Advertisment

ମାନବବାଦ ନାଁରେ ତାଲିବାନୀ ଯନ୍ତ୍ରଣା, ବାପ-ପୁଅଙ୍କୁ ଘରେ ପୂରାଇ ନିର୍ଧୁମ ପିଟିଲେ

ଖୋର୍ଦ୍ଧା(ବଳରାମ ଲେଙ୍କା): ମାନବବାଦ ନାଁରେ ତାଲିବାନୀ ଯନ୍ତ୍ରଣା। ଅତି ନିର୍ମମ ଭାବେ ବାପ-ପୁଅଙ୍କୁ ଘରେ ପୂରାଇ ଲୁଗା ପଟା ଖୋଲି ନିର୍ଘାତିଆ ପିଟିଲେ। ମାଡ଼ ମରାର ଭିଡିଓ ରେକର୍ଡିଂ କଲେ। ପରେ ସେହି ଭିଡିଓକୁ ଭାଇରାଲ୍‌ କଲେ। ଏପରି ଅମାନବୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂରରେ। ହେଲେ ଖୋର୍ଦ୍ଧା ଏସ୍‌ପି କହୁଛନ୍ତି ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍‌ କଡବ ଗାଁର ମାଗୁଣୀ ନାୟକ। ସେ ମାନବବାଦ ସଙ୍ଗଠନର […]

ଅଦ୍ୟତନ ହୋଇଛି
ମାନବବାଦ ନାଁରେ ତାଲିବାନୀ ଯନ୍ତ୍ରଣା, ବାପ-ପୁଅଙ୍କୁ ଘରେ ପୂରାଇ ନିର୍ଧୁମ ପିଟିଲେ

Khurda

Advertisment

ଖୋର୍ଦ୍ଧା(ବଳରାମ ଲେଙ୍କା): ମାନବବାଦ ନାଁରେ ତାଲିବାନୀ ଯନ୍ତ୍ରଣା। ଅତି ନିର୍ମମ ଭାବେ ବାପ-ପୁଅଙ୍କୁ ଘରେ ପୂରାଇ ଲୁଗା ପଟା ଖୋଲି ନିର୍ଘାତିଆ ପିଟିଲେ। ମାଡ଼ ମରାର ଭିଡିଓ ରେକର୍ଡିଂ କଲେ। ପରେ ସେହି ଭିଡିଓକୁ ଭାଇରାଲ୍‌ କଲେ। ଏପରି ଅମାନବୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂରରେ। ହେଲେ ଖୋର୍ଦ୍ଧା ଏସ୍‌ପି କହୁଛନ୍ତି ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍‌ କଡବ ଗାଁର ମାଗୁଣୀ ନାୟକ। ସେ ମାନବବାଦ ସଙ୍ଗଠନର କାର୍ଯ୍ୟକୁ ବିରୋଧ କରିଥିଲେ। ସେଥିପାଇଁ ମାଗୁଣୀ ଓ ତାଙ୍କ ପୁଅକୁ ଉଠାଇନେଲେ ସଙ୍ଗଠନର କର୍ମକର୍ତ୍ତା। ପରେ କୋଠ ଘର ଭିତରେ ବାପ-ପୁଅଙ୍କୁ ଆଣ୍ଠୁମାଡ଼ି ବସାଇ ଦେଲେ। ପରେ ସେମାନଙ୍କ ଦେହରୁ ସମସ୍ତ ଲୁଗା ଖୋଲିଦେଲେ। ତା’ପରେ ନିର୍ଘାତିଆ ଯେମିତି ପାରିଲେ, ସେମିତି ପିଟି ଚାଲିଲେ। ଚେତା ହରାଇ ତଳେ ପଡ଼ି ଯିବା ପରେ ପାଣି ଛାଡ଼ି ପୁଣି ପିଟୁଥିଲେ। ଯାହା ଥିଲା ଅତ୍ୟନ୍ତ ଦୟନୀୟ। ଯାହାକୁ ଆଖିରେ ଦେଖିବା ଯନ୍ତ୍ରଣା ଦାୟକ। ବାପ-ପୁଅ ଯେତେ ଚିତ୍କାର କରୁଥିଲେ ମଧ୍ୟ ସେମାନଙ୍କ କାନରେ କିଛି ପଡ଼ୁନଥିଲା। ମାଡ଼ ବେଳେ ହେଉଥିଲା ଭିଡିଓ ରେକର୍ଡିଂ! ପରେ ସେହି ଭିଡିଓକୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ କରାଯାଇଥିଲା। ଯାହା ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

ମାଡ଼ ଖାଇବା ପରେ ସେଦିନ କୌଣସି ମତେ ପୁଅ ସହ ମାଗୁଣି ସିନା ଜୀବନ ବଞ୍ଚାଇ ଫେରିଆସିଥିଲେ। ହେଲେ ଯିଏ ଏହି ମାନବବାଦ ସଂଗଠନକୁ ବିରୋଧ କରେ, ତାକୁ ହତ୍ୟା କରାଯାଇଥାଏ। ବେଗୁନିଆ ଥାନା ମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଘରୁ ଟେକିନେଇ କରଡଗାଡିଆ ଗାଁରେ ଅଗଷ୍ଟ ୨ ତାରିଖରେ ପିଟିପିଟି ମାରି ଦେଇଥିଲା ସଙ୍ଗଠନ। ପରେ ତାଙ୍କୁ ଜାଳି ଦିଆଯାଇଥିଲା। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ତେବେ ସଂଗଠନର ସଦସ୍ୟମାନେ ଏହି ଘଟଣା ପରେ ଏକାଧିକ କାଣ୍ଡ ଭିଆଇ ଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯେଉଁଥିପାଇଁ ନିର୍ଯାତନାରେ ଶିକାର ହେଉଥିବା ଲୋକମାନେ ମୁହଁ ଖୋଲିବାକୁ ଭୟ କରୁଛନ୍ତି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ମାନବବାଦ ସଙ୍ଗଠନ କାହାର? କିଏ ଏହି ସଙ୍ଗଠନର ମୁଖ୍ୟ? ଭିଡ଼ିଓରେ ମାଡ଼ ମରାଯାଉଥିବାର ଦୃଶ୍ୟ ସ୍ପଷ୍ଟ ଭାବେ ଦେଖାଯାଉଥିବା ବେଳେ ପୁଲିସ କେଉଁ ଅଭିଯୋଗକୁ ଅପେକ୍ଷା କରିଛି? ପୁଲିସ ଚାହିଁଲେ ନିଜଆଡୁ ମାମଲା ରୁଜୁ କରି ତଦନ୍ତ କରିପାରିବନି କି? ତେବେ ଆଲୋଚନା ହେଉଛି ଖୋର୍ଦ୍ଧା ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜର ଅସ୍ତିତ୍ୱଜାହିର କରିବା ପାଇଁ ମାନବବାଦ ନାଁରେ ଏପର ଭୟଭୀତ କରିବାକୁ ଉଦ୍ୟମ କରୁଛି ସଙ୍ଗଠନ। ଆଉ ଟାର୍ଗେଟକୁ ନେଉଛନ୍ତି ଆଦିବାସୀଙ୍କୁ। ତେବେ ଏଠି ପ୍ରଶ୍ନ ଉଠୁଛି ଏହି ସଙ୍ଗଠନ କୌଣସି ରାଜନୈତିକ ଦଳ ଦ୍ୱାରା ପରିଚାଳିତ ହେଉନାହିଁ ତ?

ବାପ-ପୁଅଙ୍କୁ ନିର୍ଯାତନା ନେଇ ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ଖୋର୍ଦ୍ଧା ଏସ୍‌ପି ରାଜକିଶୋର ଦୋରା କହିଛନ୍ତି, ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe