Advertisment

ସିମ୍‌କାର୍ଡ ପାଇଁ ଆସିଲା ଗାଇଡ୍‌ଲାଇନ୍‌

ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ୍‌ ବ୍ୟବସ୍ଥା କରିବେ ସର୍ଭିସ ପ୍ରୋଭାଇଡର୍। ସିମ୍‌ ଆକ୍ଟିଭେସନ ନିୟମ ଉଲ୍ଲଂଘନକାରୀ ପିଓଏସ୍‌ ବ୍ଲାକ ଲିଷ୍ଟେଡ ହେବେ।

Sim Card

Sim Card

Advertisment

ଫେକ୍‌ ସିମ୍‌ ରୋକିବା ପାଇଁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଜାରି ହେଲା ନିୟମ। କେବଳ ଆଧାର ସହ ଲିଙ୍କ ନମ୍ବରରେ କଲ କରିବେ ଟେଲି ଭେରିଫିକେସନ। ସ୍ଥାୟୀ ଦୋକାନ ଥିବା ଡିଲରମାନେ ବିକ୍ରି କରିପାରିବେ ସିମ୍‌ କାର୍ଡ। ଫେକ୍‌ ସିମ୍‌ ସଂପର୍କୀତ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରିବେ TSP। ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ୍‌ ବ୍ୟବସ୍ଥା କରିବେ ସର୍ଭିସ ପ୍ରୋଭାଇଡର୍। ସିମ୍‌ ଆକ୍ଟିଭେସନ ନିୟମ ଉଲ୍ଲଂଘନକାରୀ ପିଓଏସ୍‌ ବ୍ଲାକ ଲିଷ୍ଟେଡ ହେବେ। ନିୟମିତ ରିଚାର୍ଜ ହୋଇ ସ୍ଥାଣୁ ଥିବା ସିମ୍‌ ପ୍ରତି ନଜର ରଖିବେ TSP। ଫେକ ସିମ୍‌ ମିଳିଲେ TSP ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

Advertisment

ଫେକ୍‌ ସିମ୍‌କାର୍ଡ ଯୋଗୁ ସାଇବର ଅପରାଧ ବଢ଼ୁଛି। ଠକମାନେ ଫେକ୍‌ ସିମକାର୍ଡ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ। ଯେଉଁଥିପାଇଁ ରାଜ୍ୟର ସାଇବର ଅପରାଧ ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଓଡ଼ିଶାର ସିମ୍ କାର୍ଡ ପାକିସ୍ତାନରେ ଅପରେଟ୍‌ ହେଉଥିବା ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୩ ଜଣଙ୍କୁ ଗିରଫ କରିଥିଲା। ଉକ୍ତ ମହାଠକେଇର ମାଷ୍ଟରମାଇଣ୍ଡ ପଠାଣି ଲେଙ୍କା ବିରୋଧରେ ଦେଶଦ୍ରୋହ ଦଫା ଲାଗିବ। ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂପର୍କ ଥିବା ସୂଚନା ପରେ ଏହି ଦଫା ଲାଗିବ ବୋଲି ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନି ଏଜେଣ୍ଟଙ୍କ ସହ କେବେଠାରୁ ପଠାଣି ଲିଙ୍କରେ ଅଛି ସେ ନେଇ ଚାଲିଛି ଖୋଳତାଡ଼।

ସେପଟେ ଟେଲିକମ ପ୍ରଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି STF। ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ମଧ୍ୟ ଚିଠି ଲେଖାଯାଇଛି। ଆସନ୍ତାକାଲିଠାରୁ ପଠାଣି ଲେଙ୍କାକୁ ରିମାଣ୍ଡରେ ଆଣି ଏସ୍‌ଟିଏଫ୍‌ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

Advertisment
Crime Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe