Advertisment

ଧର୍ମେନ୍ଦ୍ରଙ୍କ ନିକଟରେ ଫେରାଦ ହେଲେ ଜିଆରଏସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଗ୍ରାମ ରୋଜଗାର ସେବକଙ୍କୁ ମାଡ଼ ଘଟଣାର ପ୍ରତିବାଦ କରି ବିଜେପି ନିକଟରେ ଫେରାଦ ହୋଇଛି ସଂଘ। ଆଜି ଗ୍ରାମ ରୋଜଗାର ସେବକ ସଂଘର ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଗତକାଲିର ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି।

ଏନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“କୌଣସି ଆଲୋଚନା ନ କରି ପୋଲିସ ସେମାନଙ୍କୁ ମାରପିଟ୍ କରିବା ଉଚିତ ନ ଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବ।”

ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ଗ୍ରେଡ୍ ପେ ୯ହଜାର ଟଙ୍କାକୁ ବୃଦ୍ଧି ଓ ଖାଲି ପଡ଼ିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀରେ ଜିଆରଏସ୍‌ ମାନଙ୍କୁ ନିଯୁକ୍ତି ଦାବିରେ ଗତ ସେମ୍ବେର ୧୮ରୁ ସେମାନେ ଆନ୍ଦୋଳନ କରୁଛନ୍ତି।  ଗତକାଲି ଶୋଭାଯାତ୍ରା ବେଳେ ପୋଲିସ ସହ ଜିଆରଏସ୍‌ ମାନଙ୍କ ଧସ୍ତାଧସ୍ତା ହୋଇଥିଲା। ପରେ ପୋଲିସ ସେମାନଙ୍କ  ଉପରକୁ ଲାଠି ଚାର୍ଜ କରିଥିଲା।

author-image
Ordigital Desk