Advertisment

୫୦୦ ଟଙ୍କାର ଟାର୍ପୋଲିନ୍‌ରେ ୧୦୦ ଟଙ୍କା ଜିଏସ୍‌ଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଫୋନି ଭଳି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ଯାହା ସବୁ ନଷ୍ଟ ହୋଇଛି, ଭାଙ୍ଗି ରୁଜି ଯାଇଛି ତାହାକୁ ସଜାଡ଼ିବାରେ ନିଶ୍ଚିତ ସମୟ ଲାଗିବ। ପୁଣି ଥରେ ସୁନ୍ଦର ସହରକୁ ସତେଜ କରିବା ପାଇଁ ବହୁ ଶ୍ରମ ଦେବାକୁ ପଡ଼ିବ। ଏତିକି ବେଲେ ଯଦି ଆମେ ସମସ୍ତ ସରକାରୀ ନିୟମକୁ ପାଳନ କରି କାମ କରିବା ତେବେ ପୁନରୁଦ୍ଧାର କାର୍ଯ୍ୟ ନିଶ୍ଚିତ ବିଳମ୍ବ ହେବ ଏବଂ ଜଟିଳ ମଧ୍ୟ ହୋଇଯିବ। ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା […]

ଅଦ୍ୟତନ ହୋଇଛି
୫୦୦ ଟଙ୍କାର ଟାର୍ପୋଲିନ୍‌ରେ ୧୦୦ ଟଙ୍କା ଜିଏସ୍‌ଟି

1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଫୋନି ଭଳି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ଯାହା ସବୁ ନଷ୍ଟ ହୋଇଛି, ଭାଙ୍ଗି ରୁଜି ଯାଇଛି ତାହାକୁ ସଜାଡ଼ିବାରେ ନିଶ୍ଚିତ ସମୟ ଲାଗିବ। ପୁଣି ଥରେ ସୁନ୍ଦର ସହରକୁ ସତେଜ କରିବା ପାଇଁ ବହୁ ଶ୍ରମ ଦେବାକୁ ପଡ଼ିବ। ଏତିକି ବେଲେ ଯଦି ଆମେ ସମସ୍ତ ସରକାରୀ ନିୟମକୁ ପାଳନ କରି କାମ କରିବା ତେବେ ପୁନରୁଦ୍ଧାର କାର୍ଯ୍ୟ ନିଶ୍ଚିତ ବିଳମ୍ବ ହେବ ଏବଂ ଜଟିଳ ମଧ୍ୟ ହୋଇଯିବ।

Advertisment

ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା କିଛି ସାମାଜିକ ସଂଗଠନ ପକ୍ଷରୁ ଏଭଳି କୁହାଯାଇଛି। ତେଣୁ ସୁରୁଖୁରୁରେ ଫୋନି ପ୍ରଭାବକୁ ଏଡ଼ାଇ ଯିବାକୁ ହେଲେ ଉଭୟ ନୈତିକ ଓ ଆବେଗିକ ପଥଟିକୁ ଆପଣାଇବାକୁ ପଡ଼ିବ ବୋଲି ଏହି ସଂଗଠନ ଗୁଡ଼ିକ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ପ୍ରସ୍ତାବ ସମ୍ବଳିତ ଏକ ଚିଠି ମଧ୍ୟ ପ୍ରଦାନ କରିଛନ୍ତି। ‘ଫୋନି ମୁକାବିଲା ସମୂହ’ ନାମରେ ଯେଉଁ ସଂଗଠନ କରାଯାଇଛି ସେଥିରେ ଜାଗୃତି, ଅନ୍ତରଙ୍ଗ, ୱାଟର ଏଡ୍ ଇଣ୍ଡିଆ, ଏନସିଏସି, ସିୱାଇଏସଡି (CYSD) ଭଳି ସାମାଜିକ ସଂଗଠନ ଗୁଡ଼ିକ ରହିଛନ୍ତି।

ଫୋନି ମୁକାବିଲା ସମୂହ ଦେଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

publive-image
୧- ମନରେଗା ମାଧ୍ୟମରେ ହେଉ ଉଦ୍ଧାର କାର୍ଯ୍ୟ

ରାସ୍ତାରୁ ଗଛ ହଟାଇବା, ଭୁଷୁଡ଼ିଯାଇଥିବା କାନ୍ଥ ମରାମତି କରିବା, ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟରେ ଶ୍ରମୀକ ନିୟୋଜନ କରିବା ଆଦି ଏକାଧିକ କାର୍ଯ୍ୟରେ ମେଶିନ୍ ବ୍ୟବହାର କରାଯିବା ସହିତ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ଅଧୀନରେ ଗରିବ ଲୋକମାନଙ୍କୁ ମଧ୍ୟ କାମ ଦିଆଯାଉ। ଏଥି ସହିତ ସେମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ମଜୁରି ନ ଦେଇ ସିଧା ସଳଖ ନଗଦ ଟଙ୍କା ପ୍ରଦାନ କରାଯାଉ।

Advertisment

୨- କ୍ଷତିଗ୍ରସ୍ତ ବ୍ଲକ୍ ଘୋଷଣା ହେଉ

ବାତ୍ୟା ପ୍ରଭାବରେ କେଉଁ କେଉଁ ଜିଲ୍ଲା ପ୍ରଭାବିତ ହୋଇଛି ସେଭଳି ଆକଳନ କରା ନ ଯାଇ ବ୍ଲକ ବାରି ଆକଳନ କରାଯାଉ। ଫଳରେ ପ୍ରଭାବିତ ହୋଇଥିବା ପ୍ରତିଟି ବ୍ଲକ ସାମ୍ନାକୁ ଆସିପାରିବ ଏବଂ ପ୍ରଭାବିତ ଲୋକମାନେ ମଧ୍ୟ ଏଥିରୁ ଉପକାର ପାଇ ପାରିବେ। ନଚେତ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ବ୍ଲକ ଟିଏ ବି କ୍ଷତିଗ୍ରସ୍ତ ଜିଲ୍ଲା ଭିତରେ ଆସୁ ନ ଥିଲେ ସେଠାକାର ଲୋକେ କ୍ଷତିପୂରଣରୁ ବଞ୍ଚିତ ହୋଇଯିବେ।

୩- ତିନି ମାସ ପାଇଁ ଟୋଲ୍ ଆଦାୟ ବନ୍ଦ କରାଯାଉ

ବର୍ତ୍ତମାନର ଅସୁବିଧା ସମୟରେ ଓଡ଼ିଶାରେ ଥିବା ଟୋଲଗେଟ୍ ଗୁଡ଼ିକରେ ଟୋଲ୍ ଆଦାୟ ପାଇଁ ଘଣ୍ଟା ଘଣ୍ଟା ଗାଡ଼ି ଜାମ ହୋଇ ରହୁଛି। ଏଭଳିକି ବାତ୍ୟାଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଯାଉଥିବା ସଂଗଠନ ବା କୌଣସି ସଂସ୍ଥାଗୁଡ଼ିକ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚୁଛନ୍ତି। ତେଣୁ ସୀମିତ ସମୟ ପାଇଁ ହେଉ ପଛେ ବାତ୍ୟା ସହିତ ଜଡ଼ିତ କୌଣସି କାର୍ଯ୍ୟରେ ଯେଉଁମାନେ ଟୋଲ୍ ଗେଟ୍ ଦେଇ ଯାଉଛନ୍ତି ସେମାନଙ୍କଠାରୁ ଟୋଲ୍ ଆଦାୟ କରାନଯାଉ।

publive-image

୪- ଟାର୍ପୋଲିନରେ ନ ଲାଗୁ ଜିଏସ୍‌ଟି

ବାତ୍ୟାରେ ଯେଉଁ ପରିବାରଗୁଡ଼ିକର ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ସେମାନଙ୍କୁ ଟାର୍ପୋଲିନ୍ ବଣ୍ଟାଯାଉଛି। ହେଲେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ କମ୍ପାନୀ ଗୁଡ଼ିକ ୧୮ ପ୍ରତିଶତ ଜିଏସ୍‌ଟି ବସାଉଛନ୍ତି। ତେଣୁ ୫୦୦ ଟଙ୍କାର ଟାର୍ପୋଲିନ ଦରି କଣିଲେ ସେଥିରେ ପାଖାପାଖି ୧୦୦ ଟଙ୍କା ଜିଏସ୍‌ଟି ଦେବାକୁ ପଡ଼ୁଛି। ଏହା ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ମନେ ହେଉଛି। ଏହାକୁ ଗୁରୁତର ସହ ବିଚାର କରି ସରକାର ଟାର୍ପୋଲିନ ଉପରୁ ଜିଏସଟି ଉଚ୍ଛେଦ କରନ୍ତୁ।

୫- ପିଇବା ପାଣି ବୁଥ୍ ପ୍ରତିଷ୍ଠା

ଖରାଦିନେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଳଛତ୍ର ଖୋଲୁଥିବା ବେଳେ ଚଳିତ ବର୍ଷ ରାଜଧାନୀର କୌଣସିବି ସ୍ଥାନରେ ଜଳଛତ୍ର ଖୋଲାଯାଇ ନାହିଁ କହିଲେ ଚଳେ। ଏହାକୁ ସମସ୍ତେ ଗୁରୁତର ସହ ବିଚାର କରିବା ଉଚିତ। ପ୍ରତି ୨୦୦ ରୁ ୩୦୦ ମିଟର ବ୍ୟବଧାନରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଉ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe