ଓଡ଼ିଶା ସରକାର ଜାରି କଲେ ଗାଇଡଲାଇନ୍‌: ମାସ୍କ ପିନ୍ଧିବା ସହ ସଂକ୍ରମିତଙ୍କଠୁ ଦୂରେଇ ରୁହ

ଓଡ଼ିଶାରେ ଆଜିସୁଦ୍ଧା ୫୯ଜଣ H3N2 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

H3N2 PhotoOR

representation image

Ordigital Desk
  • Published: Saturday, 11 March 2023
  • Updated: 11 March 2023, 07:56 PM IST

Sports

Latest News

ରାଜ୍ୟରେ ୫୯ଜଣ  H3N2 ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନଥିବାରୁ ମାସ୍କ ପିନ୍ଧିବା ସହ ଛିଙ୍କିବାବେଳେ ରୁମାଲ ଉପଯୋଗ କରିବା ଓ ସଂକ୍ରମିତଙ୍କଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।  ଦେଶର ବିଭିନ୍ନ ଭାଗରେ ଏହି ଇନଫ୍ଲୁଏଞ୍ଜାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ କୋଭିଡ-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କୋଭିଡ-୧୯ର ଲକ୍ଷଣ ଭଳି ସମାନ ଲକ୍ଷଣ H3N2 ରହିଛି । ତେବେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ, କେବଳ ସତର୍କତା ଅବଲବମ୍ବନ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଓ ରୋଗପ୍ରତିରୋଧକ କ୍ଷମତା କମ୍ ସେମାନଙ୍କ ନିମନ୍ତେ ଏହା ଅଧିକ କ୍ଷତିକାରକ ହେବାର ଆଶଙ୍କା ରହିଛି । ଭୀଷଣ ଜ୍ୱର, ଥଣ୍ଡା, କଫ, ଗଳା ଦରଜ ଓ ମୁଣ୍ଡବ୍ୟଥା ଭଳି ଲକ୍ଷଣ ଏଥିରେ ଦେଖାଯାଏ । ତେବେ ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନି । ତେଣୁ ପ୍ରତିଷେଧକମୂଳକ ପଦକ୍ଷେପସ୍ୱରୂପ , ଲୋକେ କୋଭିଡ-୧୯ ଗାଇଡଳାଇନକୁ କଡ଼ାକଡ଼ି ପାଳନ କରିବା ଉଚିତ୍‌ । ମାସ୍କ ପିନ୍ଧିବା ସହ ଛିଙ୍କ-କାଶବେଳେ ରୁମାଲ ଆଦି ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନଙ୍କ ଶରୀରରେ ଏଭଳି ଲକ୍ଷଣ ଦେଖାଯାଉଛି ସେମାନଙ୍କଠୁ ଦୂରେଇ ରହିବାକୁ ମଧ୍ୟ ସେ ସତର୍କ କରାଇଛନ୍ତି ।

Also Read

       ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ମେଡିକାଲ ରିସର୍ଚ୍ଚ ସେଂଟର(ଆରଏମଆରସି) ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ,ଗତ ଜାନୁୟାରୀ ଓ ଫେବୃୟାରୀ ମାସରେ ମୋଟ ୨୨୫ଜଣଙ୍କ ନୂମନା ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୯ଜଣ H3N2 ଇନଫ୍ଲୁଏଞ୍ଜାର ସଂକ୍ରମିତ ହୋଇଛନ୍ତି । ଏହି H3N2 ଭୂତାଣୁ ହେଉଛି ଇନଫ୍ଲୁଏଞ୍ଜା-ଏର ସବଟାଇପ୍ । ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଭୀଷଣ ଜ୍ୱର, ମୁଣ୍ଡବ୍ୟଥା, ଶରୀର ଯନ୍ତ୍ରଣା, ଗଳାରେ ଯନ୍ତ୍ରଣା, କଫ, ଥଣ୍ଡା ଓ ଫୁସଫୁସ ସମସ୍ୟା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଓଡ଼ିଶାରେ ଏହି ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ର ସରକାର ଶନିବାର କିଛି ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

ଏପଟେ କେନ୍ଦ୍ର ସରକାର ଆଜି ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି H3N2 ଓ H1N1ସଂକ୍ରମଣକୁ ନିୟନ୍ତ୍ରଣ କରିବା ନିମନ୍ତେ  ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ H3N2 ସଂକ୍ରମିତଙ୍କ ମଧ୍ୟରେ ବଢ଼ୁଥିବା ଅସୁସ୍ଥତା ଅବା ନିଶ୍ୱାସପ୍ରଶ୍ୱାସରେ ହେଉଥିବା ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ କହିଛନ୍ତି । ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଅକ୍ସିଜେନ, ମେଡିକାଲ ଉପକରଣ, ମାନବ ସମ୍ବଳ ବୃଦ୍ଧି ସହ କୋଭିଡ-୧୯ ଓ ଇନଫ୍ଲୁଏଞ୍ଜାର ମୁକାବିଲା ପାଇଁ ଟୀକାକରଣ କରାଇବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ H3N2 ସଂକ୍ରମଣ ମାମଲା ରାଜ୍ୟରେ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଧ୍ୟ ପରାମର୍ଶନାମା ଜାରି କରିଛନ୍ତି । ଲୋକମାନଙ୍କୁ ମାସ୍କ ପିନ୍ଧିବା, ଛିଙ୍କିବା ସମୟରେ ରୁମାଲ ଉପଯୋଗ କରିବା ଏବଂ ପ୍ରଚୁର ପରିମାଣର ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, H3N2 ସଂକ୍ରମିତ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଛି । ହରିୟାଣା ଓ କର୍ଣ୍ଣାଟକର ଜଣେ ଲେଖାଏଁ H3N2 ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ଏବେସୁଦ୍ଧା ସମଗ୍ର ଦେଶରେ ୯୦ଜଣ H3N2 ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏହାସହିତ ୮ଜଣ H1N1 ଭୂତାଣୁ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story