loot
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଏସ୍ବିଆଇରୁ ଲୁଟ୍ ୧୬ ଲକ୍ଷ ଟଙ୍କା ପୋଲିସ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ଜଣେ ସିଏମ୍ଏସ୍ କର୍ମଚାରୀ ଅଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍ରୁ ୨୫ ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇଥିବା ଗତକାଲି ଅପରାହ୍ନରେ ଜଣାପଡ଼ିଥିଲା।
ଗତକାଲି ଅପରାହ୍ନରେ ସିଏମ୍ସି କର୍ମଚାରୀମାନେ ଟଙ୍କା ଭରିବାକୁ ଆସିଥିବା ବେଳେ ଲୁଟ୍ ସମ୍ପର୍କରେ ଜାଣି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ବ୍ରାଞ୍ଚ ମ୍ୟାନେଜର ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିନା ଭଙ୍ଗାରୁଜାରେ ଏଟିଏମ୍ରୁ ଲୁଟ୍ ହୋଇଥିବାରୁ ପୋଲିସ ସିଏମ୍ଏସ୍ କର୍ମଚାରୀଙ୍କୁ ପଚରାଉଚରା କରୁଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/03/loot.jpg)