Advertisment

୧୦ରୁ ୧୫ଟି ସ୍ଥାନରେ ଜିଏସଟି ଚଢ଼ଉ

ଖଣି ବ୍ୟବସାୟରେ କୋଟିକୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ଇଣ୍ଟେଲିଜେନ୍ସ ଡିଜିଙ୍କ ଦ୍ୱାରା ଶୁକ୍ରବାର ଏହି ଚଢ଼ଉ ହୋଇଛି ।

GST

GST

Advertisment

ଜିଏସଟି ଟିକସ ଫାଙ୍କିବା ଅଭିଯୋଗରେ ଆଜି ଭୁବନେଶ୍ୱର, ଯାଜପୁର ଓ ଚଣ୍ଡିଖୋଲର ପ୍ରାୟ ୧୦ରୁ ୧୫ଟି ସ୍ଥାନରେ ଜିଏସଟି ଚଢ଼ଉ ହୋଇଛି । ଏସବୁ ଚଢ଼ଉ ଖଣି ଓ କ୍ରସର ୟୁନିଟ୍ ମାଲିକଙ୍କ ପରେ ହେଉଥିବା ସୂଚନା ମିଳିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଖଣି ବ୍ୟବସାୟରେ କୋଟିକୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ଇଣ୍ଟେଲିଜେନ୍ସ ଡିଜିଙ୍କ ଦ୍ୱାରା ଶୁକ୍ରବାର ଏହି ଚଢ଼ଉ ହୋଇଛି । ଚଢ଼ଉ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ମିଳିନଥିଲେ ମଧ୍ୟ ୧୦ରୁ ୧୫ଟି ସ୍ଥାନରେ ଚଢ଼ଉ ହୋଇଥିବା ଜଣାପଡ଼ିଛି । ଖଣି ମାଲିକଙ୍କ କ୍ରସର ୟୁନିଟ, ତାଙ୍କ ଘର, ଅଫିସ ଆଦିରେ ଏହି ଚଢ଼ଉ ହୋଇଛି । ଜିଏସଟି ଅଫିସରମାନେ ବାଲାନ୍ସ ସିଟ୍ ସମେତ ବିଭିନ୍ନ ବ୍ୟବସାୟିକ ଦସ୍ତାବିଜ ଯାଂଚ କରିଛନ୍ତି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୯ତାରିଖରେ ସେଂଟ୍ରାଲ ଜିଏସଟି ଦ୍ୱାରା ଭୁବନେଶ୍ୱରର ଏକ କୋଚିଂ ସେଂଟର ‘ଭାନିକ’ ଉପରେ ଅଚାନକ ଚଢ଼ଉ ପରେ ବିଜେଡି ଶିବିରରେ ଛନକା ପଶିଥିଲା ।

Advertisment
GST Scam GST
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe