/odisha-reporter/media/post_attachments/uploads/2021/08/jajpur-1.jpg)
jajpur
ଯାଜପୁର (ଗୁଲାମ ଗସ): ଯାଜପୁରଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ମହିଳା ଜିଆରଏସଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରଶ୍ମୀରଂଜିତା ପାଢ଼ୀ।
Advertisment
ସେ ବଡ଼ଚଣା ବ୍ଲକ ଅଧୀନ ପତରାଜପୁର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ୱାମୀ ଝାରସୁଗୁଡ଼ାରେ ଚାକିରି କରନ୍ତି। ତେଣୁ ସେ ଏଠାରେ ନିଜ ପିଉସୀ ଓ ତାଙ୍କ ୪ ବର୍ଷର ଝିଅ ସହିତ ରହୁଥିଲେ ।
ତେବେ ଆଜି ସକାଳେ ଭଡ଼ା ଘରୁ ତାଙ୍କର ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଚଣ୍ଡିଖୋଲ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
Advertisment
ରଶ୍ମୀରଂଜିତାଙ୍କ ବାପା କହିଛନ୍ତି, ଆଜି ସକାଳେ ଝିଅ ସହ ଫୋନରେ କଥା ହୋଇଥିଲି। ଭଲରେ ମୋ ସହିତ କଥା ହୋଇଥିଲା। କିଛି ଦିନ ତଳେ ଜ୍ୱାଇଁ ଆସି ବୁଲାବୁଲି କରି ଯାଇଥିଲା। ସବୁ ଭଲ ଥିଲା, ଏମତି କ’ଣ ଘଟିଲା ମୁଁ କହିପାରିବିନି। ମୋର କୌଣସି ଅଭିଯୋଗ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
