Advertisment

୧.୪ କେଜି ସୁନା ଜବତ

ଗୁଣୁପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ୧.୪ କେଜି ସୁନା ଅଳଙ୍କାର ଜବତ ହୋଇଛି। ଏଥିସହ ୨ ସୁନା ଲୁଟେରାକୁ ପୁଲିସ ବାନ୍ଧିଛି। ସେମାନେ ହେଲେ ଭଞ୍ଜନଗରର ତରୁଣ ଦାସ ଓ ଯାଜପୁରର ଅର୍ଜୁନ ପ୍ରଧାନ। ସେମାନଙ୍କୁ ଆସ୍କାରୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଏକ ବାଇକ୍ ଜବତ କରାଯାଇଛି। ରାୟଗଡା ଜିଲ୍ଲା ଗୁଣପୁର ହଳଦିଆନାଳ ନିକଟ ଏସ୍ଏସ୍ ଗହଣା ଦାକାନରୁ ଲୁଟ ମାମଲାରେ ଆଜି ପୁଲିସକୁ ଏହି ସଫଳତା ମିଳିଛି। ଏହି ଗହଣା ଦୋକାନୀଙ୍କ ଠାରୁ ଲୁଟେରା ପ୍ରାୟ […]

author-image
Niranjan Mishra
୧.୪ କେଜି ସୁନା ଜବତ

gold-1

ଗୁଣୁପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ୧.୪ କେଜି ସୁନା ଅଳଙ୍କାର ଜବତ ହୋଇଛି। ଏଥିସହ ୨ ସୁନା ଲୁଟେରାକୁ ପୁଲିସ ବାନ୍ଧିଛି। ସେମାନେ ହେଲେ ଭଞ୍ଜନଗରର ତରୁଣ ଦାସ ଓ ଯାଜପୁରର ଅର୍ଜୁନ ପ୍ରଧାନ। ସେମାନଙ୍କୁ ଆସ୍କାରୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଏକ ବାଇକ୍ ଜବତ କରାଯାଇଛି। ରାୟଗଡା ଜିଲ୍ଲା ଗୁଣପୁର ହଳଦିଆନାଳ ନିକଟ ଏସ୍ଏସ୍ ଗହଣା ଦାକାନରୁ ଲୁଟ ମାମଲାରେ ଆଜି ପୁଲିସକୁ ଏହି ସଫଳତା ମିଳିଛି। ଏହି ଗହଣା ଦୋକାନୀଙ୍କ ଠାରୁ ଲୁଟେରା ପ୍ରାୟ ୩ କେଜି ସୁନା ଓ ୨ ଲକ୍ଷ ଟଙ୍କା ଲୁଟ କରିଥିବା ଗୁଣପୁର ଥାନାରେ ଅଭିଯୋଗ ହୋଇଥିଲା।

Advertisment

ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ପୁଲିସ ସୂଚନା ଦେଇଛି। ସେମାନଙ୍କୁ ଧରିବାକୁ ଟିମ୍ କାମ କରୁଥିବା ରାୟଗଡା ଏସପି ବିବେକାନନ୍ଦ ଶର୍ମା ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ଲୁଟ୍ ହୋଇଥିବା ବଳକା ସୁନା ଅଳଙ୍କାର ମଧ୍ୟ ପୁଲିସ ଅତିଶୀଘ୍ର ଧରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରତିଦିନ ଭଳି ଗତ ୨୬ ତାରିଖରେ ସୁନା ଅଳଙ୍କାର ସାଥିରେ ଧରି  ସୁନା ଅଳଙ୍କାର ବ୍ୟବସାୟୀ ଏସ୍ ବାବା ପ୍ରସାଦ ଦୋକାନ ଖୋଲିବାକୁ ଆସିଥିଲେ। ଗାଡିରେ ବ୍ୟାଗ ରଖି ସୁନା ଦୋକାନ ଖୋଲିବା ସମୟରେ ଦୁଇ ଅଭିଯୁକ୍ତ ଗାଡିରେ ଥିବା ସୁନା ଅଳଙ୍କାର ବ୍ୟାଗ ଲୁଟ କରି ଚମ୍ପଟ ମାରିଥିଲେ। ପୁଲିସ ଅଭିଯୋଗ ପାଇ ତିନୋଟି ଟିମ୍ ଗଠନ କରି ଘଟଣାର ତଦନ୍ତ କରୁଛି।

Advertisment