Advertisment

୨ ଦିନ ପରେ ପୁଣି ଥରେ ଜିଏସ୍‌ଟି ରେଡ୍‌, ବିନା ସର୍ଚ୍ଚ ୱାରେଣ୍ଟରେ ରାତି ଅଧରେ ଘାଣ୍ଟିଲେ

ସମ୍ବଲପୁର(ସଞ୍ଜୟ ଜେନା): ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଘନ ଘନ ଜିଏସ୍‌ଟି ରେଡକୁ ନେଇ ବଢ଼ୁଛି ତାତି । ୨ ଦିନ ତଳେ ପ୍ରାୟ ୭ଟି ସ୍ଥାନରେ ଜିଏସଟି ରେଡ୍ କରାଯିବା ପରେ ଗତକାଲି ରାତିରେ ବି ଜଣେ ଠିକାଦାରଙ୍କ ଘରେ ହୋଇଛି ରେଡ । ରେଡ କରିବାକୁ ଆସିଥିବା ଟିମ୍‌  କୌଣସି ସର୍ଚ୍ଚ ୱାରେଣ୍ଟ କି ପରିଚୟ ଦେଖାଇ ପାରି ନ ଥିବାରୁ ଏହାକୁ ନେଇ ପରିବାର ଲୋକେ ତାତିଛନ୍ତି। ଗତକାଲି ବିଳମ୍ବିତ […]

author-image
Niharika Rout
ଅଦ୍ୟତନ ହୋଇଛି
୨ ଦିନ ପରେ ପୁଣି ଥରେ ଜିଏସ୍‌ଟି ରେଡ୍‌, ବିନା ସର୍ଚ୍ଚ ୱାରେଣ୍ଟରେ ରାତି ଅଧରେ ଘାଣ୍ଟିଲେ

smb

ସମ୍ବଲପୁର(ସଞ୍ଜୟ ଜେନା): ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଘନ ଘନ ଜିଏସ୍‌ଟି ରେଡକୁ ନେଇ ବଢ଼ୁଛି ତାତି । ୨ ଦିନ ତଳେ ପ୍ରାୟ ୭ଟି ସ୍ଥାନରେ ଜିଏସଟି ରେଡ୍ କରାଯିବା ପରେ ଗତକାଲି ରାତିରେ ବି ଜଣେ ଠିକାଦାରଙ୍କ ଘରେ ହୋଇଛି ରେଡ । ରେଡ କରିବାକୁ ଆସିଥିବା ଟିମ୍‌  କୌଣସି ସର୍ଚ୍ଚ ୱାରେଣ୍ଟ କି ପରିଚୟ ଦେଖାଇ ପାରି ନ ଥିବାରୁ ଏହାକୁ ନେଇ ପରିବାର ଲୋକେ ତାତିଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ, ପଦ୍ମପୁର ସହରର ଗଳି ପଡ଼ା ରେ ଜଣେ ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ଜିଏସ୍‌ଟି ଟିମ୍‌ ରେଡ କରିଥିଲା। ପଦ୍ମପୁର ଏନଏସି ଓ ଜିଏସ୍‌ଟି ଟିମ୍ ପକ୍ଷରୁ ଏହି ଯାଞ୍ଚ କରାଯାଇଥିଲା। ହେଲେ ରେଡ କରିବାକୁ ଆସିଥିବା ଟିମ୍‌ ସଦସ୍ୟ ସର୍ଚ୍ଚ ୱାରେଣ୍ଟ ଦେଖାଇଲେନି କି ପରିଚୟ କହିଲେନି। ରାତି ଅଧରେ ଘରେ ପଶି ଘାଣ୍ଟିଲେ। ଏହି ଯାଞ୍ଚ ଟିମ୍‌ରେ ପଦ୍ମପୁରର ଅତିରିକ୍ତ ତହସିଲଦାର ରାମକୃଷ୍ଣ ମିଶ୍ର ବି ସାମିଲ ଥିଲେ। ଶେଷରେ କିଛି ନ ପାଇ ଖାଲି ହାତରେ ଫେରିଗଲେ।  ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ପଦ୍ମପୁରରେ ଏବେ ନିର୍ବାଚନୀ ମାହୋଲ ସରଗରମ ଥିବା ବେଳେ ଏପରି ଚଢ଼ାଉ ପଛରେ କିଛି ଅଲଗା ଉଦ୍ଦେଶ୍ୟ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଦୁଇ ଦିନ ତଳେ ଜଣେ ବିଜେପି ନେତାଙ୍କ ଦୋକାନରେ ଜିଏସ୍‌ଟି ରେଡ୍ ହୋଇଥିବା ବେଳେ  ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତିକୁ ନେଇ ତାତିଛନ୍ତି ଲୋକେ।

Advertisment

ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଅତିରିକ୍ତ ତହସିଲଦାର ରାମକୃଷ୍ଣ ମିଶ୍ର କହିଲେ, କିଛି ନିର୍ବାଚନ ସଂକ୍ରାନ୍ତୀୟ ସୂଚନା ମିଳିବାରୁ ରେଡ୍ ହୋଇଛି । ତେବେ କ’ଣ ସୂଚନା ମିଳିଥିଲା ଓ କେଉଁ କାରଣରୁ ଯାଞ୍ଚ ହେଲା ସେ ନେଇ କିଛି କହିନଥାନ୍ତି । ରେଡ୍ ପରେ କିଛି ବି ହାତରେ ଲାଗିନଥିବା ସେ ଦୋହରାଇଛନ୍ତି।

ଏନେଇ ଠିକାଦାର ପ୍ରବୀଣ ବହିଦାର କହିଛନ୍ତି, ସେମାନେ ସିଧାସଳଖ ରାତି ଅଧରେ ମୋ’ ଘରେ ପଶି ଯାଞ୍ଚ କଲେ। ମୋ’ ପରିବାର ସଦସ୍ୟ ଭୟଭୀତ ହୋଇ ପଡ଼ିଛନ୍ତି। ଏନେଇ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେବି।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ସକାଳେ ପଦ୍ମପୁରର ୩ ବ୍ୟବସାୟୀଙ୍କ ବାସଭବନରେ ଆଇଟି ରେଡ୍ କରାଯିବା ପରେ ସନ୍ଧ୍ୟାରେ ନିର୍ବାଚନମଣ୍ଡଳୀର ପ୍ରାୟ ୭ଟି ସ୍ଥାନରେ ସମ୍ବଲପୁର ଜିଏସଟି ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିଲା । ବିଜେଡି ସମର୍ଥିତ ଏହି ୩ ବ୍ୟବସାୟୀ ଜିଲ୍ଲାର ବିଜେଡି ବିଧାୟକ ସୁଶାନ୍ତ ସିଂ ଓ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଖାସ୍ ଭାବେ ପରିଚିତ। ଏହାପରେ ଅପରାହ୍ନରେ ସମ୍ବଲପୁର ସିଟି ଜିଏସଟି ଟିମ ପକ୍ଷରୁ  ପଦ୍ମପୁର, ବରଗଡ଼, ପାଇକମାଳ, ଝାରବନ୍ଧରେ ଏକକାଳୀନ ଜିଏସଟି ଚଢ଼ଉ କରାଯାଇଥିଲା। ଯାହାକୁ ନେଇ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ନିର୍ବାଚନ ସମୟରେ ଏଭଳି ଆଇଟି ରେଡକୁ ସାଧାରଣରେ ନାପସନ୍ଦ କରାଯାଉଥିବାବେଳେ ଏହାର  ପ୍ରଭାବ ଆଗାମୀ ଉପନିର୍ବାଚନରେ ବିଜେଡିକୁ ଭୋଗିବାକୁ ପଡ଼ିବ ବୋଲି ଆଲୋଚନା ହେଉଛି।