Advertisment

ଏକାଦଶ ଶ୍ରେଣୀ ପାଇଁ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଦଶହରା ପରେ ଅଷ୍ଟମ ଓ ଏକାଦଶୀ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଛନ୍ତି। ଆଜି ଏକାଦଶ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଏ ନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖି ଜଣାଇଛନ୍ତି। ୧୬ ତାରିଖ ବୈଠକରେ ବିସ୍ତୃତ ଆଲୋଚନା ନେଇ ଅବଗତ କରାଇଛନ୍ତି ଗଣଶିକ୍ଷା ସଚିବ। ଗାଇଡଲାଇନ୍ ଅନୁସାରେ, ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ […]

ଅଦ୍ୟତନ ହୋଇଛି
ଏକାଦଶ ଶ୍ରେଣୀ ପାଇଁ ଜାରି ହେଲା ଗାଇଡଲାଇନ୍

student

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଦଶହରା ପରେ ଅଷ୍ଟମ ଓ ଏକାଦଶୀ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଛନ୍ତି। ଆଜି ଏକାଦଶ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଏ ନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖି ଜଣାଇଛନ୍ତି।

Advertisment

୧୬ ତାରିଖ ବୈଠକରେ ବିସ୍ତୃତ ଆଲୋଚନା ନେଇ ଅବଗତ କରାଇଛନ୍ତି ଗଣଶିକ୍ଷା ସଚିବ। ଗାଇଡଲାଇନ୍ ଅନୁସାରେ, ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକସନ ସେସନ୍ ରଖାଯିବ। ଇଣ୍ଡକସନ ସେସନରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ। ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ଏହି ଇଣ୍ଡକସନ କ୍ଲାସ ପରିଚାଳନା କରିବେ।

ସେହିପରି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ବି ହେବ। ଏକାଦଶ ପିଲାଙ୍କୁ ଦଶମ ଶ୍ରେଣୀ ସହ ଲିଙ୍କ୍ ପାଠ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଗାଇଡଲାଇନ୍ ଅନୁସାରେ ଛାତ୍ରଛାତ୍ରୀମାନେ ନଭେମ୍ବର ୧ ତାରିଖରୁ ସମ୍ପୂର୍ଣ୍ଣ ୟୁନିଫର୍ମ ସହ କ୍ଲାସ୍ ରୁମକୁ ପ୍ରବେଶ କରିବେ।

Advertisment

ସୂଚନାଯୋଗ୍ୟ, କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଛି ସ୍କୁଲ। ଯେଉଁଥିପାଇଁ ପିଲାମାନେ ଘରେ ରହିଛନ୍ତି। ସ୍କୁଲ ଯାଉ ନାହାନ୍ତି। ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ କ୍ଲାସ ଆରମ୍ଭ କଲେ। ମାତ୍ର ନେଟ୍‌ୱର୍କ ଓ ଆଣ୍ଡ୍ରଏଡ ମୋବାଇଲ୍‌ ଫୋନ୍‌ ନଥିବାରୁ ବହୁ ପିଲା ଅନ୍‌ଲାଇନ୍‌ କ୍ଲାସରୁ ବଞ୍ଚିତ ହେଉଥିଲେ। ଆଉ କିଛି ପିଲା ପାଠ ପଢ଼ା ଛାଡ଼ି ବାପା-ମାଆଙ୍କୁ କ୍ଷେତରେ ସହଯୋଗ କରୁଥିବା ଦେଖିବାକୁ ମିଳୁଥିଲା।

ଏପରି ଚିତ୍ର ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଚିନ୍ତା ପ୍ରକଟ କରିଥିଲେ ରାଜ୍ୟର ଶିକ୍ଷାବିତ ଓ ବୁଦ୍ଧିଜୀବୀ। ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲୁଛନ୍ତି। ଏହା ପୂର୍ବରୁ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାସରିଛି। ପୂଜା ଛୁଟି ଯୋଗୁ କ୍ଲାସ୍ ବନ୍ଦ ରହିଛି। ତେଣୁ ପୂଜା ଛୁଟି ପରେ ପୁଣି କ୍ଲାସ୍ ଖୋଲିବ।

COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe