିଥାଏ। ସମସ୍ତେ ହସ ହସ ମୁହଁରେ ଥାନ୍ତି। ବ୍ରାହ୍ମଣଙ୍କ ମନ୍ତ୍ର ଏବଂ ହୁଳହୁଳିରେ ବେଦୀ କମ୍ପୁଥାଏ। ହୋମ ନିଆଁକୁ ସାକ୍ଷୀ ରଖି ହାତକୁ ହାତ ମିଳାଇ ବେଦୀରେ ବସିଥାନ୍ତି ବରକନ୍ୟା। କନିଆଁ ମଥାରେ ସିନ୍ଦୂର ଲାଗିବା ପୂର୍ବରୁ ହଠାତ ବନ୍ଦ ହେଲା ବାହାଘର। କେହି କିଛି ବୁଝିବା ଆଗରୁ ହଠାତ କେହି ଜଣେ ଆସିଲେ ଆଉ କହିଲେ ବାହାଘର ବନ୍ଦ କର। ଏହା ଶୁଣି ସମସ୍ତେ ଅବାକ। ବୁଝୁ ବୁଝୁ ସାଧା ପୋଷାକଧରି ବ୍ୟକ୍ତି ଜଣକ ହେଉଛନ୍ତି ପୋଲିସ। ବେଦୀରେ ପୋଲିସକୁ ଦେଖି ସମସ୍ତେ ଛାନିଆଁ। କିନ୍ତୁ କାହିଁକି ପୋଲିସ ଆସି ବନ୍ଦ କଲା ବିବାହ? ପରେ ଜଣାପଡ଼ିଲା ବାଲ୍ୟ ବିବାହ ବନ୍ଦ କରିବାକୁ ପୋଲିସ ଓ ଶିଶୁ ସୁରକ୍ଷା ୟୁନିଟ ପହଁଞ୍ଚିଛି।

Advertisment
Odisha Marriage Child Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe