/odisha-reporter/media/post_attachments/uploadimage/library/16_9/16_9_0/GST__1676730995.jpg)
GST
ଜିଏସଟି ଟିକସ ଫାଙ୍କିବା ଅଭିଯୋଗରେ ଆଜି ଭୁବନେଶ୍ୱର, ଯାଜପୁର ଓ ଚଣ୍ଡିଖୋଲର ପ୍ରାୟ ୧୦ରୁ ୧୫ଟି ସ୍ଥାନରେ ଜିଏସଟି ଚଢ଼ଉ ହୋଇଛି । ଏସବୁ ଚଢ଼ଉ ଖଣି ଓ କ୍ରସର ୟୁନିଟ୍ ମାଲିକଙ୍କ ପରେ ହେଉଥିବା ସୂଚନା ମିଳିଛି ।
Advertisment
ମିଳିଥିବା ସୂଚନା ଅନୁସାରେ, ଖଣି ବ୍ୟବସାୟରେ କୋଟିକୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ଇଣ୍ଟେଲିଜେନ୍ସ ଡିଜିଙ୍କ ଦ୍ୱାରା ଶୁକ୍ରବାର ଏହି ଚଢ଼ଉ ହୋଇଛି । ଚଢ଼ଉ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ମିଳିନଥିଲେ ମଧ୍ୟ ୧୦ରୁ ୧୫ଟି ସ୍ଥାନରେ ଚଢ଼ଉ ହୋଇଥିବା ଜଣାପଡ଼ିଛି । ଖଣି ମାଲିକଙ୍କ କ୍ରସର ୟୁନିଟ, ତାଙ୍କ ଘର, ଅଫିସ ଆଦିରେ ଏହି ଚଢ଼ଉ ହୋଇଛି । ଜିଏସଟି ଅଫିସରମାନେ ବାଲାନ୍ସ ସିଟ୍ ସମେତ ବିଭିନ୍ନ ବ୍ୟବସାୟିକ ଦସ୍ତାବିଜ ଯାଂଚ କରିଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୯ତାରିଖରେ ସେଂଟ୍ରାଲ ଜିଏସଟି ଦ୍ୱାରା ଭୁବନେଶ୍ୱରର ଏକ କୋଚିଂ ସେଂଟର ‘ଭାନିକ’ ଉପରେ ଅଚାନକ ଚଢ଼ଉ ପରେ ବିଜେଡି ଶିବିରରେ ଛନକା ପଶିଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
